Advertisment

ବେଡ୍‌ରୁମ୍‌ରେ ଆଉ ଲୋଡ଼ା ପଡ଼ିବେନି ପାର୍ଟନର, କାମ ତୁଲାଇବ AI ସେକ୍ସ ରୋବଟ୍‌

ପୁରୁଷ ଓ ମହିଳା ସାଥୀ ବଦଳରେ ବେଡ଼ରେ ଦେଖିବାକୁ ମିଳିବ AI ପାୱାରରେ ଭରପୂର ସେକ୍ସ ରୋବଟ୍‌।

ଅଦ୍ୟତନ ହୋଇଛି
AI-powered-sex-robot

AI-powered-sex-robot

Advertisment

ଦିନକୁ ଦିନ ବୈଷୟିକ ଦୃଷ୍ଟିକୋଣରୁ ବିକଶିତ ହେବାରେ ଲାଗିଛି ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ (AI)   । ଏବେ ଅଫିସ କର୍ମଚାରୀଙ୍କ ବଦଳରେ AI କାମ ତୁଲାଇ ଦେଉଥିବା ବେଳେ ଆଗକୁ ବେଡରୁମ୍‌ରେ ବି ପାର୍ଟନରଙ୍କ ଆବଶ୍ୟକତା ପଡ଼ିବନି। ଅର୍ଥାତ ନାରୀ କିମ୍ବା ପୁରୁଷ ସାଥୀ ବଦଳରେ ବେଡରେ ଦେଖିବାକୁ ମିଳିବ AI ପାୱାରରେ ଭରପୂର ସେକ୍ସ ରୋବଟ୍‌। ଏନେଇ ପୂର୍ବାନୁମାନ କରିଛନ୍ତି ଗୁଗଲର ପୂର୍ବତନ ଚିଫ୍‌ ବିଜନେସ୍‌ ଅଧିକାରୀ ମହମ୍ମଦ ଗାୱଦାତ।

Advertisment

ମହମ୍ମଦ ଗାୱଦାତଙ୍କ କହିବାନୁଯାୟୀ, ନିକଟ ଭବିଷ୍ୟତରେ ଏପରି AI ରୋବଟ୍‌ ମାର୍କେଟକୁ ଆସିବ ଯାହାକି ପ୍ରେମ ଓ ରୋମାଞ୍ଚ ପ୍ରୋଗ୍ରାମରେ ଭରପୂର ଥିବ। ଫଳରେ ରିଅଲ ଲାଇଫ୍‌ ସେକ୍ସ ପାର୍ଟନର ଓ ଆର୍ଟିଫିସିଆଲି ନିର୍ମିତ ସେକ୍ସ ପାର୍ଟନରଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର ବ୍ୟାପାର ହେବ।

ୟୁଟ୍ୟୁବର ଟମ ବିଲିୟୁଙ୍କ ଦ୍ୱାରା ଆୟୋଜିତ “ଇମ୍ପାକ୍ଟ ଥିଓରୀ” ପୋଡକାଷ୍ଟ ନାମକ କାର୍ଯ୍ୟକ୍ରମରେ ଗାୱଦାତ କହିଛନ୍ତି ଯେ ମଣିଷମାନେ ଖୁବ୍ ଶୀଘ୍ର ଭର୍ଚୁଆଲ୍ ରିଅଲିଟି ଏବଂ ଆପଲ୍‌ର ଭିଜନ୍ ପ୍ରୋ କିମ୍ବା କ୍ୱେଷ୍ଟ୍- ୩ ପରି ହେଡ଼ସେଟ୍ ବ୍ୟବହାର କରି ସେକ୍ସର ଅନୁକରଣ କରିବାକୁ ସମର୍ଥ ହେବେ। AI ଶକ୍ତିରେ ଚାଳିତ ବଟ୍ସ ସହିତ ସେକ୍ସ ରୋବଟ୍‌କୁ ବାସ୍ତବ ବୋଲି ଲୋକେ ଅନୁଭବ କରି ପାରିବେ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଦ୍ୱାରା କମ୍ପ୍ୟୁଟର ସମର୍ଥିତ ସିଷ୍ଟମକୁ ମାନବ ମସ୍ତିଷ୍କ ସହିତ ସଂଯୋଗ କରିବାରେ ସକ୍ଷମ ହେଲେ ଏହା ଏକ ସାଥୀ ସହିତ ଭାବନାତ୍ମକ ଭାବେ ଜଡ଼ିତ ଥିବା ଭାବନା ଦେବ। ଯଦି ସେକ୍ସ ରୋବଟ୍‌ ଆମକୁ ବାସ୍ତବ ଅନୁଭବ ଦେବ, କିମ୍ବା ବଟ୍ସ ହେଡସେଟ୍‌ ସତ ପରି ଲାଗିବ, ତେବେ ଭବିଷ୍ୟତରେ ଆମକୁ ଆଉ ସତ ସତିକା ସାଥୀର ଆବଶ୍ୟକତା ପଡ଼ିବନି। କିନ୍ତୁ ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ମାନବ ଜାତି ପାଇଁ ଏହା ଘୋର ବିପଦ ଡାକି ଆଣିବ ବୋଲି ସେ କହିଛନ୍ତି।

AI ସେକ୍ସ ରୋବଟ୍‌ର ବ୍ୟବହାର ଦ୍ୱାରା ମାନସିକ ସ୍ତରରେ କୁତ୍ରିମ ଭାବପ୍ରବଣତାକୁ ସୃଷ୍ଟି କରାଯାଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗାୱଦତ କହିଛନ୍ତି ଯେ, ଆପଣଙ୍କ ମସ୍ତିଷ୍କରେ ଥିବା ସମସ୍ତ ସଙ୍କେତ ହିଁ କହିବ ଯେ ଆପଣ ନିଜ ପାର୍ଟନରଙ୍କ ସହ ଉପଭୋଗ କରୁଛନ୍ତି କି ନାହିଁ।

AI ଚାଳିତ ବଟ୍ସକୁ "ସମ୍ବେଦନଶୀଳ" ଭାବେ ବିବେଚନା କରାଯାଉଥିବା ନେଇ ଚାଲିଥିବା ବିତର୍କର ଉତ୍ତରରେ ସେ କହିଛନ୍ତି ଯେ ମାନବ ମସ୍ତିଷ୍କ ସେମାନଙ୍କୁ ପ୍ରକୃତ ବୋଲି ବିଶ୍ୱାସ କରନ୍ତି କି ନାହିଁ ତାହା ଏବେ ଆଉ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ।

Google Artificial Intelligence AI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe