/odisha-reporter/media/post_attachments/uploadimage/library/16_9/16_9_0/Daughter_1692976006.jpg)
Daughter
ବିଶ୍ୱକପ ବିଜେତା ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପୁଣି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ହାଜେଲ କିଚ୍ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଯୁବରାଜ ଓ ହାଜେଲ ମିଳିତ ଭାବେ ଝିଅର ନାଁ ଅଉରା ରଖିଛନ୍ତି।
ପତ୍ନୀ ଓ ଦୁଇ ପିଲାଙ୍କ ସହ ଫଟୋ ଶେୟାର କରି ଯୁବରାଜ ନିଜ ଝିଅ ସମ୍ପର୍କରେ ପୂରା ବିଶ୍ୱକୁ ଅବଗତ କରାଇଛନ୍ତି। ସେ କହିଛନ୍ତି, ନିଦ୍ରାହୀନ ରାତି ଶେଷରେ ଅନେକ ଖୁସି ଆଣି ଦେଇଛି। ଆମେ ଆମ ଲିଟିଲ ପ୍ରିନ୍ସକୁ ସ୍ୱାଗତ କରୁଛୁ ଓ ଏବେ ଆମ ପରିବାର ସଂପୂର୍ଣ୍ଣ ହୋଇଛି ବୋଲି ଯୁବରାଜ ଫଟୋ ଶେୟାର କରି କହିଛନ୍ତି।
୨୦୧୬ରେ ଯୁବରାଜ ଓ ହାଜେଲ ବିବାହ କରିଥିଲେ। ଗତବର୍ଷ ହାଜେଲ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେମାନେ ପୁଅର ନାଁ ଓରିଅନ ରଖିଥିଲେ। ଏବେ ଯୁବରାଜ ତାଙ୍କ ଝିଅଙ୍କ ନାଁ ଅଉରା ରଖିଛନ୍ତି।
ଯୁବରାଜ ଦ୍ୱିତୀୟ ସନ୍ତାନର ବାପା ହୋଇଥିବାରୁ ତାଙ୍କୁ ସାନିଆ ମିର୍ଜାଙ୍କ ଠାରୁ ଆରମ୍ଭ କରି ରିଚା ଚଡ୍ଡାଙ୍କ ଯାଏ ଅନେକ ସେଲିବ୍ରେଟି ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।
ଭାରତୀୟ କ୍ରିକେଟର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବେ ଜଣାଶୁଣା ଯୁବରାଜ ସିଂହ ଦେଶ ପାଇଁ ୪୦୨ଟି ମ୍ୟାଚ ଖେଳିଛନ୍ତି। ଏହା ମଧ୍ୟରେ ୪୦ଟି ଟେଷ୍ଟ ମଧ୍ୟ ରହିଛି। ସେ ୩୩.୯୨ ହାରରେ ୧୯୦୦ ରନ ମଧ୍ୟ କରିଛନ୍ତି।
ଦିନିକିଆରେ ସେ ୩୦୪ ମ୍ୟାଚ୍ ଖେଳି ୮୭୦୧ ରନ କରିଥିଲେ। ଏହା ମଧ୍ୟରେ ୧୪ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ରହିଛି। ଟି-୨୦ରେ ୬ ଛକା ମାରିବାର ରେକର୍ଡ ଯୁବରାଜ ସିଂହଙ୍କ ନାଁରେ ରହିଛି। ଏହି ଫର୍ମାଟରେ ସେ ଦେଶ ପାଇଁ ୫୮ଟି ମ୍ୟାଚରେ ପ୍ରତିନିଧିତ୍ୱ କରି ୧୧୭୭ ରନ କରିଛନ୍ତି।
ଆଇପିଏଲରେ ମଧ୍ୟ ସେ ଦୀର୍ଘ ୧୨ ବର୍ଷ ଧରି ବିଭିନ୍ନ ଟିମ ପଟୁ ଖେଳି ନିଜର ଛାପ ଛାଡ଼ିଛନ୍ତି। ସେ ୧୩ଟି ଅର୍ଦ୍ଧଶତକ ସହ ଆଇପିଏଲରେ ମୋଟ ୨୭୫୦ ରନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
