Advertisment

ଇନଷ୍ଟାଗ୍ରାମ ଏବଂ ମେସେଞ୍ଜରର ଚାଟକୁ ଏକାଠି କରିବ ଫେସବୁକ୍!

ନୂଆଦିଲ୍ଲୀ: ଏଣିକି ଫେସବୁକରେ ହୋଇଥିବା ଚାଟ୍ ଇନଷ୍ଟାଗ୍ରାମ ଏବଂ ମେସେଞ୍ଜରରେ ମିଳିବ। କାରଣ ଏହି ସମସ୍ତ ସୋଶାଲ ମିଡିଆ ଆପର ଚାଟିଂ ପାର୍ଟନ ଏକ ହେବାକୁ ଯାଉଛି। ଯଦିଓ ଫେସବୁକ କର୍ତ୍ତୃପକ୍ଷ ଏହାକୁ ନେଇ ସ୍ପଷ୍ଟୀକରଣ ରଖିନାହାନ୍ତି ତଥାପି ଏଭଳି ହେବାକୁ ଯାଉଛି ବୋଲି ‘ଦ ଭର୍ଜ’ ରିପୋର୍ଟରେ କହିଛି। ସୂଚନାଯୋଗ୍ୟ, ମେସେଞ୍ଜର ଏବଂ ଇନଷ୍ଟାଗ୍ରାମ ହେଉଛି ଫେସବୁକ ଅଧିନରେ ଥିବା କମ୍ପାନୀ। ଉଭୟ ଆଣ୍ଡ୍ରଏଡ଼ ଏବଂ ଆପଲରେ ଏହି ତିନି ଆପ୍ ଅପଡେଟ୍ ହେଲେ ଚାଟିଂ […]

ଇନଷ୍ଟାଗ୍ରାମ ଏବଂ ମେସେଞ୍ଜରର ଚାଟକୁ ଏକାଠି କରିବ ଫେସବୁକ୍!

facebook messenger insta

Advertisment

ନୂଆଦିଲ୍ଲୀ: ଏଣିକି ଫେସବୁକରେ ହୋଇଥିବା ଚାଟ୍ ଇନଷ୍ଟାଗ୍ରାମ ଏବଂ ମେସେଞ୍ଜରରେ ମିଳିବ। କାରଣ ଏହି ସମସ୍ତ ସୋଶାଲ ମିଡିଆ ଆପର ଚାଟିଂ ପାର୍ଟନ ଏକ ହେବାକୁ ଯାଉଛି। ଯଦିଓ ଫେସବୁକ କର୍ତ୍ତୃପକ୍ଷ ଏହାକୁ ନେଇ ସ୍ପଷ୍ଟୀକରଣ ରଖିନାହାନ୍ତି ତଥାପି ଏଭଳି ହେବାକୁ ଯାଉଛି ବୋଲି 'ଦ ଭର୍ଜ' ରିପୋର୍ଟରେ କହିଛି। ସୂଚନାଯୋଗ୍ୟ, ମେସେଞ୍ଜର ଏବଂ ଇନଷ୍ଟାଗ୍ରାମ ହେଉଛି ଫେସବୁକ ଅଧିନରେ ଥିବା କମ୍ପାନୀ।

Advertisment

ଉଭୟ ଆଣ୍ଡ୍ରଏଡ଼ ଏବଂ ଆପଲରେ ଏହି ତିନି ଆପ୍ ଅପଡେଟ୍ ହେଲେ ଚାଟିଂ ପାର୍ଟନ ଏକାଠି ହୋଇଯିବ ବୋଲି କୁହାଯାଉଛି। ଖୁବଶୀଘ୍ର ଏହି ଅପଡେଟ୍ ଆସିବ ବୋଲି କୁହାଯାଉଛି। ଦୁଇ ବର୍ଷ ତଳେ ଫେସବୁକ ରିବ୍ରାଣ୍ଡିଂ ହୋଇଥିଲା। ଏହାପରେ ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ଫେସବୁକ ଦ୍ୱାରା ପରିଚାଳିତ ହେଉଛି ବୋଲି କମ୍ପାନୀ ଆପ୍ ଆରମ୍ଭରେ ଉଲ୍ଲେଖ କରିଥିଲା। ଏହି ଦୁଇ ଆପ୍ ଫେସବୁକ ଦ୍ୱାରା ପରିଚାଳିତ ହେଉଛି ବୋଲି ଲୋକଙ୍କୁ ଜଣାଇବା ପାଇଁ ଏଭଳି କରାଯାଇଥିଲା ବୋଲି ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଥିଲେ।

ଇନଷ୍ଟାଗ୍ରାମ ଫେସବୁକର କମ୍ପାନୀ ନଥିଲା। ହେଲେ ୨୦୧୨ରେ ଫେସବୁକ ଏହାକୁ ୭୨୫ ମିଲିଅନ ଡଲାର ଦେଇ ଅଧିଗ୍ରହଣ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe