Advertisment

୨୦୦ କର୍ମଚାରୀଙ୍କ ଛଟେଇ କଲା Google, ଭାରତକୁ ପଠାଇବ ଚାକିରି

ଭାରତକୁ ଚାକିରି ପଠାଇବା ପାଇଁ ଗୁଗଲ୍ 'କୋର୍' ଟିମରୁ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି...

ଅଦ୍ୟତନ ହୋଇଛି
Google

Google

Advertisment

'କୋର୍' ଟିମରୁ ଅତି କମରେ ୨୦୦ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛି ଗୁଗଲ୍। ଏପ୍ରିଲ୍ ୨୫ରେ ପ୍ରଥମ ତ୍ରୟମାସିକ ଆୟ ରିପୋର୍ଟ ଆସିବା ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛି କମ୍ପାନୀ। CNBC ରିପୋର୍ଟ ଅନୁସାରେ, କମ୍ପାନୀ ଆଗକୁ ଭାରତ ଓ ମେକ୍ସିକୋକୁ ଚାକିରି ସ୍ଥାନାନ୍ତର କରିବ।   

Advertisment

'କୋର୍' ଟିମରୁ କର୍ମଚାରୀ ଛଟେଇ ପୂର୍ବରୁ ଗୁଗଲ୍ ଫ୍ଲଟର, ଡାର୍ଟ ଏବଂ ପାଇଥନ୍ ଟିମରୁ କର୍ମଚାରୀ ଛଟେଇ କରିଥିଲା। ଏହି କର୍ମଚାରୀଙ୍କ ମଧ୍ୟରୁ ଅତି କମରେ ୫୦ ଜଣ ସନ୍ନିଭାଲେ ଓ କାଲିଫୋର୍ନିଆ କମ୍ପାନୀର ଇଞ୍ଜିନିଅର ପଦବୀରେ ଥିଲେ। 

ଗୁଗଲ୍ ଡେଭଲପର୍ ଇକୋସିଷ୍ଟମର ଉପାଧ୍ୟକ୍ଷ ଅସୀମ ହୁସେନ୍ ଗତ ସପ୍ତାହରେ ଛଟେଇ ନେଇ ଘୋଷଣା କରିଥିଲେ। ଚଳିତ ବର୍ଷ ତାଙ୍କ ଟିମ୍ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଯୋଜନା କରୁଥିବା କହିଥିଲେ। ଏହାର କିଛି ଦିନ ପରେ ଇମେଲ୍ ପଠାଇ ଛଟେଇ କରିଛନ୍ତି। 

Advertisment

ଗୁଗଲର ୱେବସାଇଟ୍ ଅନୁଯାୟୀ, 'କୋର୍' ଟିମ୍ କମ୍ପାନୀର ଫ୍ଲାଗସିପ୍ ପ୍ରଡକ୍ଟ ପଛରେ ବୈଷୟିକ ଭିତ୍ତିଭୂମି ନିର୍ମାଣ କରନ୍ତି। ଏହି ଟିମର କର୍ମଚାରୀ କମ୍ପାନୀର ଡିଜାଇନ୍ ଏଲିମେଣ୍ଟସ, ଡେଭଲୋପର ପ୍ଲାଟଫର୍ମ, ପ୍ରଡକ୍ଟ କମ୍ପୋନେଣ୍ଟସ କାର୍ଯ୍ୟ କରନ୍ତି।

ଚଳିତ ବର୍ଷ  ଟେସଲା ମଧ୍ୟ ହଜାର ହଜାର କର୍ମଚାରୀଙ୍କ ଛଟେଇ ପାଇଁ ଯୋଜନା କରୁଛି। ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଚାହିଦା ଓ ଲାଭ ହ୍ରାସ କାରଣରୁ ଟେସଲା ଟେକ୍ସାସ୍ ଏବଂ କାଲିଫୋର୍ନିଆରେ ୬,୦୨୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି।

Google Google News Layoffs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe