Advertisment

ବାଇକ୍‌ ଚାଳକଙ୍କ ପାଇଁ ଖୁସି ଖବର, ଲଞ୍ଚ୍ ହେଲା ଦୁନିଆର ପ୍ରଥମ ଏସି ହେଲ୍‌ମେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‌ଅନେକ ଲୋକ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଳାଇବା ପସନ୍ଦ କରନ୍ତି ନାହିଁ। ଗରମ ଦିନରେ ତ ଆଦୌ ନୁହେଁ। ହେଲ୍‌ମେଟ୍‌ ପିନ୍ଧିଲେ ମୁହଁ ଆବଦ୍ଧ ହୋଇଯାଉଥିବାରୁ, ଗରମ୍‌ରେ ଅଣନିଶ୍ୱାସୀ ଲାଗେ। ଏଥିପାଇଁ ସେମାନେ ହେଲ୍‌ମେଟ୍‌ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ବାଇକ୍‌ ଚାଳକଙ୍କ ପାଇଁ ଏବେ ଏସି ହେଲ୍‌ମେଟ୍‌ ଆସିଯାଇଛି। ହେଲ୍‌ମେଟ୍‌ ନିର୍ମାତା କମ୍ପାନୀ ‘FEHER’ ବିଶ୍ୱର ପ୍ରଥମ ଏସି ହେଲ୍‌ମେଟ୍‌ FeherACH-1 ଲଞ୍ଚ୍‌ […]

ବାଇକ୍‌ ଚାଳକଙ୍କ ପାଇଁ ଖୁସି ଖବର, ଲଞ୍ଚ୍ ହେଲା ଦୁନିଆର ପ୍ରଥମ ଏସି ହେଲ୍‌ମେଟ୍

feher-air-conditioned-motorcycle-helmet-2

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‌ଅନେକ ଲୋକ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଳାଇବା ପସନ୍ଦ କରନ୍ତି ନାହିଁ। ଗରମ ଦିନରେ ତ ଆଦୌ ନୁହେଁ। ହେଲ୍‌ମେଟ୍‌ ପିନ୍ଧିଲେ ମୁହଁ ଆବଦ୍ଧ ହୋଇଯାଉଥିବାରୁ, ଗରମ୍‌ରେ ଅଣନିଶ୍ୱାସୀ ଲାଗେ। ଏଥିପାଇଁ ସେମାନେ ହେଲ୍‌ମେଟ୍‌ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ।

Advertisment

ତେବେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ବାଇକ୍‌ ଚାଳକଙ୍କ ପାଇଁ ଏବେ ଏସି ହେଲ୍‌ମେଟ୍‌ ଆସିଯାଇଛି। ହେଲ୍‌ମେଟ୍‌ ନିର୍ମାତା କମ୍ପାନୀ 'FEHER' ବିଶ୍ୱର ପ୍ରଥମ ଏସି ହେଲ୍‌ମେଟ୍‌ FeherACH-1 ଲଞ୍ଚ୍‌ କରିଛି। ଏହି ହେଲ୍‌ମେଟ୍‌ ଭିତରେ ତାପ ନିୟନ୍ତ୍ରଣ କରି ଆପଣଙ୍କୁ ଥଣ୍ଡା ପବନ ଦେବ। ଫଳରେ ଗରମ ଲାଗିବ ନାହିଁ କି ଝାଳ ବୋହିବ ନାହିଁ। ବାଇକ୍‌ ଚାଳକ ଆରାମ୍‌ରେ ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଇପାରିବେ।

[caption id="attachment_269915" align="aligncenter" width="852"]helmat-1 photo-motorcar.com[/caption]

Advertisment

ହେଲ୍‌ମେଟ୍‌ ପଛରେ ଲାଗିଛି ଏସି:  FeherACH-1 ହେଲ୍‌ମେଟ୍‌ଟି ଅନ୍ୟ କମ୍ପାନୀର  ହେଲ୍‌ମେଟ୍‌ଠାରୁ ଅପେକ୍ଷାକୃତ ହାଲୁକା ରହିଛି। ଏହାର ଓଜନ ୧୪୫୦ ଗ୍ରାମ୍। ମୁଣ୍ଡ ଥଣ୍ଡା ରଖିବାକୁ ଏହାର ପଛପଟରେ ଏସି ଲଗାଯାଇଛି। ଫାଇବର୍‌ରେ ତିଆରି ହୋଇଥିବା ଏହି ହେଲ୍‌ମେଟ୍‌ର ଲୁକ୍‌ ବି ଖୁବ୍‌ ଆକର୍ଷଣୀୟ ରହିଛି।

ହେଲ୍‌ମେଟ୍‌ରେ ଖାସ୍‌ କଥା: FeherACH-1 ହେଲ୍‌ମେଟ୍‌ରେ ଆଣ୍ଟିଫଗ୍‌ ଓ ଆଣ୍ଟି ସ୍କ୍ରାଚ୍‌ ବିଶିଷ୍ଟ ଫାଇବର୍‌ ଗ୍ଲାସ୍‌ ଦିଆଯାଇଛି। ଯାହାଦ୍ୱାରା ପାଗ ଖରାପ୍‌ ଥିଲେ ବାଇକ୍‌ ଚାଳକଙ୍କୁ କୌଣସି ସମସ୍ୟା ହେବ ନାହିଁ। ଥର୍ମୋ ଇଲେକ୍ଟ୍ରିକ୍ ଟେକ୍ନୋଲୋଜିରେ ତିଆରି ହୋଇଥିବା ଏହି ହେଲ୍‌ମେଟ୍‌ ବାହାର ତାପମାତ୍ରାଠାରୁ ଭିତରର ତାପମାତ୍ରା ୧୦ରୁ ୧୫ ଡିଗ୍ରୀ କମ୍‌ ରଖିବ।

[caption id="attachment_269917" align="aligncenter" width="953"]ac helmate photo-inkhabar.com[/caption]

ଏହି ଶୀତତାପ ନିୟନ୍ତ୍ରିତ ହେଲ୍‌ମେଟ୍‌ର ଦାମ:  ୫୯୯ ଡଲାର୍ ରହିଛି। କିନ୍ତୁ ବର୍ତ୍ତମାନ ଲଞ୍ଚିଂ ଅଫର୍‌ ଥିବାରୁ କମ୍ପାନୀ ଏହାର ମୂଲ୍ୟ ୫୪୯,୯୯ ଡଲାର୍‌ ରଖିଛି। ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୩୮ ହଜାର ୬୦୦ ଟଙ୍କା ହେବ। ଫେହେର୍‌ କମ୍ପାନୀର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ଗ୍ରାହକ ଅନ୍‌ଲାଇନ୍‌ରେ ଏହି ହେଲ୍‌ମେଟ୍‌ କିଣିପାରିବେ।  କିନ୍ତୁ  ସୁରକ୍ଷା କାରଣରୁ ବର୍ଷା ସମୟରେ ଏହି ହେଲ୍‌ମେଟ୍‌ ବ୍ୟବହାର କରିବାକୁ କମ୍ପାନୀ ମନା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe