Advertisment

iPhone ୟୁଜର୍ସଙ୍କୁ ସତର୍କ ସୂଚନା ଜାରି କଲେ ସରକାର

iPhone ୟୁଜର୍ସଙ୍କୁ ପାଇଁ ସରକାରଙ୍କ ତରଫରୁ ହାଇ ରିସ୍କ ଚେତାବନୀ ଜାରି କରାଯାଇଛି।

iPhone Users

iPhone Users

Advertisment

ଆଇ ଫୋନ୍‌ କିମ୍ବା ଆପଲ୍‌ର ଆଇ ପ୍ୟାଡ୍ ତଥା ମ୍ୟାକ୍‌ବୁକ୍‌ ବ୍ୟବହାର କରୁଥିଲେ ସାବଧାନ। ଏ ସମସ୍ତ ଆପଲ ପ୍ରଡକ୍ସ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଯେକୌଣସି ମୁହୂର୍ତ୍ତରେ ହ୍ୟାକ୍‌ ହୋଇପାରେ ଆପଣଙ୍କ ଫୋନ୍। ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସ୍‌ପନ୍ସ ଟିମ୍‌ ତଥା CERT-In ଆପଲର ଏହି ସମସ୍ତ ପ୍ରଡକ୍ଟକୁ ହାଇ ରିସ୍କ ରେଟିଂ ଦେଇଛି।

Advertisment

CERT-Inକୁ ଏହି ସମସ୍ତ ଡିଭାଇସରେ 'Remote Code Execution Vulnerability' ମିଳିଛି। ଏହାର ବ୍ୟବହାର କରି ହ୍ୟାକର୍ସମାନେ ଆପଣଙ୍କର ତଥ୍ୟ ଚୋରି କରିବା ସହିତ ଡିଭାଇସରେ ଇଚ୍ଛାଧୀନ କୋଡ୍ ଏଡିଟ୍ କରିପାରିବେ। ଆପଣଙ୍କ ପାସ୍ ଓ୍ୱାର୍ଡକୁ ମଧ୍ୟ ସେମାନେ ବଦଳାଇ ପାରିବେ। ତେଣୁ ଏଥିପ୍ରତି ସାବଧାନ ରହିବାକୁ ସରକାର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

CERT-In ର ଚେତାବନୀ ଅନୁଯାୟୀ, Vulnerability 17.4.1 ପୂର୍ବର iOS ଏବଂ iPadOS ସଂସ୍କରଣର ଆଇଫୋନ୍ ଏବଂ ଆଇପ୍ୟାଡ୍ ବ୍ୟବହାରକାରୀଙ୍କୁ ପ୍ରଭାବିତ କରୁଛି। 16.7.7 ଅପଡେଟ୍ ପୂର୍ବରୁ ଆଇଓଏସ୍ ଏବଂ ଆଇପ୍ୟାଡ୍ ସଂସ୍କରଣ ଚଳାଉଥିବା ଡିଭାଇସ୍ ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି। କେବଳ ସେତିକି ନୁହେଁ iPhone 8, iPhone 8 Plus, iPhone X, iPad gen 5, iPad Pro 9.7 ଇଞ୍ଚ ଓ iPad Pro 12.9- ଇଞ୍ଚ gen 1 ୟୁଜର୍ସଙ୍କୁ ମଧ୍ୟ ହାଇ ରିସ୍କ ଚେତାବନୀ ଜାରି କରାଯାଇଛି।

Advertisment

ଆପଲର ମ୍ୟାକ୍ ବୁକ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପ୍ରତି ମଧ୍ୟ ବିପଦ ରହିଛି। 17.4.1 ପୂର୍ବରୁ ଆପଲ୍ ସଫାରି ସଂସ୍କରଣକୁ ମଧ୍ୟ 'Remote Code Execution Vulnerability' ପ୍ରଭାବିତ କରୁଛି, ଯାହା ମାକୋସ୍ ମୋଣ୍ଟେରୀ ଏବଂ ମାକୋସ୍ ଭେଣ୍ଟୁରା ପାଇଁ ଉପଲବ୍ଧ।

ତେଣୁ ଏହି ବିପଦକୁ ଏଡାଇବା ଓ ହ୍ୟାକ୍‌ରୁ ବଞ୍ଚିବା ପାଇଁ ସର୍ବପ୍ରଥମେ ନିଜ Apple iOS ଓ iPadOS ଡିଭାଇସ୍‌କୁ ଲାଟେଷ୍ଟ ସଫ୍ଟଓ୍ୱେର୍‌ ଭର୍ସନ ସହ ଅପଡେଟ୍‌ କରନ୍ତୁ। ଆପଲ୍ ଦ୍ୱାରା ଜାରି ଯେକୌଣସି ସୁରକ୍ଷା ପ୍ୟାଚ୍କୁ ତୁରନ୍ତ ଇନ୍‌ଷ୍ଟଲ କରନ୍ତୁ। ବିଶେଷକରି CERT-In ଦ୍ୱାରା ଯେଉଁଥିରେ ତ୍ରୁଟି ଥିବା ସତର୍କ କରାଯାଇଛି ତାହାକୁ ପ୍ରଥମେ ଅପଡେଟ୍‌ କରିବା ଉଚିତ। ବିପଦକୁ ଏଡାଇବା ପାଇଁ ଅସୁରକ୍ଷିତ ଏବଂ ସର୍ବସାଧାରଣ ୱାଇ-ଫାଇ ନେଟୱାର୍କଠାରୁ ଦୂରେଇ ରୁହନ୍ତୁ।

Iphone IPad MacBook Apple Users High-Risk Warning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe