Advertisment

ପ୍ଲାଟଫର୍ମରେ ଅଟକିଲାନି ଟ୍ରେନ୍‌, ଭୁଲ୍‌ ଟ୍ରାକ୍‌ରେ ଦୌଡ଼ିଲା ୨ କି.ମି

ଟ୍ରେନ୍‌ଟି ଉକ୍ତ ଷ୍ଟେଶନରେ ରହିବା ପରିବର୍ତ୍ତେ ରିଭର୍ସିବଲ ଲାଇନ୍‌କୁ ଚାଲି ଯାଇଥିଲା।

Train

Train

Advertisment

ବିହାରର କୌମୁରରେ ଘଟିଥାନ୍ତା ବାଲେଶ୍ୱର ପରି ଟ୍ରେନ୍‌ ଟ୍ରାଜେଡି। ମାତ୍ର ସୌଭାଗ୍ୟବଶଃତ ଟଳି ଯାଇଛି ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା । ଭୁଲ୍‌ ଟ୍ରାକ୍‌ରେ ପ୍ରାୟ ୨ କିମି ଯିବା ପରେ ଟ୍ରେନ୍‌ଟିକୁ ଅଟକା ଯାଇଛି। ତେବେ ଉକ୍ତ ସମୟରେ ଅପରପାର୍ଶ୍ୱରୁ କୌଣସି ଟ୍ରେନ୍‌ ଆସୁ ନ ଥିବାରୁ ଦୁର୍ଘଟଣା ଟଳି ଯାଇଥିବା କୁହାଯାଉଛି। ବିହାରର ଭଭୁଆ ରୋଡ ରେଲୱେ ଷ୍ଟେଶନରେ ଏପରି ଏକ ଘଟଣା ଘଟିଛି।

Advertisment

ଜମ୍ମୁ ତବି - ସିୟାଲଦହ ଏକ୍ସପ୍ରେସ ବିହାରର ଭଭୁଆ ରୋଡ ରେଲୱେ ଷ୍ଟେଶନର ପ୍ଲାଟଫର୍ମ ନଂ ୩ ଅର୍ଥାତ ଡାଉନ୍‌ ରେଲୱେ ଟ୍ରାକ୍‌ରେ ରହିବା ନିମନ୍ତେ ଘୋଷଣା ହୋଇଥିଲା। ମାତ୍ର ଟ୍ରେନ୍‌ଟି ଉକ୍ତ ଷ୍ଟେଶନରେ ରହିବା ପରିବର୍ତ୍ତେ ରିଭର୍ସିବଲ ଲାଇନ୍‌କୁ ଚାଲି ଯାଇଥିଲା। ଉକ୍ତ ଲାଇନ୍‌ରେ ଟ୍ରେନ୍‌ଟି ଦ୍ରୁତ ଗତିରେ ୨ କିମି ଚାଲିଗଲା। ଏହା ଜାଣି ଯାତ୍ରୀମାନେ ଚିତ୍କାର କରିବାରୁ ଟ୍ରେନ୍‌ଟି ଅଟକିଥିଲା। ଭାଗ୍ୟବଶଃତ ଉକ୍ତ ଲାଇନ୍‌ରେ ଅପରପାର୍ଶ୍ୱରୁ କୌଣସି ଟ୍ରେନ୍‌ ଉକ୍ତ ସମୟରେ ଆସୁ ନ ଥିଲା। ନଚେତ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ହୋଇ ନ ଥାନ୍ତା।

ରେଳ ଅଧିକାରୀଙ୍କ ଏପରି ଖାମଖିଆଲି ମନୋଭାବ ଯୋଗୁ ସେମାନଙ୍କ ଜୀବନ ବିପଦ ମୁହଁକୁ ଚାଲି ଯାଇଥିବା ବେଳେ ଯାତ୍ରୀମାନେ ହଙ୍ଗାମା କରିଥିଲେ। RPF ଟିମ୍‌ ଓ ବରିଷ୍ଟ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାର ବହୁ ସମୟ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisment

ଖବର ପାଇ ଗତକାଲି ଡିଆରଏମଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ସେମାନେ ଷ୍ଟେଶନ ମାଷ୍ଟର, ସିଗନାଲ ମ୍ୟାନ ସମେତ ବହୁ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି।

ଡିଆରଏମ୍‌ ରାଜେଶ ଗୁପ୍ତାଙ୍କ କହିବାନୁଯାୟୀ, ଏପରି ଦାୟିତ୍ୱହୀନ ଘଟଣା ପାଇଁ କିଏ ଦାୟୀ, ଯାଞ୍ଚ କମିଟି ତାହାର ଯାଞ୍ଚ କରୁଛି। ଆସନ୍ତା ୨,୩ ଦିନ ମଧ୍ୟରେ ରିପୋର୍ଟ ଆସିଯିବ । ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥିସହ ସେ କହିଛନ୍ତି, ସବୁ ଯାତ୍ରୀଙ୍କ ସୁରକ୍ଷାକୁ ରେଳବାଇ ପ୍ରାଥମିକତା ଦେଇଥାଏ। ତେଣୁ ଏଥିରେ କୌଣସି ପ୍ରକାର ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବନି।

Bihar Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe