Advertisment

ଅଗଷ୍ଟରେ ବନ୍ଦ ହୋଇଯିବ Gmail? କ'ଣ କହିଲା କମ୍ପାନୀ

ଚଳିତ ବର୍ଷ ଗୁଗଲର ଲୋକପ୍ରିୟ ଇମେଲ୍ ସେବା ଜିମେଲ୍ (Gmail) ବନ୍ଦ ହୋଇଯିବା ନେଇ ସୋଶାଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚା ହେବା ପରେ ଜବାବ ରଖିଛି ଗୁଗଲ୍।

author-image
Debibandita Barick
ଅଦ୍ୟତନ ହୋଇଛି
Gmail

Gmail

ଚଳିତ ବର୍ଷ ଗୁଗଲର ଲୋକପ୍ରିୟ ଇମେଲ୍ ସେବା ଜିମେଲ୍ (Gmail) ବନ୍ଦ ହୋଇଯିବା ନେଇ ସୋଶାଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚା ହେବା ପରେ ଜବାବ ରଖିଛି ଗୁଗଲ୍। କମ୍ପାନୀ ଏହି ସେବାକୁ ବନ୍ଦ କରୁ ନାହିଁ ବୋଲି ଏକ୍ସ ପୋଷ୍ଟ ଯୋଗେ ଗୁଗଲ୍ ସୂଚନା ଦେଇଛି। 

Advertisment

ନିକଟରେ ସୋଶାଲ ମିଡିଆ ପ୍ଲାଟଫର୍ମରେ ଗୁଗଲର Gmail ବ୍ୟବହାରକାରୀଙ୍କୁ ସମ୍ବୋଧିତ ହୋଇଥିବା ଏକ ଇମେଲର ଏକ ନିର୍ଦ୍ଦିଷ୍ଟ ସ୍କ୍ରିନସଟ୍ ପୋଷ୍ଟ ହୋଇଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ, କମ୍ପାନୀ ଚଳିତ ବର୍ଷ ଅଗଷ୍ଟ 1ରେ Gmail ସେବାକୁ ବନ୍ଦ କରିବାକୁ ଯାଉଛି। ଅଗଷ୍ଟ ପରେ, Gmail ଆଉ "ଇମେଲ ସେଣ୍ଟ, ରିସିଭ୍ ଏବଂ ଷ୍ଟୋର୍ କରିବାରେ ସମର୍ଥନ ହେବ ନାହିଁ।"

ଏହି ପୋଷ୍ଟରେ ଆହୁରି ଉଲ୍ଲେଖ କରାଯାଇଥିଲା, "ବର୍ଷ ବର୍ଷ ଧରି ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ପରେ, Gmailର ଯାତ୍ରା ଶେଷ ହେବାକୁ ଯାଉଛି। ଅଗଷ୍ଟ 1, 2024 ସୁଦ୍ଧା, Gmail ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯିବ।"

Advertisment

ଏହି ସ୍କ୍ରିନସଟ୍ X ପ୍ଲାଟଫର୍ମ ଏବଂ ଟିକଟକରେ ପ୍ରବଳ ମାତ୍ରାରେ ଶେଆର୍ ହୋଇଥିଲା। କ୍ରିଏଟର ଦାବି କରି କହିଥିଲେ ଯେ, ଗୁଗଲ ଏହାର AI ଇମେଜ ଉପକରଣ ଜିମିନି ଉପରେ ସମାଲୋଚନାର ସମ୍ମୁଖୀନ ହେବା ପରେ Gmail ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ଗୁଗଲ ପ୍ରତିକ୍ରିୟା ରଖି Gmail ବନ୍ଦ ହୋଇଯିବାକୁ ଚର୍ଚ୍ଚାକୁ ଖଣ୍ଡନ କରିଛି। ପ୍ଲାଟଫର୍ମ ଏହି ସେବା ବନ୍ଦ କରୁନାହିଁ। କେବଳ Gmail ର HTML ଭର୍ସନକୁ ବନ୍ଦ କରାଯାଇଛି। ଏହା ଜାନୁଆରୀ ପହିଲାରୁ ବନ୍ଦ ହୋଇସାରିଛି। କିନ୍ତୁ Gmail ବନ୍ଦ ହେବାର ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି। 

Google Technology Gmail Gmail Shutting Down