Advertisment

ପୁଣି ଟିମ୍‌କୁ ଫେରିବେ ଯୁବରାଜ !

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରିଥିବା ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ଯୁବରାଜ ସିଂହ ଏବେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଦଳରେ ସ୍ଥାନ ମିଳୁନାହିଁ। କିନ୍ତୁ ୩୬ ବର୍ଷୀୟ ଯୁବରାଜ ଏଥିରେ ହାର୍‌ ନମାନି ପୁଣି କମ୍‌ ବ୍ୟାକ୍‌ କରିବାକୁ ସଙ୍କେତ ଦେଇଛନ୍ତି। ଟିମ୍‌ ଇଣ୍ଡିଆ ପାଇଁ ଯୁବରାଜ ଶେଷଥର ପାଇଁ ୨୦୧୭ ମସିହା ଜୁନ୍‌ ୩୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ। ତେବେ […]

author-image
Hemant Lenka
ଅଦ୍ୟତନ ହୋଇଛି
ପୁଣି ଟିମ୍‌କୁ ଫେରିବେ ଯୁବରାଜ !

yvi

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରିଥିବା ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ଯୁବରାଜ ସିଂହ ଏବେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଦଳରେ ସ୍ଥାନ ମିଳୁନାହିଁ। କିନ୍ତୁ ୩୬ ବର୍ଷୀୟ ଯୁବରାଜ ଏଥିରେ ହାର୍‌ ନମାନି ପୁଣି କମ୍‌ ବ୍ୟାକ୍‌ କରିବାକୁ ସଙ୍କେତ ଦେଇଛନ୍ତି।

Advertisment

ଟିମ୍‌ ଇଣ୍ଡିଆ ପାଇଁ ଯୁବରାଜ ଶେଷଥର ପାଇଁ ୨୦୧୭ ମସିହା ଜୁନ୍‌ ୩୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ। ତେବେ ବୟସ ହୋଇଯାଇଥିବାରୁ ଯୁବରାଜ ଆଉ ଖେଳିବା ଠିକ୍‌ ନୁହେଁ  ବୋଲି ଅନେକ ସମାଲୋଚନା କରିଥିଲେ। ସୋଶାଲ୍‌ ମଡିଆରେ ମଧ୍ୟ ଯୁବିଙ୍କୁ ଟ୍ରଲିଂର ଶିକାର ହେବାକୁ ପଡ଼ିଥିଲା। ହେଲେ ଯୁବରାଜ ଏବେ ନିଜ ଶୈଳୀରେ ସମାଲୋଚକଙ୍କୁ ଜବାବ୍‌ ଦେଇଛନ୍ତି।

ପୂର୍ବରୁ କ୍ୟାନସର୍‌ ଭଳି ରୋଗରୁ ଭଲ ହୋଇ ଇଣ୍ଟରନ୍ୟାଶନାଲ୍‌ କ୍ରିକେଟ୍‌କୁ ଫେରିଥିବା ଯୁବରାଜ ଏବେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଯୁବରାଜ ଭିଡିଓ ପୋଷ୍ଟ କରିବା ସହ ଏଥିରେ ଲେଖିଛନ୍ତି,“ଗତବର୍ଷ କେତେକ କହିଥିଲେ, ପାୱାର ଟ୍ରେନିଂ ନେବାକୁ ମୁଁ ଅକ୍ଷମ ଏବଂ ପ୍ରତିଦିନ କେବଳ ରୁଟିନ୍‌ ଟ୍ରେନିଂ ନେଇପାରିବି। କିନ୍ତୁ ଏକଥା ଭାବିବା ଭୁଲ ଯେ ମୁଁ ପାୱାର ଟ୍ରେନିଂ ନେଇପାରିବି ନାହିଁ। ମୋ ଗୋଲ୍‌ରେ ପହଞ୍ଚିବା ଯାଏ ମୁଁ ପରିଶ୍ରମ କରି ଚାଲିଥିବି। ମୁଁ ପୁଣିଥରେ ବ୍ୟାକ୍‌ କରିଛି। ଏଥର ପାୱାର ଟ୍ରେନିଂ ମଧ୍ୟ କରୁଛି। ତେଣୁ କେବେ ଭାବିବା ଠିକ୍‌ ନୁହେଁ ଯେ, ନୂଆ କଥା ଶିଖିବା ପାଇଁ ବୟସ୍‌ କେବେ ହେଲେ ବାଧକ ସାଜିବ। ନୂଆ ଜିନିଷ ଶିଖି କେମିତି ଶୀର୍ଷରେ ପହଞ୍ଚି ହେବ, ମୁଁ ଭଲ ଭାବେ ଜାଣେ।”

ଯୁବରାଜ ଭାରତ ପାଇଁ ୩୦୪ଟି ଦିନିକିଆ ମ୍ୟାଚ୍‌ ଖେଳି ୩୬.୫୫ ହାରରେ ୮୭୦୧ ରନ୍‌ କରିଛନ୍ତି। ତାଙ୍କ ସର୍ବାଧିକ ସ୍କୋର ହେଉଛି ୧୫୦। ଏଥିସହ ଯୁବରାଜ ଭାରତ ପାଇଁ ୪୦ଟି ଟେଷ୍ଟ୍‌ ଓ ୫୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହି ବାମହାତୀ ଅଲରାଉଣ୍ଡରଙ୍କୁ ୨୦୧୨ରେ ଅର୍ଜୁନ ପୁରସ୍କାର ମିଳିଥିଲା।

୨୦୧୧ ବିଶ୍ୱକପ୍‌ରେ ଯୁବରାଜ ମ୍ୟାନ୍‌ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ।