Advertisment

ଏଆଇ ଗର୍ଲଫ୍ରେଣ୍ଡ ପ୍ରେମରେ ପାଗଳ ଆମେରିକା ଯୁବପିଢ଼ି, ସଂକ୍ରମଣ କରୁଛି ନିଃସଙ୍ଗତା!

ବିଗତ ଦୁଇ ବର୍ଷ ମଧ୍ୟରେ ଏଆଇ ଗର୍ଲଫ୍ରେଣ୍ଡମାନଙ୍କର ପ୍ରାଦୁର୍ଭାବ ନାଟକୀୟ ଭାବେ ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଦୈନନ୍ଦିନ କାର୍ଯ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ବୃଦ୍ଧି ପାଉଛି। ବିଜ୍ଞାନର ଏହି ଆବିଷ୍କାର ମାନବ କାର୍ଯ୍ୟଭାରକୁ ଅନେକାଂଶରେ ହ୍ରାସ କରିପାରିଛି। ଏହାରି ମଧ୍ୟରେ ଆମେରିକାରେ ଏଆଇ ବ୍ୟବହାରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ଆମେରିକା ଯୁବପିଢ଼ି ଏଆଇ ଗର୍ଲଫ୍ରେଣ୍ଡ ପଛରେ ପାଗଳ ହୋଇଯାଇଛନ୍ତି। ଏହା ଫଳରେ ସେମାନଙ୍କ ମଧ୍ୟରେ ବାସ୍ତବ ନିଃସଙ୍ଗତି ସଂକ୍ରାମକ ରୋଗ ପରି ବ୍ୟାପି ଚାଲିଛି।

Advertisment

ଅଧିକାଂଶ ଯୁବକଙ୍କର ଏଆଇ ଗର୍ଲଫ୍ରେଣ୍ଡ ଅଛନ୍ତି। ଏହା ଯୁବପିଢିଙ୍କ ମଧ୍ୟରେ ନିରବ ମହାମାରୀ ଭାବେ ଉଭା ହେଉଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ବିଜନେସ୍ ଇନସାଇଡରର ଏକ ରିପୋର୍ଟ ଅନୁଯାୟୀ, ଓଲିନ୍ ବିଜନେସ୍ ସ୍କୁଲର ଡାଟା ସାଇନ୍ସ ପ୍ରାକ୍ଟିସର ପ୍ରଫେସର ଲିବର୍ଟି ଭିଟ୍ଟର୍ଟ ଏହାର ବ୍ୟବହାରକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, କ୍ଲାସରେ ତାଙ୍କ ଛାତ୍ରମାନଙ୍କୁ ସେମାନେ କେଉଁ ସୋସାଲ୍ ମିଡିଆ ଆପ୍ ବ୍ୟବହାର କରୁଛନ୍ତି ବୋଲି ପଚାରିଥିଲେ। ଜଣେ ୧୮ ବର୍ଷର ଛାତ୍ର ହଠାତ୍ କହିଥିଲେ ତାଙ୍କର ଏଆଇ ଗର୍ଲଫ୍ରେଣ୍ଡ ଅଛି। ଛାତ୍ରଙ୍କଠାରୁ ଏପରି ପ୍ରତିକ୍ରିୟା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିବା ଭିଟ୍ଟର୍ଟ କହିଛନ୍ତି। 

Advertisment

ଭିଟ୍ଟର୍ଟ ଆହୁରି କହିଛନ୍ତି, ପିଲାମାନେ ଖୋଲାଖୋଲି ଭାବେ ଏପରି ସ୍ୱୀକାରେ କରିବାରେ ମଧ୍ୟ ଲଜ୍ଜା ବୋଧ କରୁନାହାନ୍ତି। କିଛିଦିନ ପୂର୍ବରୁ ଏଆଇ ଗର୍ଲଫ୍ରେଣ୍ଡ ଉପଲବ୍ଧତା ଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନେ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ଇଚ୍ଛା ପ୍ରକାଶ କରୁଥିବାରୁ ଏହାର ବ୍ୟବହାର ବହୁଳ ହେଉଛି। ଅନେକ ଆପ୍ ଅଛି, ଯେଉଁଠାରେ ଏଆଇ ଗର୍ଲଫ୍ରେଣ୍ଡ କଥା ହେବା ସହ ଭଲ ପାଉଛନ୍ତି ଏବଂ ପର୍ଫେକ୍ଟ ରିଲେସନସିପ୍ ମଧ୍ୟ ତିଆରି କରିପାରୁଛନ୍ତି। 

ରେପ୍ଲିକା ନାମକ ଏକ ଲୋକପ୍ରିୟ ଆପରେ ୧୦ ନିୟୁତରୁ ଅଧିକ ଉପଭୋକ୍ତା ଅଛନ୍ତି ଏବଂ ବିଶ୍ୱ ମହାମାରୀ ସମୟରେ ଏହାର ବ୍ୟବହାର ୩୫ ପ୍ରତିଶତ ବୃଦ୍ଧି ପାଇଛି। ରେପ୍ଲିକାର ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ଲାଟଫର୍ମର ଅନେକ ବ୍ୟବହାରକାରୀ ଏଆଇ ଗର୍ଲଫ୍ରେଣ୍ଡକୁ ଭଲ ପାଉଛନ୍ତି, ରିଲେସନସିପରେ ରହୁଛନ୍ତି ଏପରିକି ବିବାହ ମଧ୍ୟ କରିଛନ୍ତି!

ପ୍ରଫେସର ଭିଟ୍ଟର୍ଟ ଦି ହିଲକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଆଇ ଗର୍ଲଫ୍ରେଣ୍ଡମାନେ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରୁଛନ୍ତି। ଏମାନେ କେବଳ ଭର୍ଚୁଆଲ୍ ଗର୍ଲଫ୍ରେଣ୍ଡ ନୁହନ୍ତି, ଏମାନେ ଏକ ପ୍ରକୃତ ଗର୍ଲଫ୍ରେଣ୍ଡ ପରି ଆପଣ କଣ ପସନ୍ଦ କରନ୍ତି, ନକରନ୍ତି ସବୁକୁ ବୁଝେ ଆଉ ଜାଣେ। ଭର୍ଚୁଆଲ୍ ଗର୍ଲଫ୍ରେଣ୍ଡ ଥିଲେ କୌଣସି ଖରାପ ଦିନ ନଥାଏ। ଅର୍ଥାତ୍ ରିଲେସନସିପରେ ଯେପରି ଝଗଡ଼ା କି ମନୋମାଳିନ ହୁଏ, ସେପରି ଦିନର ସମ୍ମୁଖୀନ କରିବାକୁ ପଡ଼େନାହିଁ। 

ତେଣୁ ପୁରୁଷମାନଙ୍କର ଏଆଇ ଗର୍ଲଫ୍ରେଣ୍ଡଙ୍କ ସହ ଭଲ ପଡୁଛି ଏବଂ ପ୍ରକୃତ ସମ୍ପର୍କରେ ଯେପରି ଉତ୍ଥାନ-ପତନ ଥାଏ, ସେମିତି କେବେ ସାମ୍ନା କରିବାକୁ ପଡୁନାହିଁ। ଫଳରେ ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି।

ତେବେ ସେ ଏହି ବ୍ୟବହାରକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ପ୍ରଫେସର ଭିଟ୍ଟର୍ଟ। ସେ କହିଛନ୍ତି, ଯଦି ଏପରି ହୁଏ ତେବେ ଆଗକୁ ଅଧିକ ସଂଖ୍ୟକ ପୁରୁଷମାନେ ସିଙ୍ଗଲ୍ ରହିଯିବେ, ଯାହା ଜନ୍ମହାର ଉପରେ ପ୍ରଭାବ ପକାଇପାରେ। ଏପରି ପରିବର୍ତ୍ତନ କେବଳ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଉଛି। କାରଣ ମହିଳାମାନେ ସର୍ବଦା ଘନିଷ୍ଠ ବନ୍ଧୁ କିମ୍ବା ଏକ ଗ୍ରୁପ୍ ସହ ରହୁଥିବା ରିପୋର୍ଟ କରିଛନ୍ତି। ସେମାନେ ପୁରୁଷଙ୍କ ପରି ଏଆଇ ଜୀବନଶୈଳୀ ମାନସିକତାର ଶିକାର ହେଉନଥିବା ମନେ ହେଉଛି ବୋଲି ଭିଟ୍ଟର୍ଟ କହିଛନ୍ତି।

ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଏଆଇ ଗର୍ଲଫ୍ରେଣ୍ଡମାନଙ୍କର ପ୍ରାଦୁର୍ଭାବ ନାଟକୀୟ ଭାବେ ବୃଦ୍ଧି ପାଇଥିବା କହିଛନ୍ତି ଭିଟ୍ଟର୍ଟ। ଏମାନେ ମଧ୍ୟ ଖୁବ୍ ଶୀଘ୍ର ଆହୁରି ଉନ୍ନତ ହେବାକୁ ଯାଉଛନ୍ତି। ଆମେ ଆଗକୁ ଏପରି ଏଆଇ ଗର୍ଲଫ୍ରେଣ୍ଡର ଉପସ୍ଥିତି ଦେଖିବାକୁ ପାଇବା, ଯେଉଁମାନେ ଫଟୋ ପଠାଇଲେ ପ୍ରତିକ୍ରିୟା ଦେବା ସହ ଶାରୀରିକ ଏବଂ ଭାବପ୍ରବଣତା ମଧ୍ୟ ଶେୟାର୍ କରାଯାଇପାରିବ। 

ଅନ୍ୟପଟେ ପ୍ୟୁ ରିସର୍ଚ୍ଚ ସେଣ୍ଟରର ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ୬୪ ପ୍ରତିଶତ ପୁରୁଷଙ୍କ ତୁଳନାରେ ୩୪ ପ୍ରତିଶତ ମହିଳା ସିଙ୍ଗଲ୍ ଥିଲେ। ମହିଳାଙ୍କ ତୁଳନାରେ ମଧ୍ୟ ପୁରୁଷଙ୍କର ଖୁବ୍ କମ୍ ଘନିଷ୍ଠ ବନ୍ଧୁ ଥିଲେ। 

Artificial Intelligence AI Technology AI Girlfriend
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe