/odisha-reporter/media/post_attachments/uploads/2018/08/phone-luck.jpg)
phone-luck
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନ୍ରେ ସମସ୍ତଙ୍କର କିଛି ନା କିଛି ବ୍ୟକ୍ତିଗତ ତଥ୍ୟ ଥାଏ। ଯାହା କାହା ସହିତ ଶେୟାର୍ କରିବାକୁ ଆମକୁ ଭଲ ଲାଗେ ନାହିଁ। ଏଣୁ ଏହି ଡାଟାକୁ ଗୋପନ ରଖିବାକୁ ଆମେ ନିଜ ଫୋନ୍ରେ ପାସ୍ୱାର୍ଡ ପକାଇଥାନ୍ତି।
Advertisment
କିନ୍ତୁ ବେଳେ ବେଳେ ଏହି ପାସ୍ୱାର୍ଡ୍କୁ ଆମେ ଭୁଲିଯାଆନ୍ତି। ଆଉ ଫୋନ୍କୁ ଅନ୍ଲକ୍ ନ କରିପାରି ହଇରାଣ ହୁଅନ୍ତି। ଯଦି ଆପଣ ବି ମୋବାଇଲ୍ରେ ପାସ୍ୱାର୍ଡ୍ ଦେଇ ଭୁଲି ଯାଉଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହ ଛୋଟ କାମଟି କରି ଆପଣ ନିଜ ମୋବାଇଲ୍ ଲକ୍ ଫିଟାଇ ପାରିବେ। କିପରି ଆସନ୍ତୁ ଜାଣିବା।
[caption id="attachment_269992" align="aligncenter" width="892"]
photo-gizmodo.com[/caption]
Advertisment
କିପରି ଅନ୍ଲକ୍ କରିବେ ମୋବାଇଲ୍:
ଆଣ୍ଡ୍ରଏଡ୍ ଡିଭାଇସ୍ ମ୍ୟାନେଜର୍ ସାହାଯ୍ୟରେ ଆପଣ ଫୋନ୍ ଲକ୍ ଫିଟାଇ ପାରିବେ।
- ଏଥିପାଇଁ ପ୍ରଥମେ ଫୋନ୍ରେ ‘https://myaccount.google.com/find-your-phone-guide' କୁ ଓପନ୍ କରନ୍ତୁ।
- ଏହାପରେ ଫୋନ୍ ସହିତ ଲିଙ୍କ୍ ଥିବା ନିଜ ଗୁଗଲ୍ ଆକାଉଣ୍ଟ୍କୁ ଲଗ୍ଇନ୍ କରନ୍ତୁ।
- ଏହିଠାରେ କିଛି ଅନ୍ଲକ୍ ଅପସନ୍ ଆସିବ। ଆପଣ ଅନ୍ଲକ୍ କରିବାକୁ ଚାହୁଁଥିବା ଅପସନ୍ ଉପରେ ସିଲେକ୍ଟ୍ କରନ୍ତୁ।
- ଏହାପରେ ‘Lock your phone’ ସିଲେକ୍ଟ କରି ପାସ୍ୱାର୍ଡ ପାଇଁ ଦିଆଯାଇଥିବା ସ୍ଥାନରେ ନୂଆ ପାସ୍ୱାର୍ଡ ଦିଅନ୍ତୁ।
- ଏହାପରେ ତଳେ ଥିବା ‘Lock’ ବଟ୍ନ ଉପରେ କ୍ଲିକ୍ କରନ୍ତୁ। ଏପରି କଲେ ଆପଣଙ୍କୁ ପୁରୁଣା ପାସ୍ୱାର୍ଡ ଡିଲିଟ୍ ହୋଇଯିବ ଓ ନୂଆ ପାସ୍ୱାର୍ଡ ସେଭ୍ ହୋଇଯିବ।
- ଆପଣଙ୍କ ନୂଆ ପାସ୍ୱାର୍ଡ ସେଭ୍ ହୋଇଗଲ। ଏବେ ଦେଇଥିବା ନୂଆ ପାସ୍ୱାର୍ଡରେ ଆପଣ ସ୍ମାର୍ଟ୍ଫୋନ୍ ଲକ୍ ଖୋଲିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
