Advertisment

ଖରାକୁ ମାତ୍‌ ଦେବ ନୂଆ ଏସି, ପିନ୍ଧି ବୁଲି ହେବ

ଲୋକଙ୍କୁ ଏହି ଟାଣ ଖରା ଓ ଗରମରୁ ମୁକ୍ତି ଦେବା ପାଇଁ ସୋନି କମ୍ପାନୀ ଲଞ୍ଚ କରିଛି ନୂଆ ଡିଭାଇସ୍। ଏହାର ନାଁ ରହିଛି 'Reon Pocket 5' ଏସି।

Sony-Reon-Pocket-5-AC

Sony-Reon-Pocket-5-AC

Advertisment

ଚାରିଆଡେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଜଳୁଛି ଦେଶର ବଭିନ୍ନ ରାଜ୍ୟ। ଆକାଶରୁ ସତେ ଯେପରି ବର୍ଷୁଛି ନିଆଁ। ତତଲା କଢ଼େଇ ପାଲଟିଛି ବିଭିନ୍ନ ସହର। ଖରାକୁ ଦେଖି ଲୋକେ ବାହାରକୁ ବାହାରିବା ପାଇଁ ବି ଭୟ କରୁଛନ୍ତି। ଘରେ ରହି ଏସିର ମଜା ନେବାକୁ ଚାହୁଁଛନ୍ତି। କିନ୍ତୁ ଏବେ ଏହି ଏସିକୁ ଆଉ ଘରେ ନୁହେଁ ଆପଣ ନିଜ ଦେହରେ ପିନ୍ଧି ବାହାରକୁ ମଧ୍ୟ ଯାଇପାରିବେ। ଖରା ଗରମକୁ ମାତ ଦେବା ପାଇଁ ବଜାରକୁ ଆସିଛି ନୂଆ ଏୟାର କଣ୍ଡିସନ ତଥା ଏସି। ଯାହାକୁ ଲୋକେ ପିନ୍ଧି ବୁଲି ପାରିବେ।

Advertisment

ଲୋକଙ୍କୁ ଏହି ଟାଣ ଖରା ଓ ଗରମରୁ ମୁକ୍ତି ଦେବା ପାଇଁ ସୋନି କମ୍ପାନୀ ଲଞ୍ଚ କରିଛି ନୂଆ ଡିଭାଇସ୍। ଏହାର ନାଁ ରହିଛି 'Reon Pocket 5'। ଏହା ଏକ ପିନ୍ଧି ହେଉଥିବା ଏସି ବା ଏୟାର କଣ୍ଡିସନ୍‌। ଏହି ଡିଭାଇସ୍‌ ହେଉଛି ମିନି ଫ୍ୟାନ୍‌ର ବିକଳ୍ପ। ଏହାକୁ ଆପଣ ନିଜର ଶାର୍ଟ ତଥା ଟି-ଶାର୍ଟ ପଛରେ ଅତି ସହଜରେ ବେକରେ ଲଗାଇ ବୁଲି ପାରିବେ।

ବାହାରକୁ ଯିବା ସମୟରେ ଆପଣଙ୍କ ଯାତ୍ରାକୁ ଆରାମ ଦେବା ପାଇଁ ଏହାକୁ ତିଆରି କରାଯାଇଛି। ରେୟନ ପକେଟ୍‌-୫ ଡିଭାଇସ୍‌ ସେନ୍‌ସର ମାଧ୍ୟମରେ କାମ କରେ। ଏହା ଲୋକଙ୍କୁ ଉଭୟ ଥଣ୍ଡା ଓ ଗରମ ପବନ ଯୋଗାଇପାରିବ। ଏହାର ଅର୍ଥ ଏହାକୁ ଆପଣ ଉଭୟ ଗରମ ଓ ଥଣ୍ଡା ଦିନେ ମଧ୍ୟ ବ୍ୟବହାର କରିପାରିବେ। ଖପାଖରେ ତାପମାତ୍ରାକୁ ଅନୁଭବ କରି ତା' ଅନୁସାରେ ଏଥିରେ ଥଣ୍ଡା ଓ ଗରମ ଆପେ ଆପେ ଆଡଜଷ୍ଟ ହୁଏ।

Advertisment

ରେୟନ୍‌ ପକେଟ୍‌ ଡିଭାଇସ୍‌ ଏକ ନୂଆ ରେୟନ୍‌ ପକେଟ୍‌ ଆପ୍‌ ସହ କାମ କରେ। ଏହା ଉଭୟ iPhone ଓ Android ପାଇଁ ଉପଲବ୍ଧ। ଏହାକୁ ଆପଣ ପ୍ଲେ-ଷ୍ଟୋର୍‌ କିମ୍ବା ଆପ୍‌-ଷ୍ଟୋର୍‌ରୁ ଡାଉନଲୋଡ କରିପାରିବେ। ଏହା ବ୍ଲୁଟୁଥ ସହ ଜଡିତ । ଏହି ଆପ୍‌ ଜରିଆରେ ଆପଣ ଥଣ୍ଡା/ଗରମର ଲେବଲକୁ ଆଡଜଷ୍ଟ କରିପାରିବେ।

କେବଳ ସେତକି ନୁହେଁ ଏହି ମିନି ଏସି ବା ରେୟନ୍‌ ପକେଟ୍‌ ଡିଭାଇସ୍‌ରେ ଏକ ଅଟୋ ଷ୍ଟାର୍ଟ/ଷ୍ଟପ୍‌ ପଙ୍କସନ୍‌ ମଧ୍ୟ ରହିଛି। ଏହାଦ୍ୱାରା ଆପଣଙ୍କୁ ଏହି ଡିଭାଇସ୍‌କୁ ବାରମ୍ବାର ଅନ୍‌/ଅଫ୍‌ କରିବାକୁ ପଡିବ ନାହିଁ। ଏହି ଡିଭାଇସ୍‌କୁ ଆପଣ ନିଜ ବେକରେ ପିନ୍ଧିବା ପରେ ଏହା ଆପେ ଆପେ ଥଣ୍ଡା ଗରମ ହେବା କାମ ଆରମ୍ଭ କରିଦେବ। ଏଥିସହ ଏହାକୁ ଟେବୁଲ ଉପରେ ରଖିବା ପରେ ଏହା ଆପେ ଆପେ ବନ୍ଦ ମଧ୍ୟ ହୋଇଯିବ।

ଏହି ରେୟନ୍ ପକେଟ୍‌-୫ ଦାମ୍‌ ୨୦,୭୯୦ ଟଙ୍କା ରଖାଯାଇଛି। ପିନ୍ଧି ହେଉ ଥିବା ଏହି ଏୟାର କଣ୍ଡିସନର ଏହା ହେଉଛି ୫ମ ମଡେଲ। ୨୦୧୯ରେ ଏହାର ପ୍ରଥମ ମଡେଲ ଲଞ୍ଚ ହୋଇଥିଲା। ତେବେ ଲାଟେଷ୍ଟ ମଡେଲକୁ ସୋନି ପକ୍ଷରୁ କିଛି ବଛା ବଛା ଦେଶରେ ହିଁ ଲଞ୍ଚ କରାଯାଇଛି। ଲୋକେ ଏହି ଡିଭାଇସ୍‌ ସୋନିର ଅଫିସିଆଲ୍‌ ଓ୍ୱେବ୍‌ସାଇଟ୍‌କୁ ଯାଇ କିଣିପାରିବେ।

Gadget Reon Pocket-5 AC Sony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe