ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ। ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କାଥୁନିୟା। ସେ ପୁରୁଷ ଡିସକସ୍ ଥ୍ରୋର ଏଫ ୫୬ ବର୍ଗରେ ଏପରି ସଫଳତା ପାଇଛନ୍ତି। ସେ ୪୨.୨୨ ମିଟର ଦୂରତାକୁ ଡସକସ ଫିଙ୍ଗି ଭାରତକୁ ଅଲିମ୍ପିକ୍ସରେ ଆଉ ଏକ ପଦକ ଭେଟି ଦେଇଛନ୍ତି।
ପ୍ରଥମ ପ୍ରୟାସରେ ସେ ଏତେ ଦୂରକୁ ଡିସକସ ଫିଙ୍ଗିଥିଲେ। ଦ୍ୱିତୀୟ ପ୍ରୟାସରେ ୪୧.୫୦ ମିଟର, ତୃତୀୟ ପ୍ରୟାସରେ ୪୧.୫୫, ୪ର୍ଥ ପ୍ରୟାସରେ ୪୦.୩୩ ମିଟର, ୫ମ ପ୍ରୟାସରେ ୪୦.୮୯ ଓ ଶେଷ ପ୍ରୟାସରେ ୩୯.୬୮ ମିଟର ଦୂରତା ଡିସକସ ଫିଙ୍ଗି ଥିଲେ।
Also Read
ଯୋଗେଶ ଡିସକସ୍ ଥ୍ରୋର ଏଫ ୫୬ ବର୍ଗରେ ରୌପ୍ୟ ଜିତିଥିବା ବେଳେ ବ୍ରାଜିଲର ବାତିସ୍ତା ସ୍ୱର୍ଣ୍ଣ ଜିତିଛନ୍ତି। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଯୋଗେଶ ରୌପ୍ୟ ପଦକ ଜିତିଥିଲେ। ଆଜିର ସଫଳତା ପରେ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି।
ଯୋଗେଶ ପଦକ ଜିତିବା ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ରଣଜୀ ଖେଳିବେ କୋହଲି-ପନ୍ତ! ଦିଲ୍ଲୀ ସମ୍ଭାବ୍ୟ ଦଳରେ ଆସିଲା ନାଁ
କୋହଲି ଓ ପନ୍ତଙ୍କ ବ୍ୟତୀତ ହର୍ଷିତ ରାଣାଙ୍କ ନାଁ ମଧ୍ୟ ଦିଲ୍ଲୀର ସମ୍ଭାବ୍ୟ ଖେଳାଳି ତାଲିକାରେ ରହିଛି।
Cricket
BCCI କଠୋର, ଏଣିକି ଖେଳାଳିଙ୍କ ସାଙ୍ଗରେ ଯାଇପାରିବେନି ପତ୍ନୀ!
ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହି ପାରିବେ ନାହିଁ। ପରିବାରକୁ କେବଳ ଦୁଇ ସପ୍ତାହ ପାଇଁ ରହିବାକୁ ଅନୁମତି ମିଳିବ।
Sports
ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ
ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ଅଧିନାୟକ କମିନ୍ସ ଓ ଜୋଶ ହାଜଲେଉଡ। ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟିମକୁ ନୋର୍କିଆଙ୍କ କମବ୍ୟାକ୍।
Cricket
ଓଡ଼ିଶାର ସୁନା ଝିଅ ପାୟଲ, ହାତ ଗୋଡ଼ ନଥାଇ ବି ତୀରନ୍ଦାଜିରେ ଜିତିଲେ ସ୍ୱର୍ଣ୍ଣ
ଓଡ଼ିଶା ପାଇଁ ସେ ଜାତୀୟ ସିନିୟର ତୀରନ୍ଦାଜି ଚାମ୍ପିୟନଶିପରେ ଜିତିଛନ୍ତି ସ୍ୱର୍ଣ୍ଣ। ହାତ ଗୋଡ଼ ନଥାଇ ବି ସେ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଖୋଦ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋଶାଲ ମିଡିଆରେ ପାୟଲଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
Sports
ଆଉ କିଛିମାସ ନେତୃତ୍ୱ ନେବାକୁ ଚାହୁଁଛନ୍ତି ରୋହିତ! ଚାମ୍ପିୟନ୍ସ ଟ୍ରଫି ପରେ..
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୋହିତ ଆଉ କିଛିମାସ ଅଧିନାୟକ ରହିବାକୁ ଚାହୁଁଥିବା ବିସିସିଆଇକୁ ଜଣାଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିପାରନ୍ତି।