Advertisment

ଆପ୍ ଜରିଆରେ ୫୦୦ କୋଟି ଟଙ୍କା ଠକେଇ; ଭାରତୀ ସିଂହ ଓ ଏଲଭିସ ଯାଦବଙ୍କୁ ସମନ

ଏକ ଆପ୍ ଆଧାରିତ ସ୍କାମରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସମନ ପଠାଇଛି ଦିଲ୍ଲୀ ପୁଲିସ।

author-image
Debibandita Barick
Elvish Yadav and Bharti Singh

Elvish Yadav and Bharti Singh

ୟୁଟ୍ୟୁବର ଏଲଭିସ ଯାଦବଙ୍କ ପାଇଁ ପୁଣି ଅଡୁଆ ବଢିଛି। ଏକ ଆପ୍ ଆଧାରିତ ସ୍କାମରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସମନ ପଠାଇଛି ଦିଲ୍ଲୀ ପୁଲିସ। ଏଲଭିସ ଯାଦବଙ୍କ ସମେତ ହାସ୍ୟ ଅଭିନେତା ଭାରତୀ ସିଂହ ଏବଂ ଅନ୍ୟ ତିନି ଜଣଙ୍କୁ ମଧ୍ୟ ସମନ କରାଯାଇଛି। 

Advertisment

ଏହି ଆପ୍ ହେଉଛି HiBOX। ଆପ୍ ୟୁଜରଙ୍କଠାରୁ ଟଙ୍କା ଠକି ନେଇଥିବା ନେଇ ୫୦୦ରୁ ଅଧିକ ଅଭିଯୋଗ ଦାଖଲ କରାଯାଇଛି। ସୋଶାଲ ମିଡିଆ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବର୍ସ ସେମାନଙ୍କ ପେଜରେ ଏହି ମୋବାଇଲ ଆପ୍ଲିକେସନକୁ ଡାଉନଲୋଡ କରିବା ସହ ଆପ୍ ମାଧ୍ୟମରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା।

ଏହାର ଅର୍ଥ ଏମାନେ ଆପ୍ ପାଇଁ ଏକ ପ୍ରକାର ବିଜ୍ଞାପନ କରୁଥିଲେ। ଏହି ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ଏଲଭିସ ଯାଦବ ଏବଂ ଭାରତୀ ସିଂହଙ୍କ ସମେତ ପାଞ୍ଚ ଜଣଙ୍କୁ ସମନ ପଠାଇଛି। 

Advertisment

HiBOX ଆପ୍ଲିକେସନ କ'ଣ?
ଏହା ଏକ ଗ୍ରୁପ୍ ଚାଟ୍ ଆପ୍ଲିକେସନ। ଚଳିତ ବର୍ଷ ଫେବୃଆରୀରେ ଏହି ଆପ୍ ଲଞ୍ଚ ହୋଇଥିଲା। ଏହି ଆପ୍ ୟୁଜରଙ୍କୁ ନିବେଶ କରିବା ଫଳରେ ଅଧିକ ରିଟର୍ଣ୍ଣ ମିଳିବାର ପ୍ରତିଶୃତି ଦେଇଥିଲା। ନିବେଶକଙ୍କୁ ଦୈନିକ ଏକରୁ ପାଞ୍ଚ ପ୍ରତିଶତ ରିଟର୍ଣ୍ଣ ଅର୍ଥାତ୍ ଗୋଟିଏ ମାସରେ ୩୦ରୁ ୯୦ ପ୍ରତିଶତ ଫେରସ୍ତ ମିଳିବ ବୋଲି ପ୍ରତିଶୃତି ଦେଇଥିଲା। ଫଳରେ ୩୦,୦୦୦ରୁ ଅଧିକ ଲୋକ ଏଥିରେ ଟଙ୍କା ବିନିଯୋଗ କରିଥିଲେ।

ଫେବୃଆରୀରୁ ଜୁନ୍ ପର୍ଯ୍ୟନ୍ତ ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇଥିଲେ। କିନ୍ତୁ ଜୁଲାଇ ପରେ କୌଣସି ପ୍ରକାର ପେମେଣ୍ଟ ହୋଇନଥିଲା। ତ୍ରୁଟି ଥିବା ଦର୍ଶାଇ ଆପର କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଲୋକେ ଟଙ୍କା ନିବେଶ କରିବା ପରେ ଆପ୍ ଜାଣିଶୁଣି ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହା ମାଧ୍ୟମରେ ୫୦୦ କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଥିବା କୁହାଯାଉଛି।

ପୁଲିସ ଏହି ମାମଲାର ମାଷ୍ଟରମାଇଣ୍ଡ ଶିବରାମଙ୍କୁ ଗିରଫ କରିଛି। ତାଙ୍କର ବିଭିନ୍ନ ଆକାଉଣ୍ଟରୁ ୧୮ କୋଟି ଟଙ୍କା ମଧ୍ୟ ଜବତ କରିଛି। ଅଧିକ ତଦନ୍ତ ପାଇଁ ପୁଲିସ ଏଲଭିସ ଯାଦବ, ଭାରତୀ ସିଂହଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ସମନ ପଠାଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ଥାନାରେ ହାଜର ହେବାକୁ ପୁଲିସ କହିଛି।  

Bharti Singh Fraud Elvish Yadav HiBox