Advertisment

ଶତକରୁ ବଞ୍ଚିତ ହୋଇ ବି ସଚିନଙ୍କ ରେକର୍ଡ ଭାଙ୍ଗିଲେ ଜୈସୱାଲ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟ ରନ ସ୍କୋର କରିଥିବା ଟପ୍-୫ ଭାରତୀୟ ବ୍ୟାଟରଙ୍କ ତାଲିକାରେ ଜୈସୱାଲ। ବିଶ୍ୱନାଥ ବି ପଛରେ ପଡ଼ିଲେ।

Yashasvi Jaiswal

Yashasvi Jaiswal

Advertisment

ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତର ଷ୍ଟାର ଓପନର୍ ଯଶସ୍ୱୀ ଜୈସୱାଲ ଦମଦାର ବ୍ୟାଟିଂ କରିଥିଲେ। ଐତିହାସିକ ମେଲବର୍ଣ୍ଣରେ ଖେଳାଯାଉଥିବା ଚତୁର୍ଥ ଟଷ୍ଟ ମ୍ୟାଚରେ ସେ ଶତକ ହାସଲ କରିବାରୁ ଅଳ୍ପ ଦୂରରେ ଅଟକିଯାଇଥିଲେ, ଏହା ସତ୍ତ୍ୱେ ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। କିମ୍ବଦନ୍ତୀ ମାଷ୍ଟର-ବ୍ଲାଷ୍ଟରଙ୍କ ଏକ ରେକର୍ଡକୁ ପଛରେ ପକାଇ ସେ ଟେଷ୍ଟ କ୍ରିକେଟରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି।

Advertisment

ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ୮୨ ରନ୍‌ର ଇନିଂସ ଖେଳିବା ପରେ ଜୈସୱାଲ ରନ୍ ଆଉଟ୍ ହୋଇଯାଇଥିଲେ। ତେବେ ନିଜ ଇନିଂସରେ ସେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି। ଏହି ରେକର୍ଡ ସହ ସେ କିମ୍ବଦନ୍ତୀ କ୍ରିକେଟର ବିଶ୍ୱନାଥଙ୍କୁ ମଧ୍ୟ ପଛରେ ପକାଇଥିଲେ। ୧୯୭୯ରେ ବିଶ୍ୱନାଥ ଟେଷ୍ଟ କ୍ରିକେଟରେ ୧୩୮୮ ରନ୍ ସ୍କୋର କରିଥିଲେ। ୨୦୦୨ରେ ସଚିନ ଟେଷ୍ଟ କ୍ରିକେଟରେ ୧୩୯୨ ରନ୍ ସ୍କୋର କରିଥିଲେ। ତେବେ ଆଜିର ପାଳି ପରେ ଜୈସୱାଲ ୨୦୨୪ରେ ଏପର୍ଯ୍ୟନ୍ତ ୧୩୯୪ ରନ୍ ସ୍କୋର କରିଛନ୍ତି।

ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ ସ୍କୋର କରିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ଏବେ ବି ଶୀର୍ଷରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେ ୨୦୧୦ରେ ଟେଷ୍ଟ କ୍ରିକେଟରେ ୧୫୬୨ ରନ ସ୍କୋର କରିଥିଲେ। ଯାହା କୌଣସି ଭାରତୀୟ ବ୍ୟାଟରଙ୍କ କ୍ଷେତ୍ରରେ ସର୍ବାଧିକ। ଏହି ତାଲିକାରେ ଦ୍ୱିତୀୟରେ ଥିବା ବୀରେନ୍ଦ୍ର ସେହୱାଗ ୨୦୦୮ ରେ ୧୪୬୨ ରନ୍ ସ୍କୋର କରିଥିଲେ। ସେହିଭଳି ତୃତୀୟ ସ୍ଥାନରେ ମଧ୍ୟ ସେହୱାଗ୍ ଅଛନ୍ତି, ସେ ୨୦୧୦ରେ ଟେଷ୍ଟ କ୍ରିକେଟରେ ୧୪୨୨ ରନ୍ ସ୍କୋର କରିଥିଲେ। ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି, ସେ ୧୯୭୯ରେ ୧୪୦୭ ରନ୍ ସ୍କୋର କରିଥିଲେ।

Advertisment

ବର୍ତ୍ତମାନ ଯଶସ୍ୱୀ ଜୈସୱାଲ ୨୦୨୪ରେ ଏପର୍ଯ୍ୟନ୍ତ ୧୩୯୪ ରନ୍ ସ୍କୋର କରିସାରିଛନ୍ତି। ତାଙ୍କ ନିକଟରେ ଏବେ ଗାଭାସ୍କରଙ୍କୁ ପଛରେ ପକାଇବାର ମଧ୍ୟ ସୁଯୋଗ ରହିଛି। କାରଣ ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଇନିଂସ ଏବେ ବି ବାକି ଅଛି ଏବଂ କିମ୍ବଦନ୍ତୀ ବ୍ୟାଟରଙ୍କୁ ପଛରେ ପକାଇବା ପାଇଁ ଜୈସୱାଲଙ୍କୁ ମାତ୍ର ୧୪ ରନ୍ ଆବଶ୍ୟକ।

India Vs Australia Sachin Tendulkar Border-Gavaskar Trophy Yashasvi Jaiswal IND Vs AUS Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe