Advertisment

AI ମଣିଷକୁ ଦାସ ନହେଲେ ଧ୍ୱଂସ କରିପାରେ: ୟୋଭାଲ ନୋହ ହାରାରି

ଆଗାମୀ ଦିନରେ ଏଆଇ ଆମ ନିୟନ୍ତ୍ରଣର ବାହାରକୁ ଚାଲି ଯାଇପାରେ କିମ୍ବା ଆମକୁ ତା'ର ଦାସ କରିଦେଇପାରେ, ନଚେତ୍ ଏହା ବିନାଶକାରୀ ହୋଇପାରେ ବୋଲି ଜଣେ ଇତିହାସବିତ୍ କହିଛନ୍ତି।

ଅଦ୍ୟତନ ହୋଇଛି
Yuval Noah Harari

Yuval Noah Harari

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଆସିବା ଦିନରୁ ଟେକ୍ନୋଲୋଜିର ବିପଦ ଉପରେ ନିରନ୍ତର ଭାବେ ବିତର୍କ ଚାଲିଛି। ଏଆଇ ଯେତିକି ଉପକାରୀ ତାଠୁ ଭୟାନକ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଆସୁଛନ୍ତି। ଏ ଉପରେ ସ୍ୱର ଉଠାଇ ଆସୁଥିବା ଇତିହାସବିତ ତଥା ଲେଖକ ୟୋଭାଲ ନୋହ ହାରାରି ଆଉ ଏକ ଚେତାବନୀ ଦେଇଛନ୍ତି।

Advertisment

ସେ କହିଛନ୍ତି, "ଆଗାମୀ ଦିନରେ ଏଆଇ ମଣିଷକୁ ଦାସ କରିଦେବ ଏବଂ ଏହା ନିୟନ୍ତ୍ରଣର ବାହାରକୁ ଚାଲି ଯାଇପାରେ, କିମ୍ବା ଏହା ବିନାଶକାରୀ ହୋଇପାରେ।" ନିକଟରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ପ୍ୟାନେଲ୍ ଆଲୋଚନା ସମୟରେ ଏଆଇ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଏପରି ମତବ୍ୟକ୍ତି କରିଛନ୍ତି ହାରାରି।

ସେ କହିଛନ୍ତି, "ଏଆଇ ୧୦ ବର୍ଷ ପୂର୍ବେ ଏକ ବିଜ୍ଞାନ କଳ୍ପନା ଥିଲା, ଯାହାକୁ କେବଳ ବିଶେଷଜ୍ଞଙ୍କ ଏକ ସୀମିତ ସମ୍ପ୍ରଦାୟ ବ୍ୟବହାର ପାଇଁ ଆଗ୍ରହ କରିଥିଲେ। କିନ୍ତୁ ଏହା ବର୍ତ୍ତମାନ ଆମର ଅର୍ଥନୀତି, ସଂସ୍କୃତି ଏବଂ ରାଜନୀତିକୁ ପ୍ରଭାବିତ କରିସାରିଛି। ଆଉ କିଛି ବର୍ଷ ମଧ୍ୟରେ, ଏଆଇ ଆମର ନିୟନ୍ତ୍ରଣରୁ ବାହାରକୁ ଯାଇପାରେ ଏବଂ ଆମକୁ ଦାସ କରିପାରେ କିମ୍ବା ବିନାଶ କରିଦେଇପାରେ।"

Advertisment

ହାରାରି ଆହୁରି କହିଛନ୍ତି, ମଣିଷ ସମାଜ ବର୍ତ୍ତମାନ ଅନେକ ସମସ୍ୟାର ମୁକାବିଲା କରୁଛି। ଏହି ସମସ୍ୟାଗୁଡିକ ମଧ୍ୟରୁ ତିନିଟି ମୁଖ୍ୟ ପ୍ରସଙ୍ଗ ହେଉଛି ପରିବେଶ ପ୍ରଦୂଷଣ, ଏଆଇ ପରି ଟେକ୍ନୋଲୋଜିର ଅଗ୍ରଗତି କାରଣରୁ ବୈଷୟିକ କ୍ଷେତ୍ରରେ ବ୍ୟାଘାତ ଏବଂ ବିଶ୍ୱଯୁଦ୍ଧର ବିପଦ। ଏଥିମଧ୍ୟରୁ ଦୁଇଟି ପୂର୍ବରୁ ଘଟି ସାରିଛି। 

ପରିବେଶ ବିଗିଡି ଯାଇଥିବାରୁ ପ୍ରତିବର୍ଷ ହଜାର ହଜାର ପ୍ରଜାତି ବିଲୁପ୍ତ ହେବାକୁ ଯାଉଛି। ଗାଜାରେ ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଏଠାରେ ଇସ୍ରାଏଲ୍ ସେନା ହମାସ ସଦସ୍ୟଙ୍କୁ ଚିହ୍ନଟ ଏବଂ ଟାର୍ଗେଟ କରିବା ପାଇଁ କୃତ୍ରିମ ଗୁଇନ୍ଦା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବ୍ୟବହାର କରୁଛି।

ଏହି ବିକାଶ ସମ୍ଭବତଃ କେବଳ ମାନବ ସଭ୍ୟତା ନୁହେଁ, ବରଂ ଚେତନାର ମୂଳକୁ ମଧ୍ୟ ନଷ୍ଟ କରିପାରେ ବୋଲି ହାରାରି ଚେତାବନୀ ଦେଇଛନ୍ତି। ଏହାକୁ କିପରି ରୋକାଯାଇ ପାରିବ, ସେ ଉପରେ ଏକ ପରାମର୍ଶ ଦେଇ ହାରାରି କହିଛନ୍ତି, ଏଥିପାଇଁ ଏକ ନିୟାମକ ଅନୁଷ୍ଠାନ ଗଠନ କରିବାର ଆବଶ୍ୟକତା ରହିଛି। ଏକ ଅନୁଷ୍ଠାନ ମାଧ୍ୟମରେ ଏଆଇ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ହାରାରି କହିଛନ୍ତି। 

Artificial Intelligence AI Harmful AI AI Warning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe