Advertisment

ଭାରତରେ ଡିଜନି+ ହଟଷ୍ଟାରରେ ପାସୱାର୍ଡ଼ ଶେୟାରିଂ ସୀମିତ କରିବ କମ୍ପାନୀ

ଏଣିକି ସହଜରେ ଡିଜନି+ ହଟଷ୍ଟାରରେ ପାସୱାର୍ଡ ସେୟାର୍ କରିପାରିବେନି, ଏହି ନିୟମ ଆଣୁଛି କମ୍ପାନୀ

ଅଦ୍ୟତନ ହୋଇଛି
Disney+

Disney+

Advertisment

ନେଟଫ୍ଲିକ୍ସ ପରେ ଭାରତର ଅନ୍ୟ ଏକ ଷ୍ଟ୍ରିମିଂ ଜିଆଣ୍ଟ ବ୍ୟବହାରକାରୀଙ୍କ ପାଇଁ ପାସୱାର୍ଡ ଶେୟାରିଂ କଷ୍ଟକର ହୋଇପାରେ। ଏଣିକି ଆଉ ଡିଜନି+ ହଟଷ୍ଟାରରେ ପାସୱାର୍ଡ଼ ସେୟାର୍ କରିବା ସହଜ ହେବ ନାହିଁ। ରିପୋର୍ଟ ଅନୁଯାୟୀ, ଡିଜନି+ ହଟଷ୍ଟାର, ଏହାର ପ୍ରିମିୟମ ବ୍ୟବହାରକାରୀଙ୍କ ମଧ୍ୟରେ ପାସୱାର୍ଡ ଶେୟାରିଂକୁ ସୀମିତ କରିବାକୁ ଯୋଜନା କରୁଛି।

Advertisment

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କମ୍ପାନୀ ଏକ ନୂଆ ନୀତି କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି, ଯାହା ପ୍ରିମିୟମ ବ୍ୟବହାରକାରୀଙ୍କୁ କେବଳ ଚାରୋଟି ଡିଭାଇସରେ ଲଗ୍ ଇନ୍ କରିବାକୁ ଅନୁମତି ଦେବ। ଏହି ପଦକ୍ଷେପ ଡିଜନିରେ ପାସୱାର୍ଡ ଶେୟାରିଂ ସମସ୍ୟାର ସମାଧାନ କରିବ। ରଏଟର୍ସ ଅନୁଯାୟୀ, ଡିଜନି ନେଟଫ୍ଲିକ୍ସକୁ ଅନୁସରଣ କରୁଛି। ମେ' ମାସରେ, ଡିଜନିର ଷ୍ଟ୍ରିମିଂ ପ୍ରତିଦ୍ୱନ୍ଦ୍ୱୀ ନେଟଫ୍ଲିକ୍ସ ୧୦୦ରୁ ଅଧିକ ଦେଶରେ ସମାନ ନୀତି କାର୍ଯ୍ୟକାରୀ କରିସାରିଛି। ନେଟଫ୍ଲିକ୍ସ ନିୟମ ଅନୁସାରେ ସବସ୍କ୍ରାଇବର ଯଦି ସେମାନଙ୍କ ସେବା ଶେୟାର୍ କରିବାକୁ ଚାହିଁବେ, ତେବେ ସେମାନଙ୍କୁ ଅଧିକ ଦେୟ ଦେବାକୁ ପଡିବ।

ବର୍ତ୍ତମାନ, ଭାରତରେ ଏକ ପ୍ରିମିୟମ୍ ଡିଜନି+ ହଟଷ୍ଟାର୍ ଆକାଉଣ୍ଟ୍ ୧୦ଟି ଡିଭାଇସ୍ ଉପରେ ଲଗଇନ୍ ଅନୁମତି ଦେଇଛି। ଆଗକୁ ଏହା 4ଟିରେ ସୀମିତ ରହିବ। ଏନେଇ କମ୍ପାନୀ ପକ୍ଷରୁ ପରୀକ୍ଷଣ ସରିଛି, ଚଳିତ ବର୍ଷ ଶେଷ ଭାଗକୁ ଏହି ନିୟମ କାର୍ଯ୍ୟକାରୀ କରାଯିବ। ପ୍ରିମିୟମ୍ ଆକାଉଣ୍ଟ୍ ପାଇଁ ସର୍ବାଧିକ ଚାରୋଟି ଡିଭାଇସରେ ଲଗଇନ୍ ସୀମିତ କରିବା ହେଉଛି ମୂଳ ଉଦ୍ଦେଶ୍ୟ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment
NetFlix Disney+ Hotstar Disney Limit Password Shring Technology News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe