Advertisment

ଏଲନ ମସ୍କ ଆଣୁଛନ୍ତି Xmail, ଗୁଗଲର ଜିମେଲକୁ ଦେବ ଟକ୍କର

ଏଲନ ମସ୍କ ଗୁଗଲର ଇମେଲ୍ ସେବା ଜିମେଲକୁ ଟକ୍କର ଦେବାକୁ ଆଣୁଛନ୍ତି ଏକ୍ସମେଲ୍।

Elon Musk

Elon Musk

Advertisment

ଖୁବ୍ ଶୀଘ୍ର ଇମେଲ୍ ସେବା ଆଣିବାକୁ ଯାଉଛନ୍ତି ବିଶ୍ୱର ଅରବପତି ଏଲନ ମସ୍କ। ଏଲନ ମସ୍କ ଗୁଗଲର ଇମେଲ୍ ସେବା ଜିମେଲକୁ ଟକ୍କର ଦେବାକୁ ଆଣୁଛନ୍ତି ଏକ୍ସମେଲ୍। ମସ୍କ ନିଜର ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଥାବାର୍ତ୍ତା କରିବା ସମୟରେ କହିଛନ୍ତି, ଏକ୍ସମେଲ୍ ନାମକ ଏକ ପ୍ରଡକ୍ଟ ଆସିବାକୁ ଯାଉଛି।

Advertisment

ଜଣେ ଏକ୍ସ ୟୁଜର୍ ପଚାରିଥିଲେ, ଆମେ କେବେ ଏକ୍ସମେଲ୍ ବ୍ୟବହାର କରିବୁ। ମସ୍କ ଏହାର ଜବାବରେ କହିଛନ୍ତି, ଆଗକୁ ଏକ୍ସମେଲ୍ ଆସୁଛି। ମସ୍କ ସେହି ସମୟରେ ଏପରି ଘୋଷଣା କରିଛନ୍ତି, ଯେଉଁ ସମୟରେ ଗୁଗଲର ଜିମେଲ୍ ବନ୍ଦ ହୋଇଯିବାକୁ ନେଇ ଚର୍ଚ୍ଚା ହେଉଛି।

ନିକଟରେ ଗୁଗଲର ଲୋକପ୍ରିୟ ଜିମେଲ୍ ବନ୍ଦ ହୋଇଯିବା ନେଇ ବେଶ୍ ଚର୍ଚ୍ଚା ହେଉଥିଲା। ଚଳିତ ବର୍ଷ ଅଗଷ୍ଟ ମାସରୁ ଗୁଗଲ୍ ଜିମେଲ୍ ବନ୍ଦ କରିଦେବ, ଆଗକୁ ଆଉ ପ୍ଲାଟଫର୍ମରେ ମେଲ୍ ସେଣ୍ଟ, ରିସିଭ୍ କିମ୍ବା ଷ୍ଟୋର୍ ହୋଇପାରିବ ନାହିଁ ବୋଲି ଏକ ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଉଥିଲା। ଏହି ସମୟରେ ମସ୍କ ଏକ୍ସମେଲ୍ ଆଣିବାକୁ ଘୋଷଣା କରିଛନ୍ତି।

Advertisment

ସେପଟେ ଗୁଗଲ୍, ଜିମେଲ୍ ବନ୍ଦ ହୋଇଯିବା ଚର୍ଚ୍ଚାକୁ ଖଣ୍ଡନ କରିଛି। ପ୍ଲାଟଫର୍ମ ଜିମେଲ୍ ସେବା ବନ୍ଦ କରିବ ନାହିଁ ବୋଲି ଗୁଗଲ୍ କହିଛି।  

Google Xmail Gmail Shutting Down Gmail Elon Musk
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe