Advertisment

ଲଞ୍ଚ୍‌ ହେଲା Honor 7S ସ୍ମାର୍ଟ ଫୋନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ମୋବାଇଲ୍‌ ନିର୍ମାତା କମ୍ପାନୀ Honor ନିଜର ନୂଆ ସ୍ମାର୍ଟ ଫୋନ୍‌ Honor 7Sକୁ ଭାରତରେ ଲଞ୍ଚ୍ କରିସାରିଛି। ଏହାର ମୂଲ୍ୟ ରହିଛି ୬,୯୯୯ ଟଙ୍କା। ୩ଟି ଭିନ୍ନ ରଙ୍ଗରେ ମାର୍କେଟ୍‌କୁ ଆସିଥିବା ଏହି ଫୋନ୍‌ଟି ଫ୍ଲିପ୍‌କାର୍ଟରେ ବିକ୍ରି ପାଇଁ ଉପଲବ୍ଧ ହେବ। ସେପ୍ଟମ୍ବର ୧୪ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ। Honor 7S ବିଶେଷତ୍ୱ: ଏଥିରେ ୫.୪୫ ଇଞ୍ଚ୍‌ର ଡିସ୍‌ପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ୍‌ ୭୨୦x୧୪୪୦ ପିକ୍ସେଲ୍‌ ରହିଛି। ଏଥିସହିତ ଏହି […]

author-image
Abinash Pati
ଅଦ୍ୟତନ ହୋଇଛି
ଲଞ୍ଚ୍‌ ହେଲା Honor 7S ସ୍ମାର୍ଟ ଫୋନ୍‌

beebom

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ମୋବାଇଲ୍‌ ନିର୍ମାତା କମ୍ପାନୀ Honor ନିଜର ନୂଆ ସ୍ମାର୍ଟ ଫୋନ୍‌ Honor 7Sକୁ ଭାରତରେ ଲଞ୍ଚ୍ କରିସାରିଛି। ଏହାର ମୂଲ୍ୟ ରହିଛି ୬,୯୯୯ ଟଙ୍କା। ୩ଟି ଭିନ୍ନ ରଙ୍ଗରେ ମାର୍କେଟ୍‌କୁ ଆସିଥିବା ଏହି ଫୋନ୍‌ଟି ଫ୍ଲିପ୍‌କାର୍ଟରେ ବିକ୍ରି ପାଇଁ ଉପଲବ୍ଧ ହେବ। ସେପ୍ଟମ୍ବର ୧୪ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ।

Advertisment

Honor 7S ବିଶେଷତ୍ୱ: ଏଥିରେ ୫.୪୫ ଇଞ୍ଚ୍‌ର ଡିସ୍‌ପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ୍‌ ୭୨୦x୧୪୪୦ ପିକ୍ସେଲ୍‌ ରହିଛି। ଏଥିସହିତ ଏହି ସ୍ମାର୍ଟ ଫୋନ୍‌ରେ କ୍ୱାଡ୍‌କୋର୍‌ ମିଡିଆଟେକ୍‌ ଏମ୍‌ଟି ୬୭୩୯ ପ୍ରୋସେସର୍‌ ଦିଆଯାଇଛି। ଫୋନ୍‌ଟି ୮.୧ ଓରିଓରେ ଚାଲିବ। ହନର୍‌ର ଏହି ଫୋନ୍‌ଟି ୩ଟି ରଙ୍ଗ - ବ୍ଲୁ, ଗୋଲ୍ଡ, ଓ ବ୍ଲାକ୍‌ ରଙ୍ଗରେ ଲଞ୍ଚ୍‌ ହୋଇଛି। ଏଥିରେ ଫେସ୍ ଅନ୍‌ଲକ୍‌ ସୁବିଧା ଦିଆଯାଇଛି।

[caption id="attachment_272063" align="aligncenter" width="906"]fonearena photo-fonearena[/caption]

Advertisment

ଷ୍ଟୋରେଜ୍‌: ଏଥିରେ ୨ଜିବି ରାମ ୧୬ ଜିବି ମୋବାଇଲ୍‌ ଷ୍ଟୋରେଜ୍‌ ସିଷ୍ଟମ୍‌ ରହିଛି। ଆବଶ୍ୟକ ପଡ଼ିଲେ ମାଇକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ଏହାକୁ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ।

କ୍ୟାମେରା: PDAF ଓ ଏଲ୍‌ଇଡି ଫ୍ଲାସ୍‌ ସହିତ ୧୩ ମେଗାପିକ୍ସେଲ୍‌ ରିୟର୍‌ କ୍ୟାମେରା ଓ ୫ ମେଗା ପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏହି ଫୋନ୍‌ରେ ଆଇ ପ୍ରୋଟେକ୍‌ସନ୍‌ ମୋଡ୍‌ ବି ଦିଆଯାଇଛି। ଯାହା ମୋବାଇଲ୍‌ର ବାହାରୁଥିବା ବ୍ଲୁ ଲାଇଟ୍‌କୁ ଫିଲ୍ମଟର୍‌ କରିବ। ଫଳରେ ମୋବାଇଲ୍‌ରେ ପଢ଼ିବା ସହଜ ହୋଇଥାଏ।

[caption id="attachment_272064" align="aligncenter" width="934"]honur 7s photo-hindustantimes[/caption]

କନେକ୍ଟିଭିଟି: Honor 7S ସ୍ମାର୍ଟ ଫୋନ୍‌ରେ ୪ଜି ଏଲ୍‌ଟିଇ, ସିଙ୍ଗଲ୍‌ ବେଣ୍ଡ୍‌ ୱାଇଫାଇ,୮୦୨.୧୧ ବି/ଜି/ଏନ୍, ବ୍ଲୁଟୁଥ୍, ଓ ୩.୫ ଏମ୍‌ଏମ୍‌ ହେଡ୍‌ଫୋନ୍‌ ଜ୍ୟାକ୍‌ ଦିଆଯାଇଛି।