Advertisment

Google Payରେ ଖୋଲନ୍ତୁ ଆକାଉଣ୍ଟ୍‌, ମାତ୍ର ପାଞ୍ଚ ମିନିଟ୍‌ରେ

ନୂଆଦିଲ୍ଲୀ:୨୦୧୭ରେ ଲଞ୍ଚ୍‌ ହୋଇଥିବା ଗୁଗୁଲର ଆପ୍‌ ‘ତେଜ୍‌’ର ନାଁ ପରିବର୍ତ୍ତନ ହୋଇ ଏବେ ‘ଗୁଗଲ୍‌ ପେ’ ହୋଇଛି। ଏହି ଆପ୍‌ ଜରିଆରେ ଆପଣ ଯେକୌଣସି ମୁହୂର୍ତ୍ତରେ ଅନ୍ୟଜଣଙ୍କୁ ପଇସା ଟ୍ରାନ୍ସଫର୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ତାଙ୍କ ଆକାଉଣ୍ଟ୍ ନମ୍ବର ଆବଶ୍ୟକ ପଡ଼ିବ ନାହିଁ। କେବଳ ତାଙ୍କର ମୋବାଇଲ୍‌ ନମ୍ବର୍ ଆଣି ଆପଣ ଟଙ୍କା ପଠାଇ ପାରିବେ। ଏହି ମୋବାଇଲ୍‌ ନମ୍ବର୍‌ଟି ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ ସହିତ ଲିଙ୍କ୍‌ ହୋଇଥିବା ନିହାତି ଆବଶ୍ୟକ। ଏଥିସହିତ ବ୍ୟକ୍ତି ‘ଗୁଗଲ ପେ’ […]

author-image
Abinash Pati
ଅଦ୍ୟତନ ହୋଇଛି
Google Payରେ ଖୋଲନ୍ତୁ ଆକାଉଣ୍ଟ୍‌, ମାତ୍ର ପାଞ୍ଚ ମିନିଟ୍‌ରେ

mashable

ନୂଆଦିଲ୍ଲୀ:୨୦୧୭ରେ ଲଞ୍ଚ୍‌ ହୋଇଥିବା ଗୁଗୁଲର ଆପ୍‌ 'ତେଜ୍‌'ର ନାଁ ପରିବର୍ତ୍ତନ ହୋଇ ଏବେ 'ଗୁଗଲ୍‌ ପେ' ହୋଇଛି। ଏହି ଆପ୍‌ ଜରିଆରେ ଆପଣ ଯେକୌଣସି ମୁହୂର୍ତ୍ତରେ ଅନ୍ୟଜଣଙ୍କୁ ପଇସା ଟ୍ରାନ୍ସଫର୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ତାଙ୍କ ଆକାଉଣ୍ଟ୍ ନମ୍ବର ଆବଶ୍ୟକ ପଡ଼ିବ ନାହିଁ। କେବଳ ତାଙ୍କର ମୋବାଇଲ୍‌ ନମ୍ବର୍ ଆଣି ଆପଣ ଟଙ୍କା ପଠାଇ ପାରିବେ।

Advertisment

ଏହି ମୋବାଇଲ୍‌ ନମ୍ବର୍‌ଟି ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ ସହିତ ଲିଙ୍କ୍‌ ହୋଇଥିବା ନିହାତି ଆବଶ୍ୟକ। ଏଥିସହିତ ବ୍ୟକ୍ତି 'ଗୁଗଲ ପେ' ଆପ୍‌ ବ୍ୟବହାର କରୁଥିବା ମଧ୍ୟ ଆବଶ୍ୟକ।

'ଗୁଗଲ ପେ'ର ଖାସ୍‌ କଥା-

'ପେଟିଏମ୍‌' ଓ 'ଭୀମ୍' ଆପ୍ ତୁଳନାରେ 'ଗୁଗଲ୍‌ ପେ' ଆପ୍‌ର ବ୍ୟବହାର ଅଧିକ ସହଜ। ଏହା ସହିତ ଏହି ଆପ୍‌ରେ ଟ୍ରାଞ୍ଜାକ୍‌ସନ୍‌ କଲେ କିଛି ନା କିଛି କ୍ୟାସ୍‌ବ୍ୟାକ୍‌ ଅଫ୍‌ର ମିଳିଥାଏ।

Advertisment

'ଗୁଗଲ୍‌ ପେ' ଆପ୍‌ରେ ଆପଣ ଚାରିଟି ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଲିଙ୍କ୍ କରିପାରିବାର ସୁବିଧା ରହିଛି। ପ୍ରତି ଆକାଉଣ୍ଟ୍‌ରେ ଅଲଗା ୟୁପିଆଇ ପିନ୍‌ ମଧ୍ୟ ମିଳିବ। ଏହି ଚାରିଟି ଆକାଉଣ୍ଟ୍‌ରୁ ଆପଣ ଯେକୌଣସି ଆକାଉଣ୍ଟ୍‌କୁ ପ୍ରାଇମେରୀ ଆକାଉଣ୍ଟ୍ ଭାବରେ ବାଛି ପାରିବେ। ଟ୍ରାଞ୍ଜାକ୍‌ସନ୍‌ ସରିଲା ପରେ 'ଗୁଗଲ୍‌ ପେ' ଆପ୍‌ ମାଧ୍ୟମରେ ଆପଣ ବ୍ୟାଲାନ୍‌ସ ମଧ୍ୟ ଚେକ୍‌ କରିପାରିବେ।

ଟ୍ରାଞ୍ଜାକ୍‌ସନ୍‌ର ସୀମା-

ଏହି ଆପ୍‌ ଜରିଆରେ ଆପଣ ଯେ କୌଣସି ୟୁପିଆଇ ଆପ୍‌କୁ ଗୋଟିଏ ଦିନରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଟ୍ରାଞ୍ଜାକ୍‌ସନ୍ କରିପାରିବେ।
ଗୋଟିଏ ଟ୍ରାଞ୍ଜାକ୍‌ସନ୍‌ରେ ୫୦ହଜାର ଟଙ୍କାର ଅର୍ଥ ରାଶି ଆଦାନ ପ୍ରଦାନ କରିବାର ସୁବିଧା ରହିଛି।
ୟୁଜର୍‌ ଗୋଟିଏ ଦିନରେ ୨୦ ଥର ଅର୍ଥ ନେଣଦେଣ କରିପାରିବେ।

[caption id="attachment_276660" align="aligncenter" width="1084"]techau.com PHOTO-techau.com[/caption]

କିପରି ବ୍ୟବହାର କରିବେ 'ଗୁଗଲ୍‌ ପେ' ଆପ୍‌-

  • ପ୍ଲେ ଷ୍ଟୋର୍‌ରୁ Google Pay ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ।
  • ଏହାପରେ ଆପ୍‌କୁ ଓପନ୍‌ କରି  ଆକାଉଣ୍ଟ୍‌ ନମ୍ବର ସହିତ ଲିଙ୍କ୍‌ ଥିବା ନିଜ ମୋବାଇଲ୍ ନମ୍ବର୍‌କୁ ଏଣ୍ଟର୍‌ କରନ୍ତୁ।
  • ଏହାପରେ 'ଗୁଗଲ୍‌ ପେ' ଆପଣଙ୍କୁ Send and Receive SMS, Access contacts ଓ Location ଭଳି ଅନୁମତି ମାଗିବ। ଏସବୁକୁ ରିସିଭ୍‌ କରିବା ପାଇଁ ଆପଣ Allow ଅପ୍‌ସନ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ 'ଗୁଗଲ୍‌ ପେ' ଆପ୍‌ରେ ଆଡ୍‌ ଆକାଉଣ୍ଟ୍‌ କୁ ଯାଇ ଗୁଗଲ୍ ଆକାଉଣ୍ଟ୍‌ରେ ସାଇନ୍‌-ଇନ୍‌ କରନ୍ତୁ।
  • ଏହାପରେ ଆପଣ ଦେଇଥିବା ମୋବାଇଲ୍‌ ନମ୍ବର୍‌ରେ ଏକ ଓଟିପି ନମ୍ବର୍‌ ଆସିବ। ଏହି ନମ୍ବରକୁ 'ଗୁଗଲ୍‌ ପେ' ଆପ୍‌ରେ ଏଣ୍ଟର୍‌ କରି ଦିଅନ୍ତୁ। ଆପଣଙ୍କ ମୋବାଇଲ୍‌ ନମ୍ବର୍‌ ଭେରିଫାଏଡ୍‌ ହୋଇଯିବ।
  • ଆକାଉଣ୍ଟ୍‌ର ସିକ୍ୟୁରିଟି ଦୃଷ୍ଟିରୁ ସ୍କ୍ରିନ୍‌ ଲକ୍‌ କିମ୍ବା Google Pinର ବିକଳ୍ପ ବାଛି ଆକାଉଣ୍ଟ୍‌କୁ ସିକ୍ରେଟ୍‌ ରଖିପାରିବେ।

[caption id="attachment_276661" align="aligncenter" width="1059"]vulcanpost PHOTO-vulcanpost[/caption]

 ଏହିପରି Google Payରେଲିଙ୍କ୍‌ କରନ୍ତୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌

 'ଗୁଗଲ୍‌ ପେ' ଆପ୍‌ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଆପ୍‌ ସହିତ ଲିଙ୍କ୍‌ କରିବାକୁ ପଡ଼ିବ। ଏଥିପାଇଁ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଆପଣଙ୍କ ପ୍ୟାନ୍‌ କାର୍ଡ ଓ ଆଧାର କାର୍ଡ ନମ୍ବର୍‌ ଲିଙ୍କ୍ ହୋଇଥିବା ନିହାତି ଆବଶ୍ୟକ। ତେବି କିପରି ଲିଙ୍କ୍‌ କରିବେ ଆସନ୍ତୁ ଜାଣିବା।

  • 'ଗୁଗଲ୍‌ ପେ' ଆପ୍‌ର ବାମ ପଟକୁ ତିନିଟି ବିନ୍ଦୁ ଚିହ୍ନ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ Settings ଉପରେ ଟ୍ୟାପ୍‌ କରନ୍ତୁ। ଏଠାରେ କିଛି ଅପ୍‌ସନ୍‌ ସହିତ ଆପଣଙ୍କ ପ୍ରୋଫାଇଲ୍‌ ଦେଖାଯିବ।
  • ଏହି ଅପ୍‌ସନ୍ ମଧ୍ୟରୁ bank account ଅପସନ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ଯଦି ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଦ୍ୱିତୀୟ ୟୁପିଆଇ ଆକାଉଣ୍ଟ୍‌ ସହିତ ଲିଙ୍କ୍‌ ଥିବ, ତେବେ ଏହା ଆପଣଙ୍କୁ ପେଜ୍‌ରେ ଶୋ କରିବ। ଏହା ଉପରେ ଟ୍ୟାପ୍‌ କରି ରିଷ୍ଟୋର୍‌ କରନ୍ତୁ।
  • ଏପରି ନହେଲେ, add bank account ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ଆପଣଙ୍କୁ ଅନେକ ବ୍ୟାଙ୍କ୍‌ର ଅପସନ୍‌ ଦେଖାଯିବ। ଯେଉଁ ବ୍ୟାଙ୍କ୍‌ରେ ଆପଣଙ୍କର ଆକାଉଣ୍ଟ୍‌ ରହିଛି, ସେହି ବ୍ୟାଙ୍କ୍‌କୁ ଚୟନ କରନ୍ତୁ।
  • ଏହାପରେ ଭେରିଫିକେସନ୍‌ ପାଇଁ ଏକ ମେସେଜ୍ ଆସିବ।
  • ଏହି ମେସେଜ୍ ପାଇବା ପରେ ଆପଣ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଆଡ୍‌ କରନ୍ତୁ।