ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଫେସ୍ବୁକ୍ କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଦ୍ୱାରା ଜଣାଇଥିଲେ ଯେ, ୨.୯ କୋଟି ଫେସ୍ବୁକ୍ ୟୁଜର୍ଙ୍କ ଆକାଉଣ୍ଟ୍ରୁ ତଥ୍ୟ ଚୋରି ହୋଇଛି।
ଏବେ କମ୍ପାନୀ କର୍ତ୍ତୃପକ୍ଷ ୟୁଜର୍ସଙ୍କୁ ସଚେତନ କରିବା ପାଇଁ ଫେସ୍ବୁକ୍ ଆକାଉଣ୍ଟ୍ କିପରି ହ୍ୟାକ୍ ହେଉଛି ଏବଂ ଆପଣଙ୍କ ଆକାଉଣ୍ଟ୍ ହ୍ୟାକ୍ ହୋଇଛି କି ନାହିଁ, ତାହା ଜାଣିବା ପାଇଁ କିଛି ସୂଚନା ଦେଇଛନ୍ତି।
ନିଜ ଆକାଉଣ୍ଟ୍ ହ୍ୟାକ୍ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ୟୁଜର୍ସଙ୍କୁ ଫେସବୁକ୍ ହେଲ୍ପ୍ ସେଣ୍ଟର୍ ଭିଜିଟ୍ କରିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ଏକ ନୋଟିସ୍ ଦେଖାଯିବ, ଯେଉଁଥିରେ ଆକାଉଣ୍ଟ ହ୍ୟାକ୍ ହୋଇଛି କି ନାହିଁ, ଜଣାପଡ଼ିବ। ତେବେ ଫେସବୁକ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଆକାଉଣ୍ଟ୍ ହ୍ୟାକ୍ କରି ୟୁଜର୍ସଙ୍କ ଡାଟାକୁ ଆକ୍ସେସ୍ କରାଯାଇଥିଲେ ମଧ୍ୟ ସେସବୁକୁ ବ୍ୟବହାର କରାଯାଇନାହିଁ ।
କମ୍ପାନୀର କହିବା ଅନୁସାରେ, ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିଲେ ପାସ୍ୱାର୍ଡ ଚୋରି ହୋଇ ନଥାଏ। ଏଥିପାଇଁ ଆପଣଙ୍କ ପାସ୍ୱାର୍ଡକୁ ପରିବର୍ତ୍ତନ କରିବାର ମଧ୍ୟ ଆବଶ୍ୟକତୀ ନାହିଁ। ହ୍ୟାକର୍ କେବଳ ଆପଣଙ୍କ ଜନ୍ମ ତାରିଖ, ଲୋକେସନ୍ ଓ ସାଙ୍ଗସାଥୀଙ୍କ ସମ୍ପର୍କରେ ହିଁ ତଥ୍ୟ ଚୋରି କରିଥା'ନ୍ତି।