Advertisment

ଇଣ୍ଡୋନେସିଆରେ ଆଇଫୋନ୍ ୧୬ କ୍ରୟ-ବିକ୍ରୟ ଉପରେ ରୋକ୍

ଦେଶରେ ଆଇଫୋନ୍ ୧୬ ବ୍ୟବହାର ବେଆଇନ ଘୋଷଣା କରିଛନ୍ତି ଇଣ୍ଡୋନେସିଆ ସରକାର।

author-image
Debibandita Barick
iPhone

iPhone

ଇଣ୍ଡୋନେସିଆରେ ବ୍ୟାନ୍ ହେଲା ଆପଲ୍ କମ୍ପାନୀର ନୂତନ ଆଇଫୋନ୍ ୧୬। ଏହି ଦାମୀ ମୋବାଇଲ ଫୋନର ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଇଣ୍ଡୋନେସିଆ ସରକାର। ଶିଳ୍ପମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେଶରେ ଆଇଫୋନ୍ ୧୬ ବ୍ୟବହାର କରିବା ମଧ୍ୟ ବେଆଇନ। ତେଣୁ ଲୋକମାନେ ଅନ୍ୟ ଦେଶରୁ ମଧ୍ୟ ଆଇଫୋନ୍ ୧୬ କିଣିବା ଉଚିତ୍ ନୁହେଁ।

Advertisment

ଇଣ୍ଡୋନେସିଆର ଶିଳ୍ପମନ୍ତ୍ରୀ କାର୍ତସାସମିତା କହିଛନ୍ତି, 'ଏହି ଫୋନ୍ ପାଇଁ କୌଣସି IMEI ନମ୍ବର ଜାରି କରାଯାଇନାହିଁ, ଯାହା ପ୍ରତ୍ୟେକ ଫୋନ୍ ପାଇଁ ଅନିର୍ବାର୍ଯ୍ୟ। ତେଣୁ,ଇଣ୍ଡୋନେସିଆରେ କୌଣସି ଆଇଫୋନ୍ ୧୬ ବ୍ୟବହାର ହେଉଥିବା ଦେଖୁଛନ୍ତି, ତେବେ ଦୟାକରି ଆମକୁ ଏହା ବିଷୟରେ ସୂଚନା ଦିଅନ୍ତୁ।'

କାହିଁକି ହେଲା ବ୍ୟାନ?
ଆପଲ୍ କମ୍ପାନୀ ଇଣ୍ଡୋନେସିଆରେ ଯେଉଁ ପରିମାଣର ଅର୍ଥ ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିନାହିଁ। ଯେଉଁ କାରଣରୁ ଇଣ୍ଡୋନେସିଆ ସରକାର ଆଇଫୋନ୍ ୧୬ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରିପୋର୍ଟ ଅନୁସାରେ ଆପଲ୍ ୧.୭୧ ଟ୍ରିଲିୟନ ଇଣ୍ଡୋନେସିଆନ ଟଙ୍କା ଦେଶରେ ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ କେବଳ ୧.୪୮ ଟ୍ରିଲିୟନ ବିନିଯୋଗ କରିଛି।

Advertisment

ଦେଶର ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆପଲ୍ ଏହାର ନିବେଶ ପ୍ରତିଶ୍ରୁତି ପୂରଣ ନକରିଛି, ଇଣ୍ଡୋନେସିଆରେ ଆଇଫୋନ୍ 16 ବିକ୍ରୟ କିମ୍ବା ବ୍ୟବହାର କରିବାକୁ ଦିଆଯିବ ନାହିଁ।

କିଛିଦିନ ପୂର୍ବେ ଇଣ୍ଡୋନେସିଆର ଶିଳ୍ପମନ୍ତ୍ରୀ କହିଥିଲେ, 'ଆପଲର ନୂଆ ଆଇଫୋନ୍ ୧୬ ବର୍ତ୍ତମାନ ଇଣ୍ଡୋନେସିଆରେ ବିକ୍ରି ହୋଇପାରିବ ନାହିଁ। କାରଣ ଆପଲ୍ ଇଣ୍ଡୋନେସିଆରେ ଅଧିକ ଅର୍ଥ ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଯେପର୍ଯ୍ୟନ୍ତ କମ୍ପାନୀ ଏହାର ପ୍ରତିଶ୍ରୁତି ପୂରଣ ନକରିଛନ୍ତି, ଦେଶରେ ଆଇଫୋନ୍ ୧୬ ବିକ୍ରୟ କରିବାକୁ ଅନୁମତି ପାଇବେ ନାହିଁ।'

ଇଣ୍ଡୋନେସିଆରେ ଯେକୌଣସି କମ୍ପାନୀ ଏହାର ଉତ୍ପାଦ ବିକ୍ରୟ କରିବା ପାଇଁ, TKDN ସାର୍ଟିଫିକେସନ ପାଇବା ଆବଶ୍ୟକ। ଏହି ପ୍ରମାଣପତ୍ର ପାଇଁ କମ୍ପାନୀକୁ ଇଣ୍ଡୋନେସିଆରେ ଅତି କମରେ 40% ଉତ୍ପାଦ ପ୍ରସ୍ତୁତ କରିବାକୁ ପଡିବ। ହେଲେ ଆପଲ୍ ଏହାର ପ୍ରତିଶ୍ରୁତି ପୂରଣ ନକରିବା ପର୍ଯ୍ୟନ୍ତ କମ୍ପାନୀକୁ ଏହି ପ୍ରମାଣପତ୍ର ମିଳିବ ନାହିଁ। କମ୍ପାନୀ ମଧ୍ୟ ଇଣ୍ଡୋନେସିଆରେ ଆପଲ୍ ଏକାଡେମୀ ନାମକ ଏକ ଗବେଷଣା ଓ ବିକାଶ କେନ୍ଦ୍ର ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲା।

Apple Indonesia IPhone 16 IPhone 16 Ban