Advertisment

ବିୟୁଟି ଫିଲ୍ଟର ହଟାଇବ ଇନଷ୍ଟାଗ୍ରାମ

ସୋଶାଲ ମିଡିଆ ଆପ୍ ଇନଷ୍ଟାଗ୍ରାମରେ ମିଳିବନି ବିୟୁଟି ଫିଲ୍ଟର।

author-image
Debibandita Barick
Instagram

Instagram

ଏଣିକି ଆଉ ଲୋକପ୍ରିୟ ସୋଶାଲ ମିଡିଆ ଆପ୍ ଇନଷ୍ଟାଗ୍ରାମରେ ମିଳିବନି ବିୟୁଟି ଫିଲ୍ଟର। ଆପରୁ ଏହି ଫିଲ୍ଟର ହଟାଇବା ପାଇଁ ନିଷ୍ପତ୍ତି ନେଇଛି ମେଟା ମାଲିକାନା ଇନଷ୍ଟାଗ୍ରାମ।

Advertisment

ମେଟା ଘୋଷଣା କରିଛି ଯେ, ଥାର୍ଡ-ପାର୍ଟି ଅଗମେଣ୍ଟେଡ ରିଆଲିଟି (AR) ଟେକ୍ନୋନୋଜିରେ ପ୍ରସ୍ତୁତ ଫିଲ୍ଟର, ଯେଉଁଗୁଡିକ ବାସ୍ତବତାଠାରୁ ବଢେଇ ଚଢେଇ ରୂପ ଦେବାକୁ ବ୍ୟବହାର କରାଯାଏ, ସେଗୁଡିକୁ ପ୍ଲାଟଫର୍ମରୁ ହଟାଇ ଦିଆଯିବ। ଜାନୁଆରୀ 2025 ସୁଦ୍ଧା ଏସବୁ ବିୟୁଟି ଫିଲ୍ଟର ଉପଲବ୍ଧ ହେବ ନାହିଁ ବୋଲି ମେଟା କହିଛି।

ଏହାର ଅର୍ଥ କେବଳ ଇନଷ୍ଟାଗ୍ରାମ ନୁହେଁ, ମେଟା ମାଲିକାନାରେ ଥିବା ହ୍ୱାଟସ୍ଆପ୍ ଏବଂ ଫେସବୁକରେ ମଧ୍ୟ ଏସବୁ ଫିଲ୍ଟର ଉପଲବ୍ଧ ହେବନାହିଁ। 

Advertisment

ଇନଷ୍ଟାଗ୍ରାମର ସବୁଠୁ ଲୋକପ୍ରିୟ ହେଉଛି ଫିଲ୍ଲଟ ଫିଚର୍ସ। ଏହି ଫିଚର୍ସ ମାଧ୍ୟମରେ ୟୁଜର୍ସ ରିଲ୍ସ ଏବଂ ଫଟୋ ଏଡିଟ୍ କରନ୍ତି, ଯାହା ମେଟା ସ୍ପାର୍କ ଷ୍ଟୁଡିଓ ଦ୍ୱାରା କ୍ରିଏଟ୍ ହୋଇଥାଏ।  

କିନ୍ତୁ AR (ଅଗମେଣ୍ଟେଡ ରିଆଲିଟି) ଫିଲ୍ଟର ଯୁବତୀମାନଙ୍କ ମାନସିକ ଏବଂ ଶରୀରିକ ପ୍ରତିଛବି ସମ୍ବନ୍ଧୀୟ ସମସ୍ୟା ସହିତ ଜଡିତ ଥିଲା। ତେଣୁ ପ୍ଲାଟଫର୍ମ ଏହି ଫିଚର୍ସକୁ ରିମୁଭ୍ କରିବାକୁ ନିଷ୍ପତ୍ତି ନେଇଛି। ମେଟାର ଏହି ନିଷ୍ପତ୍ତି ପରେ ନିଶ୍ଚିତ ରୂପେ ସୋଶାଲ ମିଡିଆରେ ଫିଲ୍ଟର ବ୍ୟବହାର ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।  

Reels Instagram Meta Beauty Filter