Advertisment

ଯୁବରାଜ ଆଗକୁ ଭଲ ଖେଳିବେ: ଡୁମିନି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ନିଜ ପ୍ରଶଂସକଙ୍କୁ ନିରାଶ କରି ଚାଲିଛନ୍ତି ଯୁବରାଜ ସିଂହ। ଏହି ଆଇପିଏଲରେ ସବୁଠୁ ଦାମୀ ଖେଳାଳି ଯୁବରାଜ (୧୬ କୋଟି ଟଙ୍କାରେ ନିଲାମ ହୋଇଛନ୍ତି) ଖେଳୁଛନ୍ତି ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ। ଦିଲ୍ଲୀ ଡେୟାର ଡେଭିଲ୍ସ ଏଯାବତ ୭ଟି ମ୍ୟାଚ ଖେଳିଥିବା ବେଳେ ୩ଟି ଜିତିଛି ଓ ୪ଟିରେ ହାରିଯାଇଛି। ହେଲେ ଏହି ୭ଟି ମ୍ୟାଚରୁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚକୁ ଛାଡ଼ି ଦେଲେ ଆଉ କେଉଁଥିରେ ଆକର୍ଷଣୀୟ ପାଳି ଖେଳି […]

ଯୁବରାଜ ଆଗକୁ ଭଲ ଖେଳିବେ: ଡୁମିନି

duminyyuvrajsingh

Advertisment

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ନିଜ ପ୍ରଶଂସକଙ୍କୁ ନିରାଶ କରି ଚାଲିଛନ୍ତି ଯୁବରାଜ ସିଂହ। ଏହି ଆଇପିଏଲରେ ସବୁଠୁ ଦାମୀ ଖେଳାଳି ଯୁବରାଜ (୧୬ କୋଟି ଟଙ୍କାରେ ନିଲାମ ହୋଇଛନ୍ତି) ଖେଳୁଛନ୍ତି ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ। ଦିଲ୍ଲୀ ଡେୟାର ଡେଭିଲ୍ସ ଏଯାବତ ୭ଟି ମ୍ୟାଚ ଖେଳିଥିବା ବେଳେ ୩ଟି ଜିତିଛି ଓ ୪ଟିରେ ହାରିଯାଇଛି। ହେଲେ ଏହି ୭ଟି ମ୍ୟାଚରୁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚକୁ ଛାଡ଼ି ଦେଲେ ଆଉ କେଉଁଥିରେ ଆକର୍ଷଣୀୟ ପାଳି ଖେଳି ପାରନାହାନ୍ତି ଯୁବରାଜ ସିଂହ। ଉକ୍ତ ମ୍ୟାଚରେ ସେ ୩୯ ବଲରେ ୫୫ ରନ୍ ସଂଗ୍ରହ କରିଥିଲେ। ତେବେ ଗତକାଲି ସେ ପୁଣି ଦଳକୁ ନିରାଶ କରିଥିଲେ। ଗତକାଲି ରୋୟାଲ୍ସ ଚାଲେଞ୍ଜର୍ସ ବାଙ୍ଗଲୋର ବିପକ୍ଷରେ ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି ମାତ୍ର ୯୫ ରନ୍ ସଂଗ୍ରହ କରିଥିଲା। ୧୮.୨ ଓଭରରେ ଦଳ ଅଲ୍ ଆଉଟ୍ ହୋଇଯାଇଥିଲା। ବାଙ୍ଗାଲୋରଠାରୁ ୧୦ ୱିକେଟରେ ଦିଲ୍ଲୀ ଏହି ମ୍ୟାଚ୍ ହାରିଯାଇଥିବା ବେଳେ ଯୁବରାଜଙ୍କ ଯୋଗଦାନ ଥିଲା ମାତ୍ର ୨ ରନ୍। ଏହା ପରେ ତାଙ୍କ ସମାଲୋଚକମାନଙ୍କ ସଂଖ୍ୟା ବଢ଼ିଯାଇଛି। ଅନ୍ୟପକ୍ଷରେ ଏଭଳି ପରିସ୍ଥିତିରେ ଯୁବରାଜଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରିଛନ୍ତି ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକ ଜେ.ପି ଡୁମିନି। ସେ ଯୁବରାଜଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଡୁମିନି କହିଛନ୍ତି, ଦଳର ପରାଜୟ ପାଇଁ କେବଳ ଯୁବରାଜଙ୍କୁ ଦୋଷ ଦେଇ ହେବନି । ତାଙ୍କୁ ସମାଲୋଚନା କରିବା ସହଜ। ହେଲେ ଆମେ ଯେଉଁ ମ୍ୟାଚଗୁଡ଼ିକରେ ଭଲ କରିଛୁ ସେଥିରେ ଯୁବରାଜଙ୍କୁ ବଡ଼ କିଛି କରିବାକୁ ସୁଯୋଗ ମିଳି ନ ଥିଲା।

Advertisment

ଡୁମିନି ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ପାଇଁ ଯୁବରାଜ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚଗୁଡ଼ିକରେ ସେ ଭଲ ପ୍ରଦର୍ଶନ କରିବେ। ଏ ବିଶ୍ୱାସ ତାଙ୍କର ଅଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe