Advertisment

ଭାରତରେ ଗୁଗଲର AI ଆପ୍ Gemini ଲଞ୍ଚ

୯ଟି ଆଞ୍ଚଳିକ ଭାଷା ସହ ଭାରତରେ ଲଞ୍ଚ ହୋଇଛି ଗୁଗଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପ୍ ଜେମିନୀ।

Gemini

Gemini

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବହୁଳ ବ୍ୟବହାର ମଧ୍ୟରେ ଭାରତରେ ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଇଁ ଜେମିନୀ  AI ଆପ୍ ଲଞ୍ଚ କରିଛି ଗୁଗଲ୍। ଆପରେ ଇଂରାଜୀ ବ୍ୟତୀତ ନଅଟି ଆଞ୍ଚଳିକ ଭାଷା ରହିଛି।

Advertisment

ହିନ୍ଦୀ, ବଙ୍ଗାଳି, ଗୁଜୁରାଟୀ, କନ୍ନଡ, ମାଲୟାଲମ୍, ମରାଠୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ଗୁଗଲର ଜେମିନୀ ବ୍ୟବହାର କରିପାରିବେ ୟୁଜର୍। 

ଏହା ବ୍ୟତୀତ ଗୁଗଲ୍ ମଧ୍ୟ ଭାରତରେ ଜେମିନୀ ଆଡଭାନ୍ସଡ ଫିଚର୍ ଆଣିବାକୁ ଯୋଜନା କରୁଛି। ଏହି ଫିଚର୍ ପାଇଁ ବ୍ୟବହାରକାରୀଙ୍କୁ ଟଙ୍କା ଦେବାକୁ ପଡିବ। ଜେମିନୀ ଆଡଭାନ୍ସଡ ହେଉଛି ଆପର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିଷ୍ଟାଣ୍ଟ। 

Advertisment

ଗୁଗଲ AI ଚାଟବଟ୍ ବାର୍ଡକୁ ଜେମିନୀ ନାଁରେ ପୁନଃନାମିତ କରିବାର କିଛି ଦିନ ପରେ ଭାରତରେ ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଇଁ ଏହି ଆପ୍ ଉପଲବ୍ଧ କରିଛି। ଭାରତ ବ୍ୟତୀତ ତୁର୍କୀ, ବାଂଲାଦେଶ, ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ମଧ୍ୟ ଜେମିନୀ ଆପ୍ ଲଞ୍ଚ କରାଯାଇଛି।

AI Apps Gemini Android App Google
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe