Advertisment

ମହାକାଶକୁ ଯିବ ଧର୍ମଗ୍ରନ୍ଥ 'ଗୀତା'

ଆତ୍ମନିର୍ଭର ଭାରତ ଅଭିଯାନରେ ଭାରତକୁ ବଡ଼ ସଫଳତା। ମହାକାଶକୁ ଯିବ ସ୍ୱଦେଶୀ ଉପଗ୍ରହ। ଫେବୃଆରୀ 28ରେ ଏହି ଉପଗ୍ରହ ଇସ୍ରୋରୁ ଉତକ୍ଷେପଣ ହେବ। ଧର୍ମଗ୍ରନ୍ଥ ଗୀତାର ଫଟୋ କପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହିତ 25 ହଜାର ନାମ ଯିବ ମହାକାଶ। ସ୍ପେସ୍ କିଡଜ୍ ଇଣ୍ଡିଆ ଦ୍ୱାରା ତିଆରି ହୋଇଛି ଏହି ନାନୋ ଉପଗ୍ରହ। ଏହି ଉପଗ୍ରହରେ ତିନୋଟି ବୈଜ୍ଞାନିକ ପେଲୋଡ୍ ମଧ୍ୟ ଯିବ। ଗୋଟିଏ ସ୍ପେସ୍ ବିକିରଣ ଅଧ୍ୟୟନ କରିବ, ଗୋଟିଏ ଚୁମ୍ବକୀୟ ମହାକାଶକୁ […]

author-image
Ranjit Kumar Jena
ମହାକାଶକୁ ଯିବ ଧର୍ମଗ୍ରନ୍ଥ 'ଗୀତା'

gita

ଆତ୍ମନିର୍ଭର ଭାରତ ଅଭିଯାନରେ ଭାରତକୁ ବଡ଼ ସଫଳତା। ମହାକାଶକୁ ଯିବ ସ୍ୱଦେଶୀ ଉପଗ୍ରହ। ଫେବୃଆରୀ 28ରେ ଏହି ଉପଗ୍ରହ ଇସ୍ରୋରୁ ଉତକ୍ଷେପଣ ହେବ। ଧର୍ମଗ୍ରନ୍ଥ ଗୀତାର ଫଟୋ କପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହିତ 25 ହଜାର ନାମ ଯିବ ମହାକାଶ।

Advertisment

ସ୍ପେସ୍ କିଡଜ୍ ଇଣ୍ଡିଆ ଦ୍ୱାରା ତିଆରି ହୋଇଛି ଏହି ନାନୋ ଉପଗ୍ରହ। ଏହି ଉପଗ୍ରହରେ ତିନୋଟି ବୈଜ୍ଞାନିକ ପେଲୋଡ୍ ମଧ୍ୟ ଯିବ। ଗୋଟିଏ ସ୍ପେସ୍ ବିକିରଣ ଅଧ୍ୟୟନ କରିବ, ଗୋଟିଏ ଚୁମ୍ବକୀୟ ମହାକାଶକୁ ଅଧ୍ୟୟନ କରିବ ଏବଂ ଅନ୍ୟଟି ସ୍ୱଳ୍ପ ଶକ୍ତି ବିଶିଷ୍ଟ ନେଟୱାର୍କ ଉପରେ ଅଧ୍ୟୟନ କରିବ।

ସ୍ପେସ୍ କିଡଜ ଇଣ୍ଡିଆର ପ୍ରତିଷ୍ଠାତା ଡକ୍ଟର ଶ୍ରୀମଥୀ କେସନ କହିଛନ୍ତି ତାଙ୍କର ଏହି ମିଶନ ସଫଳ ହେବା ପରେ କିଛି ନାଁ ଦେବାକୁ ପ୍ରସ୍ତାବ ଦେଇଥିଲେ। ଯେଉଁ ନାଁକୁ ନେଇ ମହାକାଶ ଯିବ ଏହି ନାନୋ ଉପଗ୍ରହ। ସପ୍ତାହକ ମଧ୍ୟରେ 25,000 ନାମ ପ୍ରସ୍ତାବ ଆସିଥିଲା। ଏହି ନାମ ମଧ୍ୟରୁ 1000 ନାମ ଭାରତ ବାହାରେ ଥିବା ଲୋକ ରହିଛନ୍ତି। ଚେନ୍ନାଇର ଏକ ସ୍କୁଲ ଏହି ପ୍ରସ୍ତାବ ଦେଇଥିବା ସୂଚନା ରହିଛି।

Advertisment

ଯେଉଁସବୁ ନାମ ମହାକାଶକୁ ଯିବ ତାକୁ “ବୋର୍ଡିଂ ପାସ୍” ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଶ୍ରୀମତୀ କେସନ କହିଛନ୍ତି ଭଗବଦ୍ ଗୀତାର ଏକ ଫଟୋ କପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ କପିକୁ ପଠାଇବ ପାଇଁ ନିଷ୍ପତ୍ତି ତାଙ୍କର ନିଜସ୍ୱ। ପୂର୍ବରୁ ପୃଥିବୀର ଅନେକ ମିଶନ ବାଇବଲ ଭଳି ଧର୍ମଗ୍ରନ୍ଥ ମହାକାଶକୁ ପଠାଯାଇଥିବା ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ୍ ହୋଇ ଏହି ସଂସ୍ଥା ଉପଗ୍ରହଟି ଇଲେକ୍ଟ୍ରୋନିକ୍ସ ଏବଂ ସର୍କିଟ ସମେତ ଭାରତରେ ସମ୍ପୂର୍ଣ୍ଣ ରୂପେ ବିକଶିତ ଏବଂ ତିଆରି ହୋଇଛି ବୋଲି ସେ କହିଛନ୍ତି। ଇସ୍ରୋର ଏହି ଉପଗ୍ରହରେ କିଛିଟା ପରିବର୍ତ୍ତନ କରିବା ପରେ ଫେବୃଆରୀ 28ରେ ଏହି ଉପଗ୍ରହ ମହାକାଶକୁ ଯିବ ବୋଲି ସେ କହିଛନ୍ତି।