Advertisment

'X'ର ଦାବି; ଭାରତ ସରକାର କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ କହୁଛନ୍ତି

ଗତକାଲି ମଧ୍ୟରାତ୍ରିରେ Xର ବିଶ୍ୱ ସରକାରୀ ବ୍ୟାପାର ଟିମ୍ ଏକ ପୋଷ୍ଟ ଶେଆର୍ କରି ଏପରି ଦାବି କରିଛି।

ଅଦ୍ୟତନ ହୋଇଛି
Elon Musk

Elon Musk

Advertisment

Xରେ ଥିବା କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଉଛି। ଏହି ଦାବି କରିଛି ଏଲନ ମସ୍କଙ୍କ ନେତୃତ୍ୱାଧୀନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X। ପ୍ଲାଟଫର୍ମ କହିଛି ଯେ, ଆମେ ଏପରି ନିର୍ଦ୍ଦେଶନାମାରେ ସହମତ ନାହୁଁ। ଅଭିବ୍ୟକ୍ତିର ସ୍ୱାଧାନତା ଆଧାରରେ ପୋଷ୍ଟ କିମ୍ବା ଆକାଉଣ୍ଟଗୁଡିକୁ ହଟାଯିବା ଉଚିତ୍ ନୁହେଁ।

Advertisment

ଗତକାଲି ମଧ୍ୟରାତ୍ରିରେ Xର ବିଶ୍ୱ ସରକାରୀ ବ୍ୟାପାର ଟିମ୍ ଏନେଇ ଏକ ପୋଷ୍ଟ ଶେଆର୍ କରିଛି, ଯେଉଁଥିରେ ଉଲ୍ଲେଖ କଲାଯାଇଛି, ଭାରତ ସରକାର ପ୍ଲାଟଫର୍ମରେ ଥିବା କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଗତ ପ୍ରତିବନ୍ଧକ କାରଣରୁ ଆମେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାକୁ ସର୍ବସମ୍ମୁଖରେ ପ୍ରକାଶ କରିପାରୁ ନାହୁଁ। କିନ୍ତୁ ସ୍ୱଚ୍ଛତା ପାଇଁ ଏହାକୁ ସାର୍ବଜନୀନ କରିବାକୁ ଆମେ ଜରୁରୀ ବୋଲି ମନେ କରିବାରୁ ଏହି ପୋଷ୍ଟ କରୁଛୁ ବୋଲି ପ୍ଲାଟଫର୍ମ କହିଛି।

Advertisment

ପୋଷ୍ଟରେ କୁହାଯାଇଛି ଯେ, ଭାରତ ସରକାର ନିର୍ଦ୍ଦିଷ୍ଟ କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ କହୁଛନ୍ତି, କିନ୍ତୁ ଆମେ ଏଥିରେ ସହମତ ନାହୁଁ। ଆମର ଆଭିମୁଖ୍ୟ ଅନୁଯାୟୀ, ଭାରତ ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଏକ ଲିଖିତ ଆବେଦନ କରିଛୁ, ଯାହା ବିଚାରାଧୀନ ଅଛି। ପ୍ଲାଟଫର୍ମର ନିୟମ ଅନୁସାରେ, ଆମେ ପ୍ରଭାବିତ ଉପଭୋକ୍ତା (ଏକ୍ସ ୟୁଜର)ଙ୍କୁ ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ନୋଟିସ ପଠାଇଛୁ

ତେବେ ଭାରତ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା କେବେଠାରୁ ଦିଆଯଇଛି, ସେନେଇ ପ୍ଲାଟଫର୍ମ ସ୍ପଷ୍ଟ ସୂଚନା ଦେଇନାହିଁ। ପ୍ଲାଟଫର୍ମର ଏପରି ପୋଷ୍ଟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣଲି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। 

Elon Musk X Claims Centre Orders X Accounts Withhold
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe