Bhubaneswar Metro Rail Project
ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କଲା ଦିଲ୍ଲୀ ମେଟ୍ରୋ ରେଳ ନିଗମ। ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିମି ମେଟ୍ରୋ ପ୍ରକଳ୍ପରୁ ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରେଳଲାଇନ୍ ବିଛାଯିବ।
ଏଥିପାଇଁ ୬୩୦ କୋଟି ୬୫ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ ହୋଇଥିବା ବେଳେ ସବୁଠୁ କମ୍ ମୂଲ୍ୟ ବିଡ଼ ଆହ୍ୱାନ କରିଥିବା ସଂସ୍ଥାକୁ କାର୍ଯ୍ୟାଦେଶ ମିଳିବ ବୋଲି ଟେଣ୍ଡରରେ କୁହାଯାଇଛି।
ଦିଲ୍ଲୀ ମେଟ୍ରୋ ରେଳ ନିଗମର ଟେଣ୍ଡର ଅନୁଯାୟୀ, ଏବେ ପ୍ୟାକେଜ୍ ବିବିସି-୩ରେ ୬ଟି ମେଟ୍ରୋ ଷ୍ଟେସନ ଯଥା କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଲୱେ ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଏଲିଭେଟେଡ୍ ଭାୟାଡକ୍ଟ ବ୍ରିଜ୍ ଢାଞ୍ଚା ନିର୍ମାଣ କରାଯିବା
ଏହାସହ ଏହି ୬ଟି ଷ୍ଟେସନ ନିର୍ମାଣ କରାଯିବ। ପ୍ରଥମ ପ୍ୟାକେଜ୍ କାର୍ଯ୍ୟ ୩ ବର୍ଷରେ ଶେଷ କରିବାକୁ ଟାର୍ଗେଟ୍ ରଖାଯାଇଛି। ଏହି ଟେଣ୍ଡର ପାଇଁ ପ୍ରି-ବିଡ୍ ବୈଠକ ଆସନ୍ତା ୧୯ ତାରିଖରେ ବସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1680863319.jpg)