Advertisment

ଟମାଟୋ ଚାଷ କରୁଛନ୍ତି ସଚିନଙ୍କୁ ଆଉଟ୍ କରିଥିବା ବୋଲର୍

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ୍ ଆଖ୍ୟା ଦିଆଯାଇଛି। ତାଙ୍କୁ ଆଉଟ୍ କରିବା ସବୁ ବୋଲରଙ୍କ ପାଇଁ ସ୍ୱପ୍ନ ଥିଲା। ୯୦ଦଶନ୍ଧିରୁ ଆରମ୍ଭ କରି ୨୦୧୩ ପର୍ଯ୍ୟନ୍ତ ଯେଉଁ ବୋଲର ସଚିନଙ୍କ ୱିକେଟ୍‌ ନେବାରେ ସଫଳ ହେଉଥିଲେ, ସେ ରାତାରାତି ଷ୍ଟାର୍ ବନି ଯାଉଥିଲେ। କିନ୍ତୁ ଏମିତି କିଛି କ୍ରିକେଟର୍ ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ସଚିନଙ୍କ ଭଳି ମହାନ୍ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ସଫଳ ତ ହୁଅନ୍ତି, କିନ୍ତୁ ସନ୍ନ୍ୟାସ ପରେ […]

ଅଦ୍ୟତନ ହୋଇଛି
ଟମାଟୋ ଚାଷ କରୁଛନ୍ତି ସଚିନଙ୍କୁ ଆଉଟ୍ କରିଥିବା ବୋଲର୍

sachin

Advertisment

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ୍ ଆଖ୍ୟା ଦିଆଯାଇଛି। ତାଙ୍କୁ ଆଉଟ୍ କରିବା ସବୁ ବୋଲରଙ୍କ ପାଇଁ ସ୍ୱପ୍ନ ଥିଲା। ୯୦ଦଶନ୍ଧିରୁ ଆରମ୍ଭ କରି ୨୦୧୩ ପର୍ଯ୍ୟନ୍ତ ଯେଉଁ ବୋଲର ସଚିନଙ୍କ ୱିକେଟ୍‌ ନେବାରେ ସଫଳ ହେଉଥିଲେ, ସେ ରାତାରାତି ଷ୍ଟାର୍ ବନି ଯାଉଥିଲେ। କିନ୍ତୁ ଏମିତି କିଛି କ୍ରିକେଟର୍ ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ସଚିନଙ୍କ ଭଳି ମହାନ୍ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ସଫଳ ତ ହୁଅନ୍ତି, କିନ୍ତୁ ସନ୍ନ୍ୟାସ ପରେ ପ୍ରଶଂସକ ତାଙ୍କୁ ଭୁଲି ଯାଆନ୍ତି। ଆମେ କହୁଛୁ ଜିମ୍ବାୱେର ଏଡୋ ବ୍ରାଣ୍ଡେସଙ୍କ କଥା।

Advertisment

ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ସଚିନଙ୍କୁ ଦୁଇଥର ଆଉଟ୍ କରିଥିବା ବ୍ରାଣ୍ଡେସ୍ ଏବେ କ'ଣ କରୁଛନ୍ତି? କ୍ରିକେଟକୁ ଅଲବିଦା କହିବା ପରେ ବ୍ରାଣ୍ଡେସ୍ ଜିମ୍ବାୱେ ଛାଡ଼ିଥିଲେ ଏବଂ ଅଷ୍ଟ୍ରେଲିଆରେ ବାସ କରିଥିଲେ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେ ୬ ବର୍ଷ ପର୍ଯ୍ୟନ୍ତ ଏକ ଲୋକାଲ୍ ଟିମର କୋଚ୍ ଭାବେ କାମ କରିଥିଲେ। ନିଜ କୋଚିଂ ବଳରେ ସେ ଟିମକୁ ବ୍ରିସବେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଜିତାଇଥିଲେ। କିନ୍ତୁ କୋଚିଂ କାମ ବ୍ରାଣ୍ଡେସଙ୍କୁ ଭଲ ଲାଗିନଥିଲା।

publive-imageକୋଚିଂ ଛାଡ଼ି ବ୍ରାଣ୍ଡେସ୍ ଚାଷ କରିବାକୁ ମନସ୍ଥ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟକିପର ଇଆନ୍ ହିଲୀ ସହାୟତା କରିଥିଲେ। ହିଲୀ ଅଷ୍ଟ୍ରେଲିଆରେ ଚାଷ କରୁଥିବା ଲୋକଙ୍କ ସହ ବ୍ରାଣ୍ଡେସଙ୍କୁ ସାକ୍ଷାତ କରାଇଥିଲେ। ସେଠାରେ ଚାଷ କରିବା ପାଇଁ ତାଙ୍କୁ କ୍ଷେତ ମଧ୍ୟ ମିଳିଥିଲା। ଏବେ ବ୍ରାଣ୍ଡେସ୍ ଟମାଟୋ ଚାଷ କରି ନିଜ ପରିବାରର ଭରଣପୋଷଣ କରୁଛନ୍ତି। ବ୍ରାଣ୍ଡେସ୍ ଗୋଟିଏ ସପ୍ତାହରେ ୧୦୦ ଟନ୍ ଟମାଟୋ ଉତ୍ପାଦନ କରୁଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ, ବ୍ରାଣ୍ଡେସ ପୂର୍ବରୁ ଚିକେନ୍ ଫାର୍ମର ବ୍ୟବସାୟ ମଧ୍ୟ କରିସାରିଛନ୍ତି।

Advertisment

ବ୍ରାଣ୍ଡେସ୍ ନିଜ କ୍ୟାରିୟରରେ ଜିମ୍ବାୱେ ପକ୍ଷରୁ ୧୦ ଟେଷ୍ଟ ଓ ୫୯ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୯୦ ଦଶନ୍ଧିରେ ବ୍ରାଣ୍ଡେସଙ୍କର ଖୁବ୍ ନାଁ ଥିଲା। ଅନ୍ତର୍ଜାତୀୟ କ୍ୟାରିୟରରେ ବ୍ରାଣ୍ଡେସ ୯୬ ୱିକେଟ୍‌ ନେଇଛନ୍ତି। ଟେଷ୍ଟରେ ତାଙ୍କ ନାଁରେ ୨୬ ଏବଂ ଦିନିକିଆରେ ୭୦ ୱିକେଟ୍‌ ହାସଲ କରିଛନ୍ତି। ସେ ନିଜ କ୍ୟାରିୟରରେ ସଚିନଙ୍କୁ ଦୁଇଥର ଆଉଟ୍ କରିଛନ୍ତି। ଭାରତ ବିପକ୍ଷରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା। ଭାରତ ବିପକ୍ଷରେ ସେ ୧୪ ୱିକେଟ୍‌ ନେଇଛନ୍ତି।

୧୯୯୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଷ୍ଟାଣ୍ଡାର୍ଡ ବ୍ୟାଙ୍କ ତ୍ରିରାଷ୍ଟ୍ରୀୟ ସିରିଜରେ ବ୍ରାଣ୍ଡେସ୍ ଭାରତ ବିପକ୍ଷରେ ୭ଟି ୱିକେଟ୍ ନେଇଥିଲେ। ବ୍ରାଣ୍ଡେସଙ୍କ କାରଣରୁ ଏହି ସିରିଜରେ ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ଟାଇ ହୋଇଥିଲା। ଏହି ମ୍ୟାଚରେ ବ୍ରାଣ୍ଡେସ ୫ଟି ୱିକେଟ୍ ନେଇଥିଲେ। ହୁଏତ ବ୍ରାଣ୍ଡେସ ଜିମ୍ବାୱେ ପକ୍ଷରୁ ଅଧିକ ମ୍ୟାଚ୍ ଖେଳିନାହାନ୍ତି, କିନ୍ତୁ ସେ ନିଜର ବୋଲିଂ ଦ୍ୱାରା ଜିମ୍ବାୱେ କ୍ରିକେଟରେ ସ୍ୱନ୍ତ୍ର ଛାପ ଛାଡ଼ିଛନ୍ତି।

ବ୍ରାଣ୍ଡେସ ୧୯୯୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଶେଷ ଦିନିକିଆ ଖେଳିଥିଲେ। ୧୯୯୨ ବିଶ୍ୱକପରେ ବ୍ରାଣ୍ଡେସଙ୍କ ଦମଦାର ବୋଲିଂ ବଳରେ ଜିମ୍ବାୱେ ଇଂଲଣ୍ଡକୁ ୯ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ବ୍ରାଣ୍ଡେସ୍ ୨୧ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe