Advertisment

ବିକ୍ଷୋଭ କରୁଥିବା ରେସଲରଙ୍କ ନାଁରେ ଏଫଆଇଆର କରିବ କୁସ୍ତି ମହାସଂଘ!

ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଜାନୁଆରୀ ୧୮ରୁ ବିକ୍ଷୋଭ କରୁଥିବା ବେଳେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବି କରୁଛନ୍ତି।

Wrestling

Wrestling

Advertisment

ଯୌନ ନିର୍ଯାତନା, ଆର୍ଥିକ ହେରଫେର ଓ ଅନ୍ୟାନ୍ୟ ଅଭିଯୋଗ ଆଣି କୁସ୍ତି ମହାସଂଘ ବିରୋଧରେ ଆନ୍ଦୋଳନ କରୁଥିବା ଷ୍ଟାର ରେସଲରଙ୍କ ବିରୋଧରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ। ସେମାନେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଜାନୁଆରୀ ୧୮ରୁ ବିକ୍ଷୋଭ କରୁଥିବା ବେଳେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବି କରୁଛନ୍ତି। ତେବେ ବିକ୍ଷୋଭ କରୁଥିବା ରେସଲରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୁସ୍ତି ମହାସଂଘ ଯୋଜନା କରୁଥିବା ଜଣାପଡ଼ିଛି।

Advertisment

ସୂତ୍ର ଅନୁସାରେ, ବିକ୍ଷୋଭ କରୁଥିବା ଆଥଲେଟମାନେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ରେସଲରମାନଙ୍କ ମଧ୍ୟରେ ଭୁଲ ତଥ୍ୟର ପ୍ରଚାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ରେସଲରମାନଙ୍କୁ ବିକ୍ଷୋଭକାରୀମାନେ କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିବା ସୂଚନା ଦେଇଥିଲେ। ଜାନୁଆରୀ ୨୦ରୁ ୨୩ ଯାଏ ସିନିୟର ନ୍ୟାଶନାଲ ରାଙ୍କିଙ୍ଗ ଚାମ୍ପିୟନଶିପ୍‌ ଗୋଣ୍ତାରେ ଆୟୋଜନ ହେବାର ଥିଲା। ଏ ସମ୍ପର୍କରେ ବିକ୍ଷୋଭକାରୀମାନେ ଭୁଲ ତଥ୍ୟର ପ୍ରଚାର କରିଥିବାରୁ ସେମାନଙ୍କ ବିରୋଧରେ କୁସ୍ତି ମହାସଂଘ ଏଫଆଇଆର ରୁଜୁ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 

ରେସଲରମାନେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ବ୍ରିଜ ଭୂଷଣ ବିଜେପିର ଜଣେ ସାଂସଦ ଓ ସେ ଗୋଣ୍ଡା ଜିଲ୍ଲାରୁ ଆସିଛନ୍ତି। ତାଙ୍କ ପୁଅ ପ୍ରତୀକ ଭୂଷଣ ଗୋଣ୍ଡା ସଦରରୁ ୨ଥରର ସାଂସଦ। ବ୍ରିଜ ଭୂଷଣଙ୍କ ପତ୍ନୀ କେତକୀ ଦେବୀ ଗୋଣ୍ଡା ଜିଲ୍ଲା ପଞ୍ଚାୟତର ସଭାପତି। ଏପରି ସ୍ଥିତିରେ ରେସଲରମାନେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ବିକ୍ଷୋଭ କରୁଛନ୍ତି।

Advertisment

ରେସଲରମାନେ ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ସେ ନିଜ ଜିଦରେ ଅଟଳ ରହିଛନ୍ତି। ସେ କୁସ୍ତି ମହାସଂଘର ସଭାପତି ପଦରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି। ତେବେ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ତାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ଆଇଓଏ ସଦସ୍ୟ ମ୍ୟାରୀକମ, ଡୋଲା ବାନାର୍ଜୀ, ଅଳକାନନ୍ଦା ଅଶୋକ, ଯୋଗେଶ୍ୱର ଦତ୍ତ ଓ ସହଦେବ ଯାଦବ ରହିଛନ୍ତି।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe