Advertisment

କ୍ରିକେଟରୁ ରିଦ୍ଧିମାନ ସାହାଙ୍କ ଅବସର

କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ୱିକେଟ କିପର-ବ୍ୟାଟର ରିଦ୍ଧିମାନ ସାହା। ଚଳିତ ରଣଜୀ ଟ୍ରଫି ସିଜନ (୨୦୨୪-୨୫) ପରେ ତାଙ୍କର ୧୭ ବର୍ଷର କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ।

Wriddhiman Saha

Wriddhiman Saha

Advertisment

ଭାରତୀୟ ୱିକେଟ କିପର-ବ୍ୟାଟର ରିଦ୍ଧିମାନ ସାହା କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଚଳିତ ରଣଜୀ ଟ୍ରଫି ସିଜନ (୨୦୨୪-୨୫) ପରେ ସେ ତାଙ୍କର ୧୭ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିବେ। ସାହା ବର୍ତ୍ତମାନ କର୍ଣ୍ଣାଟକ ବିପକ୍ଷ ଚତୁର୍ଥ ରାଉଣ୍ଡ ମ୍ୟାଚ୍ ପାଇଁ  ବେଙ୍ଗାଲୁରୁରେ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ସେ ଏହି ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି।

Advertisment

'ଏକ୍ସ'ରେ ନିଜ ଅବସର ସମ୍ବନ୍ଧୀୟ ପୋଷ୍ଟରେ ସାହା ଲେଖିଛନ୍ତି, 'କ୍ରିକେଟରେ ଏକ ସ୍ମରଣୀୟ ଯାତ୍ରା ପରେ ଏହା ମୋର ଶେଷ ସିଜିନ ହେବାକୁ ଯାଉଛି। ଶେଷଥର ପାଇଁ ବଙ୍ଗଳା ପକ୍ଷରୁ ରଣଜୀ ଟ୍ରଫିରେ ଖେଳି ଅବସର ନେବା ମୋ ପାଇଁ ଗୌରବର ବିଷୟ। ଚାଲନ୍ତୁ ଏହି ସିଜନକୁ ସ୍ମରଣୀୟ କରିବା।' ୨୦୨୨-୨୩ ରଣଜୀ ଋତୁରେ ବେଙ୍ଗଲ କ୍ରିକେଟ ସଂଘ (CAB) ସଚିବ ଦେବବ୍ରତ ଦାସଙ୍କ ସହ ବିବାଦ କାରଣରୁ ୩୯ ବର୍ଷୀୟ ୱିକେଟ କିପର ଦଳରୁ ନିଜକୁ ଦୂରେଇ ରଖିଥିଲେ। ହେଲେ ଏହି ସିଜିନରେ ଦଳକୁ ଫେରି ସାହା ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଛନ୍ତି।

Advertisment

ଭାରତ ପାଇଁ ରିଦ୍ଧିମାନ ସାହା ୪୦ଟି ଟେଷ୍ଟ ଖେଳି ୧୩୫୩ ରନ ସ୍କୋର କରିଛନ୍ତି। ତାଙ୍କ ଟେଷ୍ଟ କ୍ୟାରିୟରରେ ତିନୋଟି ଶତକ ଏବଂ ଛଅ ଅର୍ଦ୍ଧଶତକ ସାମିଲ ଅଛି। ସେ ଦୀର୍ଘ ସମୟ ଧରି ଟିମ ଇଣ୍ଡିଆର ପ୍ରଥମ ପସନ୍ଦ ୱିକେଟ କିପର ଭାବେ ଦଳ ସହିତ ଜଡିତ ଥିଲେ। କିନ୍ତୁ ଋଷଭ ପନ୍ତ ଆସିବା ପରେ ଦଳରେ ସ୍ଥାନ ପାଇବା ସାହାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା। ତେବେ ସେ ଅନେକ ଥର ଦ୍ୱିତୀୟ ୱିକେଟ କିପର ଭାବରେ ଟିମରେ ଅନ୍ତର୍ଭୁକ୍ତ ହୋଇଥିଲେ। ଶେଷଥର ପାଇଁ ସାହା ଡିସେମ୍ବର ୨୦୨୧ରେ ଭାରତୀୟ ଜର୍ସିରେ ଖେଳିଥିଲେ। ୨୦୨୩ରେ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ମୁକ୍ତ କରିଥିଲା ବିସିସିଆଇ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାହା ଆଇପିଏଲ୍ ସମେତ ଖେଳର ସମସ୍ତ ପ୍ରକାର ଫର୍ମାଟରୁ ଦୂରରେ ରହିବାକୁ ଚାହୁଁଛନ୍ତି। ଏପରିକି ସେ ଆଗାମୀ ଆଇପିଏଲ୍ ମେଗା ଅକ୍ସନ ପାଇଁ ମଧ୍ୟ ନିଜକୁ ପଞ୍ଜିକୃତ କରିନାହାଁନ୍ତି। ତେବେ ସାହା ନିଜେ ଏପର୍ଯ୍ୟନ୍ତ ଆଇପିଏଲ୍ ଅଂଶଗ୍ରହଣ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି।

Wriddhiman Saha Retirement Wriddhiman Saha Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe