Advertisment

ଶକ୍ତି ବିଭାଗକୁ ବିଜୁଳି ଚିନ୍ତା; ସରକାରୀ ଅଫିସ୍‌ରୁ ହଟିବ ପୁରୁଣା ଫ୍ୟାନ୍‌ ଓ ଏସି

ପାଞ୍ଚ ବର୍ଷର ପୁରୁଣା ଫ୍ୟାନ ଓ ଏସି ହଟାଇ ନୂଆ ଲଗାଇବାକୁ ଦିଆଯାଇଛି ପ୍ରସ୍ତାବ। ଯେଉଁଠି ଯେଉଁଠି ବଦଳାଯିବ ସେଠି, କେବଳ BLDC ଫ୍ୟାନ ଓ ଫାଇଭ ଷ୍ଟାର ଏସି ଲଗାଇବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି।

author-image
Manoranjan Sial
Govt Office

Govt Office

ଶକ୍ତି ବିଭାଗକୁ ଘାରିଛି ବିଜୁଳି ବଞ୍ଚାଇବା ଚିନ୍ତା। ସରକାରୀ ଅଫିସ୍‌ରେ ବଦଳିବ ଏସି ଓ ଫ୍ୟାନ। ହଟିବ ପୁରୁଣା ଲାଗିବ ନୂଆ। ଫ୍ୟାନ ହେଲେ ବ୍ରସଲେସ୍ ଡିରେକ୍ଟ କରେଣ୍ଟ (BLDC) ଆଉ ଏସି ହେଲେ ଫାଇଭ ଷ୍ଟାର ହେବ। ରାଜ୍ୟ ସରକାରଙ୍କୁ ଏମିତି ପ୍ରସ୍ତାବ ଦେଇଛି ଶକ୍ତି ବିଭାଗ।

Advertisment

ପାଞ୍ଚ ବର୍ଷର ପୁରୁଣା ଫ୍ୟାନ ଓ ଏସି ହଟାଇ ନୂଆ ଲଗାଇବାକୁ ଦିଆଯାଇଛି ପ୍ରସ୍ତାବ। ଯେଉଁଠି ଯେଉଁଠି ବଦଳାଯିବ ସେଠି, କେବଳ BLDC ଫ୍ୟାନ ଓ ଫାଇଭ ଷ୍ଟାର ଏସି ଲଗାଇବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ବିଜୁଳି ବଞ୍ଚାଇବା ସହ ସରକାରୀ ଅଫିସ୍‌ର ବିଲ କମାଇବା ପାଇଁ ଶକ୍ତି ବିଭାଗ ଏମିତି ପ୍ରସ୍ତାବ ଦେଇଛି। ଏହା ସହ ବିଜୁଳି ବିଲ୍‌ ବଞ୍ଚାଇବା ପାଇଁ ପ୍ରତି ବର୍ଷ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାର୍ଷିକ ଶକ୍ତି ସମୀକ୍ଷା କରାଯିବ। ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶକ୍ତି ବିଭାଗ ମଧ୍ୟରେ ସମନ୍ୱୟ ରଖି କର୍ମଶାଳା ଆୟୋଜନ କରି ବିଜୁଳି ବଞ୍ଚାଇବା ପାଇଁ ସଚେତନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା- ଓଡ଼ିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ ଲାଗିଲେ କେତେ ବିଜୁଳି ବଞ୍ଚାଇ ପାରିବ ଶକ୍ତି ବିଭାଗ ? ତେଣୁ ନିଷ୍ପତ୍ତି ପଛରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ। ବିଜେପିର ଆଶଙ୍କା କୋଟି କୋଟି ଟଙ୍କାର କିକ୍‌ ବ୍ୟାକ୍‌ ହେବ। ଆଉ କଂଗ୍ରେସ ଅଭିଯୋଗ କରିଛି, ସରକାରୀ ଅଧିକାରୀ ହାତ ଚିକ୍କଣ କରିବାକୁ ଏହି ଯୋଜନା। ଶକ୍ତି ମନ୍ତ୍ରୀଙ୍କ ଯୁକ୍ତି କେବଳ ଏହି ଗୋଟିଏ ନୁହେଁ, ବିଜୁଳି ବଞ୍ଚାଇବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

Advertisment

ବଡ଼ କଥା ହେଉଛି ବିଜୁଳି ବଞ୍ଚାଇବା ପାଇଁ ୨୦୨୨ରେ ସୌର ଶକ୍ତିକୁ ପ୍ରୋସାହନ ଦେବା ପାଇଁ ହିତାଧିକାରୀକୁ ସବ୍‌ସିଡି ଘୋଷଣା କରିଥିଲେ ସରକାର। କିନ୍ତୁ ଏବେ ମଧ୍ୟ ଏକ ପ୍ରକାର ଏହି ଘୋଷଣା ଘୋଷଣାରେ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ସତରେ କ’ଣ ବିଜୁଳି ବଞ୍ଚାଇବା ପାଇଁ ଏମିତି ନିଷ୍ପତ୍ତି ନେଇଛନ୍ତି ନା ରହିଛି ଆଉ କିଛି ଉଦ୍ଦେଶ୍ୟ।

Odisha Energy