Advertisment

ଭୁବନେଶ୍ୱରରେ ଅମୃତ ଭାରତ ଏକ୍ସପ୍ରେସ୍

ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ୭ ତାରିଖରୁ ମାଲଦା ଟାଉନରୁ ବାଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ । ଓଡ଼ିଶାର ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁରରେ ଏହି ଟ୍ରେନର ରହଣି ଅଛି।

Advertisment

ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ୍ । ଏହି ଟ୍ରେନ୍‌କୁ ଦେଖିବାକୁ ତଥା ସେଲଫି ଉଠାଇବାକୁ ଷ୍ଟେଶନରେ ବେଶ୍‌ ଗହଳି ପରିଲକ୍ଷିତ ହେଉଛି। ଭୁବନେଶ୍ୱର ଷ୍ଟେଶନରେ ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ରାଜ୍ୟସଭା ସାଂସଦ ସୁଲତା ଦେଓ ଉପସ୍ଥିତ ରହି ସ୍ବାଗତ କରିଥିଲେ। ଏହି ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ୭ ତାରିଖରୁ ମାଲଦା ଟାଉନରୁ ବାଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ । ଓଡ଼ିଶାର ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁରରେ ଏହି ଟ୍ରେନର ରହଣି ଅଛି। ଏହି ଅବସରରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe