Advertisment

ଟ୍ୱିଟରରେ ରହିବ ନାହିଁ ବ୍ଲକିଂ ସୁବିଧା

ବିଶ୍ୱର ଲୋକପ୍ରିୟ ତଥା ବ୍ୟବହାର ବହୁଳ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X(ପୂର୍ବରୁ ଜଣାଶୁଣା ଟ୍ୱିଟର)ରେ ଆସିବାକୁ ଯାଉଛି ଆଉ ଏକ ନୂଆ ଫିଚର୍।

author-image
Debibandita Barick
ଅଦ୍ୟତନ ହୋଇଛି
Elon Musk

Elon Musk

ବିଶ୍ୱର ଲୋକପ୍ରିୟ ତଥା ବ୍ୟବହାର ବହୁଳ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X(ପୂର୍ବରୁ ଜଣାଶୁଣା ଟ୍ୱିଟର)ରେ ଆସିବାକୁ ଯାଉଛି ଆଉ ଏକ ନୂଆ ଫିଚର୍। ଏହି ଫିଚର୍ ପୂର୍ବରୁ ଉପଲବ୍ଧ ଥିବା ଏକ ସୁବିଧାକୁ ହଟାଇ ଦେବ। X ମାଲିକ ଏଲନ ମସ୍କଙ୍କ ସୂଚନା ଅନୁସାରେ, ଆଗକକୁ ଟ୍ୱିଟରରୁ ବ୍ଲକିଂ ଫିଚର୍ ହଟିଯିବ। ଯାହା ଫଳରେ କୌଣସି ୟୁଜର୍ ଅନ୍ୟ ୟୁଜରଙ୍କୁ ବ୍ଲକ୍ କରିପାରିବେ ନାହିଁ।

Advertisment

ବ୍ଲକିଂ ଫିଚର୍ ହଟାଇଲେ ମଧ୍ୟ ମସ୍କ ଆଉ ଏକ ସୁବିଧା ରଖିଛନ୍ତି। ଯଦି ଟ୍ୱିଟରରେ କେହି ମେସେଜ୍ ଜରିଆରେ ହଇରାଣ କିମ୍ୱା ବିରକ୍ତ କରୁଛନ୍ତି ତେବେ ତାଙ୍କୁ ବ୍ଲକ୍ କରିପାରିବେ। ଏହି ଫିଚର୍ କେବଳ ମେସେଜ୍ ପ୍ଲାଟଫର୍ମରେ ଉପଲବ୍ଧ ରହିବ। ମସ୍କ ଏନେଇ ଏକ ଟ୍ୱିଟ୍ କରି କହିଛନ୍ତି ଯେ, 'ଆଗକୁ ବ୍ୟବହାରକାରୀଙ୍କ ପାଇଁ ବ୍କକିଂ ଫିଚର୍ ରିମୁଭ୍ ହୋଇଯିବ। ଏହି ଫିଚରର କୌଣସି ମୂଲ୍ୟ ନାହିଁ। କିନ୍ତୁ ଡାଇରେକ୍ଟ ମେସେଜରୁ ୟୁଜଙ୍କୁ ବ୍ଲକ୍ କରାଯାଇପାରିବ।'

ସମ୍ପ୍ରତି ଜଣେ ୟୁଜର୍ ଯଦି ଅନ୍ୟ ଜଣେ ୟୁଜରଙ୍କୁ ବ୍ଲକ୍ କରନ୍ତି, ତେବେ ସେହି ଆକାଉଣ୍ଟର ପୋଷ୍ଟଗୁଡିକ ବ୍ଲକର୍ ଟାଇମଲାଇନରେ ଦେଖାଯାଏ ନାହିଁ। ତାଙ୍କୁ ଡାଇରେକ୍ଟ ମେସେଜ୍ କରିବାରେ ମଧ୍ୟ ଅସମର୍ଥ ହୁଅନ୍ତି। ସେହିପରି ବ୍ଲକର୍ ଆକାଣ୍ଟର ପୋଷ୍ଟଗୁଡିକ ମଧ୍ୟ ବ୍ଲକ୍ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଦେଖାଯାଏ ନାହିଁ କି ସେ ତାଙ୍କୁ କୌଣସି ମେସେଜ୍ ପଠାଇ ପାରନ୍ତି ନାହିଁ। କିନ୍ତୁ ମସ୍କ ବର୍ତ୍ତମାନ ଏହି ବ୍ଲକିଂ ଫିଚରକୁ ହଟାଇବାକୁ ଯୋଜନା କରୁଛନ୍ତି। ଏହି ଫିଚରର କୌଣସି ମୂଲ୍ୟ ନଥିବା ମନେ କରୁଛନ୍ତି ମସ୍କ। ତଥାପି ବ୍ୟବହାରକାରୀଙ୍କ ପାଇଁ ମେସେଜରେ ବ୍ଲକିଂ ସିଷ୍ଟମ୍ ରଖାଯିବ ବୋଲି ନେଇ ସ୍ପଷ୍ଟ କରିଛନ୍ତି ମସ୍କ। 

Advertisment
Elon Musk Twitter Twitter News X Twitter New Feature