Advertisment

ଭାରତରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ, କ'ଣ ରହିଛି ଫିଚର୍ସ?

ଆଜି ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଏହି ପ୍ଲାଣ୍ଟରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ।

author-image
Debibandita Barick
ଅଦ୍ୟତନ ହୋଇଛି
Airbus C-295

Airbus C-295

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ। ଏହି ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ସ୍ପେନର ଏୟାରବସ୍ ସହଯୋଗରେ C-295 ଯୁଦ୍ଧ ବିମାନ ନିର୍ମାଣ କରାଯବି।

Advertisment

ଚଳିତ ବର୍ଷରୁ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ 2026 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ 2031 ମଧ୍ୟରେ 40ଟି C-295 ଯୁଦ୍ଧ ବିମାନ ନିର୍ମାଣ କରାଯବି। ତେବେ ଏହି ଯୁଦ୍ଧ ବିମାନ ନିର୍ମାଣ କରିବାର ଉଦ୍ଦେଶ୍ୟ କଣ, କଣ ରହିଛି ଏହାର ବିଶେଷତା, ଜାଣନ୍ତୁ...  

ଏୟାରବସ୍  C-295
ଏୟାରବସ୍  C-295 ହେଉଛି ଏକ ମଧ୍ୟମ ଟେକ୍ନିକାଲ୍ ପରିବହନ ବିମାନ, କିନ୍ତୁ ଏହାର ବହୁମୁଖୀ ସୁବିଧା ରହିଛି। କାର୍ଗୋଠାରୁ ସୈନିକ ପର୍ଯ୍ୟନ୍ତ ସବୁକିଛି ପରିବହନ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ। ପରିବହନ, ପାରାଚ୍ୟୁଟ୍ ଡ୍ରପିଂ, ଇଲେକ୍ଟ୍ରୋନିକ୍ ସିଗ୍ନାଲ୍ ଇଣ୍ଟେଲିଜେନ୍ସ (ELINT), ଜରୁରୀ ସମୟରେ ଡାକ୍ତରଖାନାକୁ ସ୍ତାନାନ୍ତର ଏବଂ ସମୁଦ୍ର ଉପର ଅଞ୍ଚଳକୁ ଯିବା ସମେତ ବିଭିନ୍ନ ମିଶନ ପାଇଁ ଏହି ବିମାନର ଡିଜାଇନ୍ କରାଯାଇଛି।

Advertisment

ଏହି ବିମାନରେ 9 ଟନ୍ ଲଗେଜ୍ ବୋହିବା ସହ 71 ଜଣ ସୈନିକ ମଧ୍ୟ ଯାଇପାରିବେ। ଏଥିରେ ଦୁଇଟି Pratt & Whitney ଟର୍ବୋପ୍ରପ୍ ଇଞ୍ଜିନ ରହିଛି। 30,000 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଘଣ୍ଟା ପ୍ରତି 481.52 କିଲୋମିଟର କ୍ରୁଜ୍ ବେଗରେ ଉଡ଼ି ପାରିବ C-295। ଏଥିସହ ପ୍ରତିକୂଳ ପାଣିପାଗରେ ମଧ୍ୟ ଉଡ଼ିପାରିବ C-295। ଏହା ମାଧ୍ୟମରେ ଏୟାର-ଟୁ-ଏୟାର ରିଫିଲିଂ କରାଯାଇପାରିବ।

ଏୟାରବସ୍ C-295 ପୂର୍ବରୁ CASA C-295 ଭାବରେ ଜଣାଶୁଣା ଥିଲା। ଏହି ଯୁଦ୍ଧ ବିମାନ 90 ଦଶକରେ ବିକଶିତ ହୋଇଥିଲା। ନଭେମ୍ବର 28, 1997ରେ ପ୍ରଥମ ଉଡ଼ାଣ ଭରିଥିଲା C-295। 1999ରେ ସ୍ପେନର ବାୟୁସେନା ପ୍ରଥମ କରି C-295 ଯୁଦ୍ଧ ବିମାନ କିଣିଥିଲା। ଏହାପରେ ଇଜିପ୍ଟ, ପୋଲାଣ୍ଡ ଏବଂ ଭାରତ ସମେତ ଅନେକ ଦେଶ ବିମାନ କ୍ରୟ କରିଥିଲେ। ବର୍ତ୍ତମାନ ଭାରତ ଏହି ଯୁଦ୍ଧ ବିମାନ ନିର୍ମାଣ କରିବ।  

Airbus Indian Air Force C-295 Military Aircraft C-295 Features