ଇଲେକ୍ଟ୍ରି ଭେଇକିଲ ନିର୍ମାତାଙ୍କର ଜବରଦସ୍ତ ଅଫର । ସାଧାରଣତଃ ସମସ୍ତଙ୍କ ମନରେ ଏକ ଧାରଣା ରହିଥାଏ କି, ଇଲେକ୍ଟ୍ରିକ ଭେଇକିଲ ଅଧିକ ମହଙ୍ଗା। ଏବେ କିନ୍ତୁ ପେଟ୍ରୋଲ ଓ ଡିଜେଲ କାର ମଡେଲ ଦାମରେ ମିଳିବ ଇଭି । ନିକଟରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଏନେଇ ସୂଚନା ଦେଇଥିଲେ। ଏଥିପାଇଁ ବର୍ଷେ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି କହିଥିଲେ।