Advertisment

ପ୍ଲେଷ୍ଟୋରରୁ ଏକାଧିକ ମ୍ୟାଟ୍ରିମୋନିଆଲ ଆପ୍ ଡିଲିଟ୍ କଲା ଗୁଗଲ୍

ପ୍ଲାଟଫର୍ମ ଭାରତର ୧୦ଟି କମ୍ପାନୀର ଆପ୍ ଡିଲିଟ୍ କରି ଦେଇଛି...

Google

Google

Advertisment

ଭାରତରେ ପ୍ରଚଳିତ ହେଉଥିବା ଏକାଧିକ ମ୍ୟାଟ୍ରିମୋନିଆଲ ଆପକୁ ପ୍ଲେଷ୍ଟୋରରୁ ହଟାଇ ଦେଇଛି ଗୁଗଲ୍। ପ୍ଲାଟଫର୍ମ ଭାରତର ୧୦ଟି କମ୍ପାନୀର ଆପ୍ ଡିଲିଟ୍ କରି ଦେଇଛି, ଯେଉଁଥିରେ ଭରତ ମ୍ୟାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମ୍ୟାଟ୍ରିମୋନି ଆପ୍ ରହିଛି।

Advertisment

ସେବା କର ପୈଠରେ ଅନିୟମିତତା କାରଣରୁ ପ୍ଲାଟଫର୍ମ ଏପରି ନିଷ୍ପତ୍ତି ନେଇଛି। ମ୍ୟାଟ୍ରିମୋନି ଡଟ୍ ଡେଟିଂ ଆପ୍ ଭାରତ ମ୍ୟାଟ୍ରିମୋନି, ଖ୍ରୀଷ୍ଟିଆନ ମ୍ୟାଟ୍ରିମୋନି, ମୁସଲିମ୍ ମ୍ୟାଟ୍ରିମୋନି ଏବଂ ଯୋଡ଼ି ଆପ୍ ଶୁକ୍ରବାର ଡିଲିଟ କରାଯାଇଛି ବୋଲି କମ୍ପାନୀ ପ୍ରତିଷ୍ଠାତା ମୁରୁଗାଭେଲ ଜାନକିରମାନ କହିଛନ୍ତି।ସେ କହିଛନ୍ତି, ଗୁଗଲର ଏହି ପଦକ୍ଷେ ଭାରତୀୟ ଇଣ୍ଟରନେଟର ଡାର୍କ ଦିନ। 

ଏହା ବ୍ୟତୀତ ଭାରତମ୍ୟାଟ୍ରିମୋନି ଏବଂ ଜୀବନସାଥୀ ଆପକୁ ମଧ୍ୟ ଗୁଗଲ୍ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି। ଏହି ସବୁ କମ୍ପାନୀଗୁଡିକ ନିକଟକୁ ଗୁଗଲ୍ ନୋଟିସ୍ ମଧ୍ୟ ପଠାଇଛି। କମ୍ପାନୀଗୁଡିକର କାର୍ଯ୍ୟନିର୍ବାହୀମାନେ କହିଛନ୍ତି, ଏ ଉପରେ ସମୀକ୍ଷା ଚାଲିଛି।  ପରବର୍ତ୍ତୀ ପଦକ୍ଷେପ ବାବଦରେ ବିଚାର କରଯାଉଛି। 

Advertisment
Playstore Matrimony Apps Google
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe