ଭାରତରେ ପ୍ରଚଳିତ ହେଉଥିବା ଏକାଧିକ ମ୍ୟାଟ୍ରିମୋନିଆଲ ଆପକୁ ପ୍ଲେଷ୍ଟୋରରୁ ହଟାଇ ଦେଇଛି ଗୁଗଲ୍। ପ୍ଲାଟଫର୍ମ ଭାରତର ୧୦ଟି କମ୍ପାନୀର ଆପ୍ ଡିଲିଟ୍ କରି ଦେଇଛି, ଯେଉଁଥିରେ ଭରତ ମ୍ୟାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମ୍ୟାଟ୍ରିମୋନି ଆପ୍ ରହିଛି।
ସେବା କର ପୈଠରେ ଅନିୟମିତତା କାରଣରୁ ପ୍ଲାଟଫର୍ମ ଏପରି ନିଷ୍ପତ୍ତି ନେଇଛି। ମ୍ୟାଟ୍ରିମୋନି ଡଟ୍ ଡେଟିଂ ଆପ୍ ଭାରତ ମ୍ୟାଟ୍ରିମୋନି, ଖ୍ରୀଷ୍ଟିଆନ ମ୍ୟାଟ୍ରିମୋନି, ମୁସଲିମ୍ ମ୍ୟାଟ୍ରିମୋନି ଏବଂ ଯୋଡ଼ି ଆପ୍ ଶୁକ୍ରବାର ଡିଲିଟ କରାଯାଇଛି ବୋଲି କମ୍ପାନୀ ପ୍ରତିଷ୍ଠାତା ମୁରୁଗାଭେଲ ଜାନକିରମାନ କହିଛନ୍ତି।ସେ କହିଛନ୍ତି, ଗୁଗଲର ଏହି ପଦକ୍ଷେ ଭାରତୀୟ ଇଣ୍ଟରନେଟର ଡାର୍କ ଦିନ।
Also Read
ଏହା ବ୍ୟତୀତ ଭାରତମ୍ୟାଟ୍ରିମୋନି ଏବଂ ଜୀବନସାଥୀ ଆପକୁ ମଧ୍ୟ ଗୁଗଲ୍ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି। ଏହି ସବୁ କମ୍ପାନୀଗୁଡିକ ନିକଟକୁ ଗୁଗଲ୍ ନୋଟିସ୍ ମଧ୍ୟ ପଠାଇଛି। କମ୍ପାନୀଗୁଡିକର କାର୍ଯ୍ୟନିର୍ବାହୀମାନେ କହିଛନ୍ତି, ଏ ଉପରେ ସମୀକ୍ଷା ଚାଲିଛି। ପରବର୍ତ୍ତୀ ପଦକ୍ଷେପ ବାବଦରେ ବିଚାର କରଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Technology
ଭାରତରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ, କ'ଣ ରହିଛି ଫିଚର୍ସ?
ଆଜି ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଏହି ପ୍ଲାଣ୍ଟରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ।
Technology
ଗୁଜରାଟରେ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ ଉଦଘାଟନ କଲେ ଭାରତ ଓ ସ୍ପେନ୍ ପ୍ରଧାନମନ୍ତ୍ରୀ
ସ୍ପେନ୍ ଏୟାରବସ୍ ସହଯୋଗରେ ନିର୍ମାଣ ହେବ C-295 ଯୁଦ୍ଧ ବିମାନ।
Technology
ଭାରତୀୟ ଆନିମେସନ ଓ ଗେମିଂକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ କ୍ରାନ୍ତି ଆଣିଛି...
୧୧୫ତମ 'ମନ କି ବାତ୍' କାର୍ଯ୍ୟକ୍ରମରେ ଆନିମେସନ କ୍ଷେତ୍ରକୁ ପ୍ରଶଂସା କରିବା ସହ ସ୍ୱତନ୍ତ୍ର ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।