Advertisment

ଇଂଲଣ୍ଡ ଗସ୍ତ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ପ୍ରକୃତ ପରୀକ୍ଷା: ୟୁସୁଫ୍‌

କରାଚି: ଆଗାମୀ ଇଂଲଣ୍ଡ ଗସ୍ତ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ପ୍ରକୃତ ପରୀକ୍ଷାର ବେଳ। ଯେହେତୁ ୟୁଏଇ ପରି ଘରୋଇ ପରିବେଶରେ ପାକିସ୍ତାନ ଗତ କିଛି ବର୍ଷ ହେବ ଖେଳିବାରେ ଅଭ୍ୟସ୍ତ ଅଛି ଏହା ଦଳ ପାଇଁ କଷ୍ଟକର ହୋଇପାରେ। ସୋମବାର ଏହା କହିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ୍‌। ସେ କହିଛନ୍ତି,“ସଦ୍ୟ ପ୍ରକାଶିତ ଆଇସିସି ଦଳଗତ ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆ ଓ ଭାରତ ପରେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଏହା କେବଳ ସମ୍ଭବ ହୋଇଛି […]

ଇଂଲଣ୍ଡ ଗସ୍ତ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ପ୍ରକୃତ ପରୀକ୍ଷା: ୟୁସୁଫ୍‌

yusuf

Advertisment

କରାଚି: ଆଗାମୀ ଇଂଲଣ୍ଡ ଗସ୍ତ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ପ୍ରକୃତ ପରୀକ୍ଷାର ବେଳ। ଯେହେତୁ ୟୁଏଇ ପରି ଘରୋଇ ପରିବେଶରେ ପାକିସ୍ତାନ ଗତ କିଛି ବର୍ଷ ହେବ ଖେଳିବାରେ ଅଭ୍ୟସ୍ତ ଅଛି ଏହା ଦଳ ପାଇଁ କଷ୍ଟକର ହୋଇପାରେ। ସୋମବାର ଏହା କହିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ୍‌।

Advertisment

ସେ କହିଛନ୍ତି,“ସଦ୍ୟ ପ୍ରକାଶିତ ଆଇସିସି ଦଳଗତ ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆ ଓ ଭାରତ ପରେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଏହା କେବଳ ସମ୍ଭବ ହୋଇଛି ଦୁବାଇ,ଆବୁଧାବୀ ଓ ଶାରଜାହ ପରି ଘରୋଇ ପରିବେଶ କାରଣରୁ। ଗତ ୨୦୦୯ ମସିହା ମାର୍ଚ୍ଚରେ ଲାହୋରରେ ଶ୍ରୀଲଙ୍କା-ପାକିସ୍ତାନ ଖେଳୁଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ବହୁ ମ୍ୟାଚ୍‌ ପାକିସ୍ତାନ ବଦଳରେ ଉପରୋକ୍ତ ଷ୍ଟାଡିୟମ ଗୁଡିକରେ ଅନୁଷ୍ଠିତ ହେଉଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ପାକିସ୍ତାନ ଦଳ ୟୁଏଇରେ ଟେଷ୍ଟ ଖେଳିବା ପରଠାରୁ ଦଳରେ ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ଇଂଲଣ୍ଡ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି । ତେଣୁ ଏହି ଗସ୍ତ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ପରୀକ୍ଷାର ବେଳ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe