Advertisment

ବାହା ହେଲେ ଚହଲ୍, ଜାଣନ୍ତୁ କନ୍ୟା କିଏ?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରୁ ଫେରିବାର କିଛି ଦିନ ପରେ ଭାରତୀୟ ଦଳର ଷ୍ଟାର୍ ସ୍ପିନର ୟୁଜବେନ୍ଦ୍ର ଚହଲ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ କୋରିଓଗ୍ରାଫର ଏବଂ ୟୁଟ୍ୟୁବର୍ ଧନଶ୍ରୀ ବର୍ମାଙ୍କ ସହ ମଙ୍ଗଳବାର ସାତ ଫେରେ ନେଇଛନ୍ତି। ଚହଲ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଶେଆର୍ କରି ଏହାର ସୂଚନା ଦେଇଛନ୍ତି। ଚଳିତ ବର୍ଷ ଆଇପିଏଲ୍ ଖେଳିବା ପାଇଁ ଦୁବାଇ ଯିବା ପୂର୍ବରୁ ଅଗଷ୍ଟମାସରେ ଚହଲ୍ ଧନଶ୍ରୀଙ୍କ ସହ ନିର୍ବନ୍ଧ କରି ସମସ୍ତଙ୍କୁ ସରପ୍ରାଇଜ୍ କରିଦେଇଥିଲେ। […]

ଅଦ୍ୟତନ ହୋଇଛି
ବାହା ହେଲେ ଚହଲ୍, ଜାଣନ୍ତୁ କନ୍ୟା କିଏ?

chahahal

Advertisment

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରୁ ଫେରିବାର କିଛି ଦିନ ପରେ ଭାରତୀୟ ଦଳର ଷ୍ଟାର୍ ସ୍ପିନର ୟୁଜବେନ୍ଦ୍ର ଚହଲ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ କୋରିଓଗ୍ରାଫର ଏବଂ ୟୁଟ୍ୟୁବର୍ ଧନଶ୍ରୀ ବର୍ମାଙ୍କ ସହ ମଙ୍ଗଳବାର ସାତ ଫେରେ ନେଇଛନ୍ତି। ଚହଲ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଶେଆର୍ କରି ଏହାର ସୂଚନା ଦେଇଛନ୍ତି।

Advertisment

ଚଳିତ ବର୍ଷ ଆଇପିଏଲ୍ ଖେଳିବା ପାଇଁ ଦୁବାଇ ଯିବା ପୂର୍ବରୁ ଅଗଷ୍ଟମାସରେ ଚହଲ୍ ଧନଶ୍ରୀଙ୍କ ସହ ନିର୍ବନ୍ଧ କରି ସମସ୍ତଙ୍କୁ ସରପ୍ରାଇଜ୍ କରିଦେଇଥିଲେ। ଏହି ଦମ୍ପତି ସୋଶାଲ ମିଡିଆରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଥିଲେ। ନିର୍ବନ୍ଧ ପୂର୍ବରୁ ଚହଲ୍ ଓ ଧନଶ୍ରୀ ନିଜର ସମ୍ପର୍କକୁ ସାର୍ବଜନୀନ କରିନଥିଲେ। ନିକଟରେ ଧନଶ୍ରୀଙ୍କୁ ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ଶ ସଂସ୍କରଣରେ ଦେଖିବାକୁ ମିଳିଥିଲା।

Advertisment

୩୦ ବର୍ଷୀୟ ଏହି ଭାରତୀୟ ସ୍ପିନର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ୧୬୦ ରନ୍ ଦେଇ ମାତ୍ର ୨ଟି ୱିକେଟ୍ ନେଇଥିଲେ। ତେବେ ପ୍ରଥମ ଟି-୨୦ ମ୍ୟାଚରେ ସେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ଖେଳି ୩ଟି ସଫଳତା ହାସଲ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe