Advertisment

ଟ୍ୱିଟରରୁ ଉଡ଼ିଯିବ 'ଚଢ଼େଇ', କିଏ ହେବ ପରବର୍ତ୍ତୀ ପରିଚୟ

ଟ୍ୱିଟରର ଲୋଗୋ ଅର୍ଥାତ୍ ଚଢେଇ ଚିତ୍ର ହଟାଇବାକୁ ଯୋଜନା କରୁଛନ୍ତି ଏଲନ୍ ମସ୍କ ।

ଅଦ୍ୟତନ ହୋଇଛି
Twitter Logo May Changed

Twitter Logo May Changed

Advertisment

ବିଶ୍ୱର ଅରବପତି ଏଲନ୍ ମସ୍କ ଯେବେଠୁ ଟ୍ୱିଟରକୁ ନିଜ ଅଧୀନକୁ ନେଲେଣି, ସେବେଠୁ କିଛି ନା କିଛି ପରିବର୍ତ୍ତନ ଆଣୁଛନ୍ତି। ଏହି ପରିବର୍ତ୍ତନ ପାଇଁ ସେ କେବେ ପ୍ରଶଂସିତ ହେଉଛନ୍ତି ତ ଆଉ କେତେବେଳେ ସମାଲୋଚିତ ହେଉଛନ୍ତି। ବର୍ତ୍ତମାନ ଏଲନ୍ ମସ୍କ ବିଶ୍ୱର ଏହି ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ପୁଣି କିଛି ପରିବର୍ତ୍ତନ କରିବା ନେଇ ଘୋଷଣା କରିଛନ୍ତି।

Advertisment

ଆଗକୁ ଟ୍ୱିଟରର ପରିଚୟ ବଦଳି ଯାଇପାରେ ବୋଲି ସଙ୍କେତ ଦେଇଛନ୍ତି ମସ୍କ। ବାସ୍ତବରେ ଏଲନ୍ ମସ୍କ ଟ୍ୱିଟରର ଲୋଗୋ ଅର୍ଥାତ୍ ଚଢେଇ ଚିତ୍ର ହଟାଇବାକୁ ଯୋଜନା କରୁଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, "ଶୀଘ୍ର ଆମେ ଟ୍ୱିଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ। ଅନ୍ୟ ଏକ ଟ୍ୱିଟରେ ଏଲନ୍ ମସ୍କ କହିଛନ୍ତି, ଯଦି ଆଜି ରାତିରେ ଏକ ଭଲ X ଲୋଗୋ ପୋଷ୍ଟ କରାଯାଏ, ତେବେ ଆସନ୍ତାକାଲି ଏହାକୁ ସାରା ବିଶ୍ୱରେ ଲାଇଭ୍ କରିବୁ।" 

ଏହାପୂର୍ବରୁ ମଧ୍ୟ ମସ୍କ ଟ୍ୱିଟର ନୀତିରେ ଅନେକ ପରିବର୍ତ୍ତନ କରିଛନ୍ତି, ଯାହା କେବଳ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ନୁହଁନ୍ତି ବିଶ୍ୱର ଉପଭୋକ୍ତାଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି। ବ୍ଲୁ ଟିକ୍ ଆଦି ନିୟମରେ ମସ୍କ ଆଣିଥିବା ପରିବର୍ତ୍ତନ ଉପଭୋକ୍ତାଙ୍କୁ ପ୍ରଭାବିତ କରିଥିଲା।ସେହିପରି ମସ୍କ କେତେବେଳେ ସିଇଓ ପଦବୀରେ କୁକୁରକୁ ବସାଇଛନ୍ତି ତ ଆଉ କେତେବେଳେ ଡଗି ଟ୍ୱିଟରର ପରବର୍ତ୍ତୀ ଚିହ୍ନ ବୋଲି ଘୋଷଣା କରିଛନ୍ତି। କିନ୍ତୁ ବାସ୍ତବରେ ଏହାର କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି ମସ୍କ।

Advertisment

X ହେବ କି ଟ୍ୱିଟର ଲୋଗୋ?
ବର୍ତ୍ତମାନ ଯେହେତୁ ଏଲନ ମସ୍କ ଟ୍ୱିଟରର ଲୋଗୋ ବଦଳାଇବାକୁ ସୂଚାଇ ଦେଇଛନ୍ତି, ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ନୂଆ ଲୋଗୋ କ’ଣ ହେବ? ଏଲନ୍ ମସ୍କ ତାଙ୍କର ଅଧିକାଂଶ କମ୍ପାନୀର ନାମ ଏବଂ ଲୋଗୋରେ X କୁ ଅନ୍ତର୍ଭୁକ୍ତ କରିଛନ୍ତି, ତେଣୁ X ଟ୍ୱିଟରର ନୂତନ ଲୋଗୋ ହୋଇପାରେ ବୋଲି ଅନୁମାନ କରାଯାଉଛି। ନିକଟରେ ମସ୍କ ଆରମ୍ଭ କରିଥିବା ଆର୍ଟିଫିସିଆଲ କମ୍ପାନୀର ନାମ ମଧ୍ୟ xAI ରଖାଯାଇଛି। ଏଥି ସହିତ, ମସ୍କଙ୍କ ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପୋରେସନ୍ କମ୍ପାନୀର ନାମ ମଧ୍ୟ ସ୍ପେସ୍-ଏକ୍ସ ରହିଛି। ବର୍ତ୍ତମାନ ମସ୍କ ମଧ୍ୟ ଟ୍ୱିଟର ପକ୍ଷୀ ଲୋଗୋକୁ X କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ସେ ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ, ଲୋଗୋ ଏହିପରି ହେବ କିନ୍ତୁ ଏଥିରେ X ରହିବ।

Elon Musk Twitter Logo Twitter News X Will Be Next Logo Of Twitter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe