Advertisment

Spyware ଆଟାକ୍‌ ଆଲର୍ଟ, ୯୨ ଦେଶକୁ ଚେତାବାନୀ ଜାରି କଲା Apple

ଅନେକ ୟୁଜର୍ସ Mercenary Spyware ଶିକାର ହୋଇପାରନ୍ତି। ସିଲେକ୍ଟେଡ୍‌ ୟୁଜର୍ସମାନଙ୍କୁ ଟାର୍ଗେଟ୍‌ ସଜାଇ ଏହି ସ୍ପାଇଓ୍ୱେୟରର ବ୍ୟବହାର କରାଯାଇଛି ବୋଲି ଆପଲ କହିଛି। ସ୍ପାଇଓ୍ୱେୟର ଆଟାକ୍‌ ୟୁଜର୍ସଙ୍କ ପାଇଁ ବଡ ବିପଦ ଆଣିପାରେ।

Apple Threat Notification

Apple Threat Notification

Advertisment

ସ୍ମାର୍ଟ ଫୋନ୍‌ ୟୁଜର୍ସଙ୍କ ପାଇଁ ଭାଇରସ ଆଟାକ୍ ଆଲର୍ଟ। ଭାରତ ସମେତ ୯୨ ଦେଶକୁ ଚେତାବନୀ ଜାରି କଲା ଆପଲ୍‌। ଭାରତ ସମେତ ବିଶ୍ୱର ୯୨ ଦେଶର ୟୁଜର୍ସଙ୍କ ପାଇଁ Mercenary Spyware ବିପଦ ରହିଛି। ଏନେଇ ଆପଲ କମ୍ପାନୀ ତରଫରୁ ନୋଟିଫିକେସନ୍‌ ଜାରି କରାଯାଇଛି।

Advertisment

ଅନେକ ୟୁଜର୍ସ Mercenary Spyware ଶିକାର ହୋଇପାରନ୍ତି। ସିଲେକ୍ଟେଡ୍‌ ୟୁଜର୍ସମାନଙ୍କୁ ଟାର୍ଗେଟ୍‌ ସଜାଇ ଏହି ସ୍ପାଇଓ୍ୱେୟରର ବ୍ୟବହାର କରାଯାଇଛି ବୋଲି ଆପଲ କହିଛି। ସ୍ପାଇଓ୍ୱେୟର ଆଟାକ୍‌ ୟୁଜର୍ସଙ୍କ ପାଇଁ ବଡ ବିପଦ ଆଣିପାରେ। ଏହା ଦ୍ୱାରା ଆପଣଙ୍କ ଆଇ ଫୋନ୍‌ ହ୍ୟାକ୍ ହୋଇପାରେ। ବିଶେଷ ରୂପେ ଆପଣଙ୍କୁ ଟାର୍ଗେଟ୍‌ କରି ଆଟାକ୍‌ କରାଯାଇପାରେ। ଆପଣଙ୍କ ନାଁ ଓ ଆପଣଙ୍କ କାମ ଯୋଗୁ ଆପଣଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ବୁଧବାର ବିଳମ୍ବିତ ରାତିରେ ଆପଲ ପଠାଇଥିବା ତାର ଥ୍ରେଟ୍‌ ନୋଟିଫିକେସନ୍‌ରେ ଉଲ୍ଲେଖ କରିଛି। କେବଳ ସେତିକି ନୁହେଁ ନିଜ ନୋଟିଫିକେସନ୍‌ରେ ପେଗାସସ୍‌ ସ୍ପାଇଓ୍ୱେୟରର ବିଷୟରେ ମଧ୍ୟ ଉଲ୍ଲେଖ କରିଛି ଆପଲ।

ତେଣୁ ଏଥିପ୍ରତି ସାବଧାନ ରହିବା ପାଇଁ ଆପଲ ନିଜ ୟୁଜର୍ସଙ୍କ ପାଇଁ ଚେତାବନୀ ଜାରି କରିଛି। Mercenary Spyware ବିଶେଷ ରୂପେ ନାମୀ ଦାବୀ ବ୍ୟକ୍ତି ବିଶେଷ ଓ ତାଙ୍କ ଡିଭାଇସ୍‌ଙ୍କୁ ଟାର୍ଗେଟ୍‌ କରିବା ପାଇଁ ଅସାଧାରଣ ସଂସାଧନକୁ ବ୍ୟବହାର କରୁଛି। ଏହି ପ୍ରକାରର ଆଟାକ୍‌ରେ ଲକ୍ଷ ଲକ୍ଷ ଡଲାର ଖ‌ର୍ଚ୍ଚ ହୁଏ। ଏଭଳି ସ୍ଥିତିରେ କିଏ ଏହି ଆଟାକ୍‌ କରିଛି ତାହା ଜାଣିବା ବେଶ୍‌ ମୁସକିଲ ହୋଇପଡେ।

Advertisment

ଅନେକ ବିରୋଧୀଦଳର ସେମାନଙ୍କ ଆଇଫୋନ୍ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା “ରାଜ୍ୟ ପ୍ରାୟୋଜିତ” ହ୍ୟାକର୍ମାନଙ୍କ ଠାରୁ ସେମାନଙ୍କୁ ବାର୍ତ୍ତା ମିଳିଥିବା ଦାବି କରିବାର ପ୍ରାୟ ଏକ ମାସ ପରେ ଆପଲ୍‌ ଏବେ ଏହି ଚେତାବନୀ ଜାରି କରିଛି।

Apple Users Apple Threat Notification Mercenary Spywares Attacks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe