Advertisment

ଚୂଡ଼ାନ୍ତ ଏଦାଦଶରେ ସ୍ଥାନ ପାଇନଥିଲେ, କିନ୍ତୁ ହେଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍

କ୍ୟାନବେରା: ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟରେ ୧୫୦ ରନ୍ କରି ପରାସ୍ତ ହୋଇଛି। ଭାରତକୁ ଏହି ମ୍ୟାଚରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ବହନ କରିଛନ୍ତି ୟୁଜବେନ୍ଦ୍ର ଚହଲ୍, ଯିଏ ୩ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଅଧିକ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଚୂଡ଼ାନ୍ତ ଏଦାଦଶରେ ସ୍ଥାନ ପାଇନଥିଲେ, କିନ୍ତୁ ହେଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍

chahal1

କ୍ୟାନବେରା: ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟରେ ୧୫୦ ରନ୍ କରି ପରାସ୍ତ ହୋଇଛି। ଭାରତକୁ ଏହି ମ୍ୟାଚରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ବହନ କରିଛନ୍ତି ୟୁଜବେନ୍ଦ୍ର ଚହଲ୍, ଯିଏ ୩ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

ଅଧିକ ପଢନ୍ତୁ : ମ୍ୟାଚ୍ ପୂର୍ବରୁ କାନ୍ଦିଲେ ରୋଚ୍, କୁଣ୍ଢାଇ ପକାଇଲେ ୱିଲିୟମସନ୍

https://twitter.com/BCCI/status/1334804578143911936?s=20

ଏହି ପ୍ରଶ୍ନ ଉଠୁଛି, ଚହଲ୍ ତ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ହଠାତ୍ କେମିତି ସେ ବୋଲିଂ କରିବାକୁ ଆସି ଭାରତ ବିଜୟର ହିରୋ ସାଜିଗଲେ। ଭାରତ ପାଇଁ ଜାଡେଜା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୩ ବଲରେ ୪୪ ରନର ଇନିଂସ୍ ଖେଳି ନିଜ ଟିମ୍‌କୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କିନ୍ତୁ ବ୍ୟାଟିଂ କରୁଥିବା ବେଳେ ମିଚେଲ୍ ଷ୍ଟାର୍କଙ୍କ ଏକ ବାଉନ୍ସର ଜାଡେଜାଙ୍କ ହେଲମେଟରେ ବାଜିଥିଲା। ଯାହା ପରେ ସେ ବୋଲିଂ କରିବାକୁ ଆସିପାରିନଥିଲେ। ଫଳରେ ଜାଡେଜାଙ୍କ ସ୍ଥାନରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ଚହଲ୍ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ, ଯାହାକୁ ନେଇ ଆପତ୍ତି କରିଥିଲେ ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ୍ ଲାଙ୍ଗର।

https://twitter.com/FoxCricket/status/1334809935230586881?s=20

ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ ହେବା ପୂର୍ବରୁ ଲାଙ୍ଗର ମ୍ୟାଚ୍ ରେଫରୀ ଡେଭଡ୍ ବୁନଙ୍କ ସହ ଏନେଇ ଯୁକ୍ତିତର୍କ କରିଥିଲେ। କିନ୍ତୁ ବୁନ୍ ଏହି ନିଷ୍ପତ୍ତିରେ ଅଟଳ ରହି ଚହଲଙ୍କୁ ବୋଲିଂ କରିବାକୁ ଅନୁମତି ଦେଇଥିଲେ। ଗ୍ରାଉଣ୍ଡକୁ ଆସିବା ମାତ୍ରକେ ଚହଲ୍ ନିଜର ଯାଦୁ ଦେଖାଇଥିଲେ ଏବଂ ହାରୁଥିବା ମ୍ୟାଚରେ ଭାରତକୁ ଜିତାଇ ହିରୋ ସାଜିଥିଲେ।

Advertisment

ସୂଚନାଯୋଗ୍ୟ, ଆଇସିସିର ନିୟମ ମୁତାବକ, ମ୍ୟାଚ୍ ଚାଲିଥିବା ବେଳେ ଯଦି ଖେଳାଳିଙ୍କ ମୁଣ୍ଡରେ କୌଣସି ଆଘାତ ଲାଗେ, ତାହେଲେ ଏଥିରେ କନକସନ୍ ସବ୍‌ଷ୍ଟିଚ୍ୟୁଟ୍ ବ୍ୟବହାର କରାଯାଇପାରିବ। ଅର୍ଥାତ୍ ଆହତ ଖେଳାଳିଙ୍କ ସ୍ଥାନରେ ବଦଳ ଖେଳାଳିଙ୍କୁ ଟିମ୍‌ରେ ନିଆଯାଇପାରିବ।

Indian Cricket Team Cricket