Advertisment

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ରୌପ୍ୟ ଜିତିଲେ ଯୋଗେଶ

ଯୋଗେଶ ଡିସକସ୍‌ ଥ୍ରୋର ଏଫ ୫୬ ବର୍ଗରେ ରୌପ୍ୟ ଜିତିଥିବା ବେଳେ ବ୍ରାଜିଲର ବାତିସ୍ତା ସ୍ୱର୍ଣ୍ଣ ଜିତିଛନ୍ତି।

Yogesh

Yogesh

Advertisment

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ। ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କାଥୁନିୟା। ସେ ପୁରୁଷ ଡିସକସ୍‌ ଥ୍ରୋର ଏଫ ୫୬ ବର୍ଗରେ ଏପରି ସଫଳତା ପାଇଛନ୍ତି। ସେ ୪୨.୨୨ ମିଟର ଦୂରତାକୁ ଡସକସ ଫିଙ୍ଗି ଭାରତକୁ ଅଲିମ୍ପିକ୍ସରେ ଆଉ ଏକ ପଦକ ଭେଟି ଦେଇଛନ୍ତି।

Advertisment

ପ୍ରଥମ ପ୍ରୟାସରେ ସେ ଏତେ ଦୂରକୁ ଡିସକସ ଫିଙ୍ଗିଥିଲେ। ଦ୍ୱିତୀୟ ପ୍ରୟାସରେ ୪୧.୫୦ ମିଟର, ତୃତୀୟ ପ୍ରୟାସରେ ୪୧.୫୫, ୪ର୍ଥ ପ୍ରୟାସରେ ୪୦.୩୩ ମିଟର, ୫ମ ପ୍ରୟାସରେ ୪୦.୮୯ ଓ ଶେଷ ପ୍ରୟାସରେ ୩୯.୬୮ ମିଟର ଦୂରତା ଡିସକସ ଫିଙ୍ଗି ଥିଲେ।

ଯୋଗେଶ ଡିସକସ୍‌ ଥ୍ରୋର ଏଫ ୫୬ ବର୍ଗରେ ରୌପ୍ୟ ଜିତିଥିବା ବେଳେ ବ୍ରାଜିଲର ବାତିସ୍ତା ସ୍ୱର୍ଣ୍ଣ ଜିତିଛନ୍ତି। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଯୋଗେଶ ରୌପ୍ୟ ପଦକ ଜିତିଥିଲେ। ଆଜିର ସଫଳତା ପରେ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

Advertisment

ଯୋଗେଶ ପଦକ ଜିତିବା ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ  

Paris Paralympics 2024 Paris Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe