Advertisment

ହ୍ୟାକରର ଦାବି, ଲିକ୍ ହୋଇଛି ୮୧ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ!

କୋଭିଡ ପରୀକ୍ଷଣ ସମୟରେ କୋଟି କୋଟି ଲୋକଙ୍କ ତଥ୍ୟ ସଂଗୃହିତ କରିଥିବା ଆଇସିଏମଆରର ୱେବରୁ ଏହିସବୁ ଡାଟା ଲିକ୍ କରାଯାଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଦେଶରେ ସବୁଠାରୁ ବଡ଼ ହ୍ୟାକିଂ। ୮୧ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଗୋପନ ତଥ୍ୟା ଲିକ୍ ହୋଇଛି। ଲିକ୍ ହୋଇଥିବା ଡାଟା ଆଇସିଏମ୍ଆରର ବୋଲି ଜଣାପଡ଼ିଛି। କୋଭିଡ ପରୀକ୍ଷଣ ସମୟରେ କୋଟି କୋଟି ଲୋକଙ୍କ ତଥ୍ୟ ସଂଗୃହୀତ କରିଥିବା ଆଇସିଏମଆରର ୱେବରୁ ଏହିସବୁ ଡାଟା ଲିକ୍ କରାଯାଇଛି।

Advertisment

ତେବେ ଲିକ୍‌ର କେନ୍ଦ୍ରସ୍ଥଳ କେଉଁଠି, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ହ୍ୟାକରଙ୍କ ଦ୍ୱାରା ଶେଆର୍ କରାଯାଇଥିବା ତଥ୍ୟ ଅନୁଯାୟୀ, ଚୋରି ହୋଇଥିବା ତଥ୍ୟରେ ଲୋକଙ୍କର ଆଧାର ଏବଂ ପାସପୋର୍ଟର ବିବରଣୀ ସହିତ ଲକ୍ଷ ଲକ୍ଷ ଭାରତୀୟଙ୍କ ନାମ, ଫୋନ୍ ନମ୍ବର ସହ ଅସ୍ଥାୟୀ ଓ ସ୍ଥାୟୀ ଠିକଣା ରହିଛି। କୋଭିଡ ପରୀକ୍ଷଣ ସମୟରେ ICMR ଦ୍ୱାରା ସଂଗୃହୀତ ତଥ୍ୟରୁ ଏହି ଲିକ୍ କରାଯାଇଥିବା ହ୍ୟାକର ଦାବି କରିଛି।

Advertisment

ଡାଟା ଉଲ୍ଲଙ୍ଘନ କରାଯାଇଥିବା ନେଇ ଆମେରିକୀୟ ଏଜେନ୍ସି ରେସକ୍ୟୁରିଟି ପ୍ରଥମେ ଜାଣିବାକୁ ପାଇଥିଲା। ଅକ୍ଟୋବର ୯ରେ 'pwn0001' ବ୍ରେକ୍ ଫୋରମରେ ଉଲ୍ଲଂଘନ ବିଷୟରେ ସବିଶେଷ ତଥ୍ୟ ପ୍ରକାଶ କରି ରେକର୍ଡ ସଂଖ୍ୟାରେ ୮୧୫ ନିୟୁତ ଲୋକଙ୍କ ଡାଟା ଲିକ୍ ହୋଇଥିବା କହିଥିଲା। ଏଥିରେ ଭାରତୀୟ ନାଗରିକଙ୍କ ଆଧାର ଏବଂ ପାସପୋର୍ଟ ମଧ୍ୟ ରହିଥିବା ଉଲ୍ଲେଖ କରିଥିଲା।

Resecurity ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଲିକ୍ ହୋଇଥିବା ତଥ୍ୟ ମଧ୍ୟରେ ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ବିବରଣୀ ସହିତ ୧,୦୦,୦୦୦ ଫାଇଲ୍ ଅଛି। ଡାର୍କ ୱେବରେ ପ୍ରକାଶ ପାଇଥିବା ଏହିସବୁ ବ୍ୟକ୍ତିଗତ ତଥ୍ୟ ସଠିକ୍ କି ନୁହେଁ ଜାଣିବା ପାଇଁ ରିସିକ୍ୟୁରିଟି ଅନୁସନ୍ଧାନକାରୀମାନେ କେତେକ ସରକାରୀ ପୋର୍ଟାଲ୍ ସହାୟତାରେ ଆଧାର ଯାଞ୍ଚ ଫିଚର୍ସ ବ୍ୟବହାର କରିଥିଲେ। ଏସବୁ ଅରିଜିନାଲ୍ ଡାଟା ବୋଲି ପ୍ରମାଣ ମିଳିଛି। 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ ଅଫ୍ ଇଣ୍ଡିଆ(CERT-In) ମଧ୍ୟ ଡାଟା ଉଲ୍ଲଙ୍ଘନ ବିଷୟରେ ଆଇସିଏମ୍ଆରକୁ ସତର୍କ କରାଇଛି। କୋଭିଡ ପରୀକ୍ଷା ସୂଚନା ଜାତୀୟ ସୂଚନା କେନ୍ଦ୍ର (NIC), ICMR ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରି ବିଭିନ୍ନ ସରକାରୀ ସଂସ୍ଥାରେ ଉପଲବ୍ଧ ରହିଛି। ତେଣୁ ଏହି ଉଲ୍ଲଂଘନ କେଉଁଠାରୁ କରାଯାଇଛି ତାହା ଚିହ୍ନଟ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଖବର ଲେଖା ହେବା ସୁଦ୍ଧା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କିମ୍ବା ଅନ୍ୟାନ୍ୟ ସଂପୃକ୍ତ ଏଜେନ୍ସିଗୁଡ଼ିକ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସି ନଥିଲା।

ତେବେ ବଡ଼ ବଡ଼ ଅନୁଷ୍ଠାନରୁ ଡାଟା ଲିକ୍ ହେବା ଏହା ପ୍ରଥମ ନୁହେଁ। ସାଇବର ଅପରାଧୀମାନେ AIIMS ଉପରେ ଆଟାକ୍ କରିଥିଲେ। ଫଳରେ ହସ୍ପିଟାଲ ୧୫ ଦିନ ପାଇଁ ମାନୁଆଲ ରେକର୍ଡକୁ ବଦଳାଇବାକୁ ବାଧ୍ୟ ହୋଇଥିଲା। ଡିସେମ୍ବର ୨୦୨୨ରେ ଏହାର କିଛି ମାସ ପୂର୍ବରୁ, AIIMS ଦିଲ୍ଲୀର ତଥ୍ୟ ଚୀନ୍ ହ୍ୟାକର୍ ହ୍ୟାକ୍ କରିଥିଲା ଏବଂ ସେ କ୍ରିପ୍ଟୋକରେନ୍ସି ମାଧ୍ୟମରେ ୨୦୦ କୋଟି ଟଙ୍କା ଡିମାଣ୍ଡ କରିଥିଲା।

ICMR Cyber Crime Cyber Loot Delhi AIIMS Hack Hacker Hacking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe