Advertisment

ବୈଜ୍ଞାନିକଙ୍କ ଦାବି: ବୈଦ୍ୟୁତିକ ଯାନରୁ ନିର୍ଗତ ହେଉଛି ଅଧିକ ପ୍ରଦୂଷଣ କଣିକା

ନିକଟରେ ଏକ ଷ୍ଟଡିରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ପେଟ୍ରୋଲ-ଡିଜେଲ୍ କାର୍ ଅପେକ୍ଷା ଇଭିରୁ ଅଧିକ ପ୍ରଦୂଷଣ କଣିକା ନିର୍ଗତ ହେଉଛି।

Electric Vehicle

Electric Vehicle

Advertisment

ଜଳବାୟୁ ପରିବର୍ତ୍ତନର ଘୋର ବିପତ୍ତି ସମୟରେ ଇଲେକ୍ଟ୍ରିକ୍ ଭେଇକିଲ୍ ବା ବୈଦ୍ୟୁତିକ ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲ ଯାନ ଅପେକ୍ଷା ବୈଦ୍ୟୁତିକ ଯାନ (ଇଭି) ପରିବେଶ ପାଇଁ ଭଲ, କାରଣ ଏଗୁଡିକ କମ୍ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ କରନ୍ତି। ହେଲେ ନିକଟରେ ହୋଇଥିବା ଏକ ଅଧ୍ୟୟନ ଇଭି ଯାନ ବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଛି।

Advertisment

ଅଧ୍ୟୟନ ଅନୁସାରେ, ବୈଦ୍ୟୁତିକ ଯାନରେ ପରିବେଶ ପ୍ରଦୂଷଣକାରକ ପାର୍ଟିକିଲ(କଣିକ) ଅଧିକା ରହିଛି। ସାଧାରଣତଃ ଡିଜେଲ ଏବଂ ପେଟ୍ରୋଲ ଯାନ ଅପେକ୍ଷା ଏହି ଯାନର ଟାୟାର ଏବଂ ବ୍ରେକରୁ ନିର୍ଗତ ହେଉଥିବା କଣିକା ପରିବେଶ ପାଇଁ କ୍ଷତିକାରକ, ଏହା ପରିବେଶ ପ୍ରଦୂଷଣ ସୃଷ୍ଟି କରିଥାଏ।

ନିର୍ଗମନ ତଥ୍ୟ ବିଶ୍ଳେଷଣ କରୁଥିବା ଏମିସନ୍ ଆନାଲିଟିକ୍ସ ନିକଟରେ କରିଥିବା ଅଧ୍ୟୟନରୁ ଏହା ଜଣାପଡିଛି। ଏହି ଷ୍ଟଡିର ଫାଳଫଳ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅପ-ଏଡରେ ପ୍ରକାଶ ପାଇଛି। 

Advertisment

ବୈଜ୍ଞାନିକମାନେ ବୈଦ୍ୟୁତିକ ଏବଂ ପେଟ୍ରୋଲ ଚାଳିତ କାରର କ୍ଷତିକାରକ କଣିବା ବାଦରେ ଜାଣିବା ପାଇଁ ଅଧ୍ୟୟନ କରିଥିଲେ। ଏଥିରୁ ଜଣାଗଲା ଯେ, ଇଭି ଯାନଗୁଡିକ ମୁଖ୍ୟତଃ ଭାରୀ ହୋଇଥିବାରୁ ଏହାର ବ୍ରେକ୍ ଏବଂ ଟାୟାରରୁ ଯଥେଷ୍ଟ ଅଧିକ କଣିକା ପଦାର୍ଥ ମୁକ୍ତ କରିପାରେ। ଏଗୁଡିକ ଗ୍ୟାସ୍ ଚାଳିତ ଯାନଗୁଡିକ ତୁଳନାରେ ୧,୮୫୦ ଗୁଣ ଅଧିକ କଣିକା ନିର୍ଗମନ କରିପାରନ୍ତି, ଯାହା ପରିବେଶ ପାଇଁ କ୍ଷତିକାରକ। 

ଏମିସନ୍ ଆନାଲିଟିକ୍ସ ସୂଚାଇ ଦେଇଛି ଯେ, ଇଭିର ଭାରୀ ଓଜନ ଟାୟାରକୁ ଶୀଘ୍ର ଖରାପ କରି ବାୟୁରେ କ୍ଷତିକାରକ ରାସାୟନିକ ପଦାର୍ଥ ଛାଡିଥାଏ। ଏହାର କାରଣ ହେଉଛି ଅଧିକାଂଶ ଟାୟାର ଅଶୋଧିତ ତେଲରୁ ଉତ୍ପନ୍ନ ସିନ୍ଥେଟିକ୍ ରବରରୁ ତିଆରି।

ଅଧ୍ୟୟନରେ ବ୍ୟାଟେରୀ ଓଜନର ପ୍ରଭାବ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ପାରମ୍ପାରିକ ପେଟ୍ରୋଲ ଇଞ୍ଜିନ ତୁଳନାରେ ଇଭିଗୁଡ଼ିକରେ ସାଧାରଣତଃ ଭାରୀ ବ୍ୟାଟେରୀ ଥାଏ। ଏହି ଅତିରିକ୍ତ ଓଜନ ବ୍ରେକ୍ ଏବଂ ଟାୟାର ଉପରେ ଅଧିକ ଚାପ ପକାଇଥାଏ। ଫଳରେ ଟାୟାରଗୁଡିକ ଘଷି ହୋଇ କ୍ଷତିକାରକ କଣିକା ନିର୍ଗତ କରିଥାନ୍ତି। 

ଏହି ରିପୋର୍ଟରେ ଟେସଲା ମଡେଲ୍ Y ଏବଂ ଫୋର୍ଡ F-୧୫୦ ଲାଇଟିଂ ଇଲେକ୍ଟିକ୍ ଭେଇକିଲକୁ ଉଦାହରଣ ଦିଆଯାଇଛି। ଉଭୟ ବ୍ୟାଟେରୀର ଓଜନ ପ୍ରାୟ ୧,୮୦୦ ପାଉଣ୍ଡ। ଅଧ୍ୟୟନ ଦାବି କରିଛି ଯେ, ଏକ ଆଧୁନିକ ପେଟ୍ରୋଲ କାରରୁ ନିର୍ଗତ ନିର୍ଗମନଠାରୁ ଅଧା ଟନ୍ (୧,୧୦୦ ପାଉଣ୍ଡ) ବ୍ୟାଟେରୀ ଚାଳିତ ଇଭି ଟାୟାରରୁ ନିର୍ଗମନ କଣିକା ୪୦୦ ଗୁଣ ଅଧିକ ହୋଇପାରେ।

ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ ଭେଇକିଲର ଚାହିଦା ବଢୁଥିବା ସମୟରେ ଏହା ଆଉ ଏକ ଚିନ୍ତାର କାରଣ ପାଲିଟିଛି। ଏହି ଅଧ୍ୟୟନ ପରେ ଇଭି ଯାନରେ ଥିବା ତ୍ରୁଟି କିପରି ସଂଶୋଧନ ହୋଇପାରିବ ତାହା ବିଚାରଯୋଗ୍ୟ। 

Study Diesel Cars Petrol Electric Vehicles Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe