Advertisment

ତଦନ୍ତରେ ସହଯୋଗ କରୁନାହାନ୍ତି ମେଟା ଓ X, କଡ଼ା ଭର୍ସନା କଲେ ଭାରତ ସରକାର

ସୋଶାଲ ମିଡିଆ ପ୍ଲାଟଫର୍ମକୁ କଡ଼ା ଭାଷାରେ ଭର୍ସନା କରିଛନ୍ତି ଭାରତ ସରକାର।

author-image
Debibandita Barick
ଅଦ୍ୟତନ ହୋଇଛି
Flight

Flight

ସୋଶାଲ ମିଡିଆ ପ୍ଲାଟଫର୍ମ ମୋଟା ଏବଂ Xକୁ ଭର୍ସନା କରିଛନ୍ତି ଭାରତ ସରକାର। ବିମାନରେ ବୋମା ଥିବା ନେଇ ମିଳୁଥିବା ମିଛ କଲ୍ ମାମଲାର ତଦନ୍ତରେ ଏହି ସୋଶାଲ ମିଡିଆ ପ୍ଲାଟଫର୍ମ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ।

Advertisment

ଭାରତୀୟ ବିମାନକୁ ନଗାତାର ଭାବେ ବୋମା ଧମକକୁ ନେଇ ଯାତ୍ରୀ, ବିମାନ କମ୍ପାନୀ ସମେତ ସମ୍ପୃକ୍ତ ବିଭାଗ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ଘନ ଘନ ବୈଠକ ବସୁଛି। ଏନେଇ ଗତକାଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ବିମାନ ସେବା ତଥା ସୋଶାଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନେ ଏକ୍ସ ଏବଂ ମେଟା ସହ ଏକ ଭର୍ଚୁଆଲ୍ ବୈଠକ କରିଥିଲେ।

ଏହି ବୈଠକରେ ସୋଶାଲ ମିଡିଆ ପ୍ଲାଟଫର୍ମର ଅସହଯୋଗକୁ ନେଇ ଭର୍ସନା କରିଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ। ଫେକ୍ ଧମକ ପଠାଉଥିବା ୟୁଜର ହ୍ୟାଣ୍ଡେଲ ବାବଦରେ ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ବିବରଣୀ ଶେୟାର କରିବାକୁ ଅନିଚ୍ଛା ପ୍ରକାଶ କରୁଥିବାରୁ ଏପରି ଭର୍ସନା କରାଯାଇଛି। ଏଥିସହ ପ୍ଲାଟଫର୍ମଗୁଡିକର ଏପରି କାର୍ଯ୍ୟକଳାପ ଅପରାଧକୁ ପ୍ରୋତ୍ସାହିତ କରିବା ସହ ସମାନ ବୋଲି ଭାରତ ସରକାର କହିଛନ୍ତି। 

Advertisment

ପ୍ରକାଶ ଥାଉକି, ବିଗତ କିଛି ଦିନ ହେବ ଭାରତୀୟ ବିମାନଗୁଡ଼ିକୁ କଲ୍ କିମ୍ବା ସୋଶାଲ ମିଡିଆ ପୋଷ୍ଟରେ ମିଛ ଧମକ ମିଳିଆସୁଛି। ବିମାନରେ ବୋମା ଥିବା ନେଇ ଧମକ ଦେଉଛନ୍ତି ଦୁର୍ବୃତ୍ତ। ଫଳରେ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁ ଥିବାବେଳେ ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମାମାଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସକୁ ଅଭିଯୁକ୍ତଙ୍କ ସୋଶାଲ ମିଡିଆ ଆଇଡିର ସବିଶେଷ ତଥ୍ୟ ଆବଶ୍ୟକ ଥିଲା। କିନ୍ତୁ ଏଥିରେ ମେଟା କିମ୍ବା ଏକ୍ସ ପୂର୍ଣ୍ଣ ସହଯୋଗ କରୁନଥିବାରୁ ଭାରତ ସରକାର ପ୍ଲାଟଫର୍ମକୁ ଭର୍ସନା କରିଛନ୍ତି। 

Bomb Threat X Meta Hoax Call Airlines Bomb Threat