Advertisment

ଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ, ଚେନ୍ନାଇରେ ସ୍ଥାପନ ହେବ ପ୍ରଥମ ୟୁନିଟ

ଗୁଗଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ ତାମିଲନାଡୁର ଏହାର ସହାୟକ କମ୍ପାନୀ ୱିଙ୍ଗ୍ ଏଲଏଲସି ମାଧ୍ୟମରେ ଡ୍ରୋନ୍ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି।

Google Office

Google Office

Advertisment

ଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ। ଗୁଗଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ ତାମିଲନାଡୁର ଏହାର ସହାୟକ କମ୍ପାନୀ ୱିଙ୍ଗ୍ ଏଲଏଲସି ମାଧ୍ୟମରେ ଡ୍ରୋନ୍ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି। 

Advertisment

ଭାରତରେ ଏହାର ଫ୍ଲାଗସିପ୍ ପିକ୍ସେଲ ୮ ସ୍ମାର୍ଟଫୋନ୍ ଉତ୍ପାଦନ ପାଇଁ ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ ଡିକ୍ସନ୍ ଟେକ୍ନୋଲୋଜି ସହ ଗୁଗୁଲର ସହଭାଗୀତା ମଧ୍ୟରେ ଡ୍ରୋନ୍ ଉତ୍ପାଦନ ନେଇ ଘୋଷଣା କରିଛି କମ୍ପାନୀ। 

ରିପୋର୍ଟ ଅନୁସାରେ, ଟେକ୍ ଜାଏଣ୍ଟ୍ ବର୍ତ୍ତମାନ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଥିବା ବ୍ୟବସାୟୀମାନଙ୍କୁ ଡ୍ରୋନ୍ ବିତରଣ ସେବା ପ୍ରଦାନ କରୁଛି, ଯେଉଁଥିରେ ହାଲୁକା, ସ୍ୱୟଂଶାସିତ(ଅଟୋନୋମସ) ଡେଲିଭରି ଡ୍ରୋନ୍ ବ୍ୟବହାର କରାଯାଇଥାଏ।

Advertisment

ଭାରତର ଅଗ୍ରୀମ ଟେକ ଷ୍ଟାଟଅପ୍ ନ୍ୟୁଜ୍ Inc42 ବିଶ୍ଳେଷଣ ଅନୁଯାୟୀ, ଭାରତର ଡ୍ରୋନ୍ ବଜାର ୨୦୨୨ରୁ ୨୦୩୦ ମଧ୍ୟରେ CAGR(ବାର୍ଷିକ ଯୌଗିକ ଅଭିବୃଦ୍ଧି ହାର)ରେ ୨୧% ବୃଦ୍ଧି ପାଇ ୨୦୩୦ ସୁଦ୍ଧା ୧୩ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। 

Google Drones Drones Manufacture India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe