Advertisment

କୃତ୍ରିମ ବୁଦ୍ଧି ଦୁଇ ଧାରିଆ ଖଣ୍ଡା, ନିୟନ୍ତ୍ରଣ ଜରୁରୀ: ଏଲନ ମସ୍କ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ବହୁଳ ବ୍ୟବହାରକୁ ନେଇ ବିଶ୍ୱର ଅରବପତି ଏଲନ ମସ୍କଙ୍କ ଚିନ୍ତା ପ୍ରକଟ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ବହୁଳ ବ୍ୟବହାର ମଧ୍ୟରେ ଚିନ୍ତା ପ୍ରକଟ କଲେ ବିଶ୍ୱର ଅରବପତି ଏଲନ ମସ୍କ। ସମ୍ପ୍ରତି ଯେଉଁପରି ଭାବରେ ଏଆଇର ବ୍ୟବହାର ହେଉଛି ତାହା ଭବିଷ୍ୟତ ପାଇଁ ବିପଦ ବୋଲି ଚିନ୍ତା ପ୍ରକଟ କରିଛନ୍ତି ମସ୍କ। ସେ କହିଛନ୍ତି, ଏଆଇ ହେଉଛି ଏକ ଦୁଇ ଧାରିଆ ଖଣ୍ଡା, ଏହାକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ।

Advertisment

ଟେସଲା ସିଇଓ ଏଲନ୍ ମସ୍କ, ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ, ଆଲଫାବେଟ୍(ଗୁଗୁଲ୍) ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟାନ୍ୟ ବୈଷୟିକ କମ୍ପାନୀର ସିଇଓଙ୍କୁ ନେଇ ଆମେରିକାରେ ଏକ ବୈଠକ ବସିଥିଲା। ଏହି ବୈଠକରେ, ଏଲନ୍ ମସ୍କ ଏଆଇର ବିପଦପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି। ସେ ଏଆଇକୁ ଦୁଇ ଧାରିଆ ଖଣ୍ଡା ସହ ତୁଳନା କରିଛନ୍ତି। ଏହାକୁ ନିୟନ୍ତ୍ରଣରେ ରଖିବା ଉଚିତ୍। ନଚେତ୍ ସମାଜ ପାଇଁ ବିପଦ ହୋଇପାରେ ବୋଲି ମସ୍କ କହିଛନ୍ତି। 

ସେ ଆହୁରି କହିଛନ୍ତି, ଟେକ୍ନୋଲୋଜି ଯେତେ ଅଗ୍ରଗତି କରୁଛି ବିପଦର ସମ୍ଭାବନା ସେତେ ବଢୁଛି। OpenAI ର ChatGPT ଚାଟବଟ୍ ଲଞ୍ଚ ହେବା ପରେ ପୁଞ୍ଜି ବିନିଯୋଗ ଏବଂ ଉପଭୋକ୍ତା ଲୋକପ୍ରିୟତା ବୃଦ୍ଧି ପାଉଛି। ତେଣୁ ଏଆଇର ନିରାପଦ ବ୍ୟବହାର ପାଇଁ ଜଣେ ରେଫେରିଙ୍କ ଆବଶ୍ୟକ ରହିଛି। ଏଥିପାଇଁ ଜଣେ ଆମେରିକୀୟ ରେଫେରିଙ୍କୁ ନିଯୁକ୍ତ କରାଯାଉ। ନଚେତ୍ ଏହା ମାନବ ପାଇଁ ଏକ ବଡ଼ ବିପଦ ହୋଇଯିବ ବୋଲି ମସ୍କ କହିଛନ୍ତି।

Advertisment

ଜୁକରବର୍ଗ କହିଛନ୍ତି ଯେ, ଏଆଇ ସହ ଜଡିତ ନବସୃଜନ ଏବଂ ସୁରକ୍ଷାକୁ କଂଗ୍ରେସ(ଆମେରିକା ସଂସଦ) ମଧ୍ୟ ସମର୍ଥନ କରିବା ଉଚିତ। ଏହା ଏକ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କିନ୍ତୁ ଏହା ସନ୍ତୁଳିତ ହେବା ଆବଶ୍ୟକ। 

Elon Musk Artificial Intelligence AI ChatGpt OpenAI Technology