Advertisment

ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍

ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।

author-image
Debibandita Barick
Car

Car

ଭାରତରେ ବଢି ଚାଲିଛି ଦୁଇ ଚକିଆ ଓ ଚାରି ଚକିଆ ଯାନର ଆଦୃତି। ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି। ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମ୍ୟାନୁଫାକ୍ଚର୍ସ (SIAM) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ୨୧.୬୪ ଲକ୍ଷ ଦୁଇ ଚକିଆ ଯାନ ବିକ୍ରି ହେବାର ରେକର୍ଡ କରାଯାଇଛି।

Advertisment

ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୧୪.୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଦେଶରେ କାର୍ ବିକ୍ରି ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ଗତବର୍ଷ ଭାରତରେ ୩.୮୯ ଲକ୍ଷ କାର୍ ବିକ୍ରି ହୋଇ ଥିବାବେଳେ ଚଳିତ ବର୍ଷ ୩.୯୩ ଲକ୍ଷ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ, ଚଳିତ ବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୨୩୮ଟି କାର୍ ବିକ୍ରି ହୋଇଛି।  

SIAM ତଥ୍ୟ ଅନୁଯାୟୀ, କେବଳ ଅକ୍ଟୋବରରେ ଅର୍ଥାତ୍ ପାର୍ବଣ ଋତୁରେ ୬.୫୬ ଲକ୍ଷ ଦୁଇ ଚକିଆ ବିକ୍ରି ହୋଇଛି। ଏଥିରେ ସର୍ବାଧିକ ହିରୋ କମ୍ପାନୀର ମୋଟୋକର୍ପ ବାଇକ୍ ରହିଛି। ସେହିପରି ୫.୫୩ ଲକ୍ଷ ବାଇକ୍ ଏବଂ ସ୍କୁଟର ସହିତ ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ଦ୍ୱିତୀୟ ସ୍ଥାନ ହାସଲ କରିଛି। 

Advertisment

ଏମାନଙ୍କ ପରେ ଲୋକଙ୍କ ତୃତୀୟ ପସନ୍ଦ ରହିଛି ଟିଭିଏସ୍। ଚଳିତ ବର୍ଷ ଟିଭିଏସ୍ କମ୍ପାନୀର ମୋଟ ୩.୯୦ ଲକ୍ଷ ଦୁଇ ଚକିଆ ଯାନ ବିକ୍ରି ହୋଇଛି। ଏହାର ଅର୍ଥ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଟିଭିଏସ୍ ବିକ୍ରିରେ ୧୩.୨୦ ପ୍ରତିଶତ ବୃଦ୍ଧି ଘଟିଛି।

ଯଦି ଚାରି ଚକିଆ ଯାନ କଥା କହିବା, ତେବେ ଘରୋଇ ବିକ୍ରିରେ ୫.୦୪ ପ୍ରତିଶତ ହ୍ରାସ ସତ୍ତ୍ୱେ ମାରୁତି ସୁଜୁକି ୧.୫୯ ଲକ୍ଷ କାର ବିକ୍ରି ସହିତ ଏକ ନମ୍ବର ସ୍ଥାନ ବଜାୟ ରଖିଛି। ୫୫,୫୬୮ ୟୁନିଟ୍ ବିକ୍ରି ସହିତ ହୁଣ୍ଡାଇ ମୋଟର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ୫୪,୫୦୪ ୟୁନିଟ୍ ବିକ୍ରି ସହିତ ତୃତୀୟ ସ୍ଥାନ ଅଧିକାର କରିଛି। 

Vehicle Sales SIAM Auto Sales